ଖାଦ୍ୟରେ ବିଷକ୍ରୀୟା ଯୋଗୁଁ ଗୋଟିଏ ପରିବାରର ୧୧ ଅସୁସ୍ଥ

ହାଟଡ଼ିହି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକ ଆଇତିପୁର ପଞ୍ଚାୟତ ଅମୃତପୁର ଗ୍ରାମରେ ଖାଦ୍ୟରେ ବିଷକ୍ରୀୟା ଯୋଗୁଁ ଗୋଟିଏ ପରିବାରର ୧୧ଜଣ ଅସୁସ୍ଥ ହୋଇପହିଥିବା ଜଣାଯାଇଛି । ଅସୁସ୍ଥ ପରିବାର ଲୋକଙ୍କୁ ପ୍ରଥମେ ଶାଳଣିଆଁ ଓ ପରେ ଆନନ୍ଦପୁର ଡାକ୍ତରଖାନାରେ ଭତ୍ତି କରାଯାଇଛି । ସୁ ଚନାରୁ ଜଣାଯାଇଛି ଯେ ଗତକାଲି ମଧ୍ୟାହ୍ନରେ ଗ୍ରାମର ଗୋପୀନାଥ ଦାସଙ୍କ ପରିବାର ଲୋକେ ଘରେ ଭାତ ଚିକେନ କରି ଖାଇଥିଲେ । ଖାଇବାର କିଛି ସମୟ ପରେ ପ୍ରଥମେ ଖାଇଥିବା ୫ଜଣ ଛୋଟ ଝୋଟ ଛୁଆ ଝାଡା ବାନ୍ତିରେ ଆକ୍ରାନ୍ତ ହେବା ଓ ପରେ ପରେ ପରିବାରର ଅନ୍ୟ ୬ଜଣ ସଦସ୍ୟ ସମାନ ଧରଣର ଝାଡାବାନ୍ତିରେ ଆକ୍ରାନ୍ତ ହୋଇପଡିଥିଲେ । ପ୍ରଥମେ ସେମାନଙ୍କୁ ଶାଳଣିଆଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇତôଲା । ମାତ୍ର ସେଠାରେ କେହି ଡାକ୍ତର ନଥିବାରୁ ସେମାନଙ୍କୁ ଆଜି ସକାଳେ ତାରାମଣି ଦାସ, ଆରତୀ ଦାସ, ସରସ୍ୱତୀ ଦାସ, ପ୍ରଶାନ୍ତ ଦାସ, ସାବିତ୍ରୀ ଦାସ, ଗାୟତ୍ରୀ ଦାସ, ନଳିନି ଦାସ, ସତ୍ୟବ୍ରତ ଦାସ, ଜୟନ୍ତୀ ଦାସ, ବିଷ୍ଣୁ ଚରଣ ଦାସ ପ୍ରମୁଖଙ୍କୁ ଆନନ୍ଦପୁର ଉପଖଣ୍ଡ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ସମସ୍ତଙ୍କୁ ଚିକିତ୍ସା କରାଯାଇଥିଲା । ଖାଦ୍ୟ ବିଷକ୍ରୀୟା ଯୋଗୁଁ ଏପରି ହୋଇଥିବା ଡାକ୍ତର କହିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ