ଖାଦ୍ୟରେ ମାଣ୍ଡିଆର ଉପ ଯୋଗୀ ବୃଦ୍ଧି ପାଇଲେ ମାଣ୍ଡିଆର ଚାହିଦା ବଢିବ : ଅତିରିକ୍ତ ଜିଲ୍ଲାପାଳ

ଛତ୍ରପୁର,(ଦେବଦତ୍ତ ମହାରଣା): ମାଣ୍ଡିଆ ପ୍ରତି ଲୋକଙ୍କ ଆଗ୍ରହ ରହିଛି । ଖାଦ୍ୟରେ ମାଣ୍ଡିଆ ର ଉପଯୋଗୀ ବୃଦ୍ଧି ପାଇଲେ ମାଣ୍ଡିଆର ଚାହିଦା ବଢିବ । ମାଣ୍ଡିଆ ଚାଷର ବୃଦ୍ଧି ଦିଗରେ ଚାଷିମାନଙ୍କୁ ପ୍ରଶିକ୍ଷଣ ଓ ପ୍ରୋତ୍ସାହନ ର ଆବ୍ୟକତା ରହିଛି ବୋଲି ଅତିରିକ୍ତ ଜିଲ୍ଲାପାଳ କବୀନ୍ଦ୍ର କୁମାର ସାହୁ ପ୍ରକାଶ କରିଛନ୍ତି । ଅତିରିକ୍ତ ଜିଲ୍ଲାପାଳ କବୀନ୍ଦ୍ର କୁମାର ସାହୁଙ୍କ ଅଧ୍ୟକ୍ଷତାରେ ସୋମବାର ଗଞ୍ଜାମ ଜିଲ୍ଲାପାଳଙ୍କ ସଦଭାବନା ସମ୍ମିଳନୀ କକ୍ଷ ଠାରେ ଓଡିଶା ବାଜରା ମିଶନ୍ ଅନ୍ତର୍ଗତ ଜିଲ୍ଲା ସ୍ତରୀୟ ମାଣ୍ଡିଆ ସଂଗ୍ରହ ବୈଠକ ଅନୁଷ୍ଠିତ ହୋଇଯାଇଛି । ବାଜରା ଜାତୀୟ ଫସଲର ଉତ୍ପାଦନ ବୃଦ୍ଧି, ପ୍ରକ୍ରୀୟାକରଣ ସୁବିଧା ଓ ସୁଦୃୁଢ କରିବା ଏବଂ ମହିଳାମାନଙ୍କ କଠିନ ଶ୍ରମକୁ ହ୍ରାସ କରିବା, ଉନ୍ନତ ମାର୍କେଟିଂ ପାଇଁ ଉଦ୍ୟଗ ଏବଂ କୃଷକ ଉତ୍ପାଦନ ସଂଗଠନର ପଦୋନ୍ନତି କରିବା ଆଭିମୁଖ୍ୟ ସହିତ ଶିଶୁ ବିକାଶ ଯୋଜନା ଓ ମଧ୍ୟାହ୍ନ ଭୋଜନ କାର୍ଯ୍ୟକ୍ରମ ଜରିଆରେ ରାଜ୍ୟ ପୃଷ୍ଠିକର କାର୍ଯ୍ୟକ୍ରମ ଏବଂ ସାଧାରଣ ବଣ୍ଟନ କରିବା ଲକ୍ଷ୍ୟ ଘେନି ଏହି ମାଣ୍ଡିଆ ଜାତୀୟ ଖାଦ୍ୟକୁ ବୃଦ୍ଧି କରାଯାଉଛି । ଗଞ୍ଜାମ ଜିଲ୍ଲାର ଧରାକୋଟ,ପାତ୍ରପୁର,ସୋରଡା ଓ ପୋଲସରା ବ୍ଲକର ଚାଷୀମାନଙ୍କ ଠାରୁ ବିଭିନ୍ନ ଏଜେନ୍ସି ଜରିଆରେ ମାଣ୍ଡିଆ ସଂଗ୍ରହ କରାଯିବ । ଆଦିବାସୀ ଉନ୍ନୟନ କୋ ଅପରେଟିଭ୍ କୋ-ଅପରେସନ୍ (ଟିଡିସିସିଓଏଲ୍‌) ମାଧ୍ୟମରେ ଏହି ସଂଗ୍ରହ ପ୍ରକ୍ରିୟା ଗତ ଦୁଇ ବର୍ଷ ହେଲା ଗଞ୍ଜାମ ଜିଲ୍ଲାରେ ଆରମ୍ଭ କରାଯାଇଅଛି । କ୍ୱିଇଣ୍ଟାଲ ପିଛା ୩୨୯୫ ଟଙ୍କାରେ ସମସ୍ତ ପ୍ରକାର ମାଣ୍ଡିଆ କିଣାଯାଇ ଚାଷୀଙ୍କ ଜମାଖାତାକୁ ସିଧାସଳଖ ଟଙ୍କା ପ୍ରେରଣ ହେବ । ବିଗତ ବର୍ଷ ଜିଲ୍ଲାର ଚାରିଗୋଟି ବ୍ଲକରେ ୬୧୦.୯୪ କ୍ୱିଇଣ୍ଟାଲ ସଂଗ୍ରହ କରାଯାଇଥିଲା । ଚଳିତ ବର୍ଷ ୪୮୪୩ ଜଣ ଚାଷୀଙ୍କ ଠାରୁ ୫୦୦୦ କ୍ୱିଇଣ୍ଟାଲ ମାଣ୍ଡିଆ ସଂଗ୍ରହ କରାଯିବାର ଲକ୍ଷ୍ୟ ଧାର୍ଯ୍ୟ ରଖାଯାଇଛି । ଚଳିତ ବର୍ଷ ଅକ୍ଟୋବର ୨୭ ତାରିଖ ଠାରୁ ପଞ୍ଜୀକରଣ ଆରମ୍ଭ କରାଯାଇଛି । ବର୍ତ୍ତମାନ ସୁଦ୍ଧା ୪୨୫ ଜଣ ଚାଷୀ ପଞ୍ଜୀକରଣ କରିଛନ୍ତି । ଡିସେମ୍ବର ମାସ ୧୦ ତାରିଖରେ ଟୋକେନ୍ ପ୍ରଦାନ କରାଯାଇ ସେହି ମାସ ୧୫ ତାରିଖ ଠାରୁ ଚିହ୍ନଟ କରାଯାଇଥିବା ସେଣ୍ଟର ମାନଙ୍କରେ ମାଣ୍ଡିଆ ସଂଗ୍ରହ କରାଯିବ ।ଆଜିର ବୈଠକରେ ଆଂଚଳିକ ସଂଯୋଜକ ମଳୟ କୁମାର ସାହୁ ସମସ୍ତ ତଥ୍ୟ ଉପସ୍ଥାପନ କରିଥିବା ବେଳେ ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ଭାସ୍କର ପାଢୀ, ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀ ଉମା ଶଙ୍କର ପତି, ଆତ୍ମାର ଡିପିଡି ସୁବାସ ମହାପାତ୍ର, କୃଷି ଉନ୍ନୟନ ଅଧିକାରୀ ବିଦୂର ସେଠ୍ ମାଝି ପ୍ରମୂଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ