ଖାଦ୍ୟରେ ଲୁଣ ଛିଞ୍ଚିବା କ୍ଷତିକାରକ

ଆମମାନଙ୍କ ଭିତରେ ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ଖାଇବା ପରେ ଖାଦ୍ୟ ଉପରେ ଲୁଣ ଛିଞ୍ôଚଥାନ୍ତି । ବିଶେଷ କରି ଭାତ ଉପରେ ଅନେକ ଲୋକ ଲୁଣ ଛିଞ୍ଚନ୍ତି । ଯେଉଁମାନେ ଏଭଳି କାର୍ଯ୍ୟରେ ଅଭ୍ୟସ୍ତ,ସେମାନଙ୍କ ପାଇଁ ଖରାପ ଖବର । ଖାଦ୍ୟ ଉପରେ ଲୁଣ ଛିଞ୍ଚି ଖାଇଲେ ବିଭିନ୍ନ ପ୍ରକାରର ଶାରୀରିକ ସମସ୍ୟା ଦେଖା ଦେଇଥାଏ । ଲୁଣ ଏଭଳି ଏକ ଜିନିଷ ଯାହାର ସେବନ ଉପଯୁକ୍ତ ମାତ୍ରାରେ ହେବା ଆବଶ୍ୟକ । ଏହା ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଜରୁରୀ । ଖାଦ୍ୟରେ ଲୁଣର ମାତ୍ରା କମ୍ ହେଲେ ବା ଅଧିକ ହେଲେ, ତାହା ଶରୀର ପାଇଁ କ୍ଷତିକାରକ । ସ୍ୱାସ୍ଥ୍ୟ ବିଶେଷଜ୍ଞମାନଙ୍କ ସୂଚନା ଅନୁଯାୟୀ ଅଧିକ ମାତ୍ରାରେ ଲୁଣ ଖାଇବା ଫଳରେ ରକ୍ତଚାପ, ମୋଟାପା ଓ ଆଜ୍ମା ଆଦି ରୋଗ ହେବାର ଆଶଙ୍କା ଥାଏ । ଅନ୍ୟପକ୍ଷରେ କଞ୍ଚା ଲୁଣ ଖାଇଲେ ହୃଦ୍ରୋଗ, କିଡନି ରାଗ ଆଦି ହେବାର ଆଶଙ୍କା ବଢିଯାଇଥାଏ । ରନ୍ଧା ଖାଦ୍ୟରେ କଞ୍ଚା ଲୁଣ ଛିଞ୍ଚି ଖାଇ ଏସବୁ ରୋଗ ହେବାର ଆଶଙ୍କା ଅଧିକ ବୃଦ୍ଧି ପାଇଥାଏ, କାରଣ ଏହି ଲୁଣ ସହଜରେ ହଜମ ହୋଇନଥାଏ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ