ଖାଦ୍ୟ ଏବଂ ସାମାଜିକ ସୁରକ୍ଷାରୁ ବଞ୍ଚିତ ଭିନ୍ନକ୍ଷମ ରାନୀ
ଉଦଳା,(ରାଜୀବ ବେହେରା ): ମୟୁରଭଞ୍ଜ ଜିଲ୍ଲା ଖୁଣ୍ଟା ବ୍ଲକ ଉଦଳା ଥାନା ଅଧୀନ ଧାନଘେରା ଗ୍ରାମର ରାନୀ ଦେବୀ ଦେହୁରୀ ଏକ ଦୁର୍ଘଟଣା ରେ ନିଜର ବାମ ଗୋଡ ଟି ସମ୍ପୂର୍ଣ ହରାଇ ଛନ୍ତି, ଆଉ ବହୁ କଷ୍ଟରେ ଗୋଡ଼ଟି ଅପରେସନ ପରେ କାଟି ଦିଆ ଯାଇଛି, ଆଉ ସେହି ଗୋଡ଼ରେ ଗୋଟେ ପ୍ଲାଷ୍ଟିକ ଗୋଡ ମଧ୍ୟ ରାନୀ ଙ୍କ ବାପା ଜଗବନ୍ଧୁ ଚୌଧୁରୀ ବହୁ କଷ୍ଟରେ ପଇସା ପତ୍ର ଯୋଗାଡ଼ କରି ଲଗାଇ ଥିଲେ l ହେଲେ ବାପାଙ୍କ ଦେହାନ୍ତ ହୋଇଯିବା ଫଳରେ ରାନୀ ପୁରା ବେସାହlରା ହୋଇ ଯାଇ ଛନ୍ତି l ଏବେ ସେ ଭିନ୍ନକ୍ଷମ ଭାବେ ଜୀବନ ବିତାଇବା ସାଙ୍ଗକୁ ବହୁ ଅସୁବିଧା ର ସମ୍ମୁଖୀନ ହେଉଛନ୍ତି l ଦୁଃଖ ଆଉ ପରୀତାର ବିଷୟ ରାନୀ ୧୦୦ ପ୍ରତିଶତ ଭିନ୍ନକ୍ଷମ ହୋଇ ଥିଲେ ମଧ୍ୟ ତାଙ୍କୁ ୬୫ ଶତକଡା ଦିଆ ଯାଇଛି l ସରକାରୀ ସହାୟତା କହିଲେ ମୁଣ୍ଡ ପିଛା ୫ କିଗ୍ରା ଚାଉଳ ଏବଂ ୧୦୦୦ ଟଙ୍କା ଭିନ୍ନକ୍ଷମ ଭତ୍ତାବାସ ଏତିକି ମିଳୁଛି ଭିନ୍ନକ୍ଷମ ରାନୀ ଙ୍କୁ l ଏବେ ତାଙ୍କର ବୟସ ୩୮ ପାଖାପାଖି ହେଵାକୁ ହେଲାଣି ୧୦୦୦ ଏବଂ ୫ କିଲୋ ଚାଉଳ ଚଳିବା ପାଇଁ ତାହା ଯଥେଷ୍ଟ ନୁହଁ l ତେବେ ଏଥିପାଇଁ ବାପାଙ୍କ ଦେହାନ୍ତ ପରେ ପ୍ରଶାସନ ନିକଟରେ ନିଜର ଗୁହାରୀ ଜଣାଇଛନ୍ତି, ରାନୀ ଙ୍କ କହିବା ଅନୁସାରେ ସରକାର ତରଫରୁ ତାଙ୍କୁ ୮୦ ଶତକଡା ରୁ ଅଧିକ ପରସେଣ୍ଟ ଦେଇ ବର୍ଦ୍ଧିତ ଭତ୍ତା ପ୍ରଦାନ ଏବଂ ଖାଦ୍ୟ ସୁରକ୍ଷା ଯୋଜନା ରେ ଏକ ୩୫ କିଲୋ ଚାଉଳ କାର୍ଡ, ଘର ଓ ଏକ ବେଟେରୀ ଚାଳିତ ଗାଡ଼ି ଟିଏ ପ୍ରଦାନ ପାଇଁ ସରକାର ଏବଂ ସ୍ଥାନୀୟ ପ୍ରଶାସନ କୁ ନିବେଦନ କରିଛନ୍ତି l ଏସବୁ ର ଅଭାବ ଥିବାରୁ ଯାହା ରାନୀ ଙ୍କ ପାଇଁ ବଡ ସମସ୍ୟା ଦେଖା ଦେଇଛି l ଆଉ ବାରମ୍ବାର ପ୍ରଶାସନ ନିକଟକୁ ଏହି ଛୋଟା ଗୋଡ଼ରେ ଦୌଡ଼ି ଛନ୍ତି I ତେବେ ସରକାର ଦେଉଥିବା ସାମାଜିକ ସୁରକ୍ଷା ଯୋଜନାରେ ଭତା ଓ ଖାଦ୍ୟ ଯୋଜନାରେ ଚାଉଳ” ରାନୀ” ପାଇପାରି ନାହାଁନ୍ତି। ଏଥିପାଇଁ ସେ ବିଭିନ୍ନ ସମୟ ରେ ପ୍ରଶାସନ ନିକଟରେ ଦ୍ୱାରସ୍ଥା ହୋଇ ମଧ୍ଯ କୌଣସି ସୁଫଳ ମିଳି ନଥିବାର କଥା ଜଣାଇଛନ୍ତି । ଗରିବ ହୋଇ ଗରିବ ସୀମାରେଖା ରେ ରହି ଥିଲେ ମଧ୍ୟ ଯିବା ଆସିବା ଏବଂ ଚଳିବାକୁ ଏହି ଭଳି ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ବେଳେ ନିରବ ଦ୍ରଷ୍ଟା ସାଜିଛି ପ୍ରଶାସନ । ବିଭାଗୀୟ କତୃପକ୍ଷ ତୁରନ୍ତ ଏଥି ପ୍ରତି ଦୃଷ୍ଟି ଦେବାକୁ ଦାବି ହେଉଛି l