ଖାଦ୍ୟ କମ୍‌ କରିବାକୁ ଚାହୁଁଥିଲେ ଖାଆନ୍ତୁ ଏକୁଟିଆ

ଯଦି ଶରୀରକୁ ସୁଢ଼ଳ କରିବା ପାଇଁ କମ୍‌ ଭୋଜନ କରିବାକୁ ଚାହୁଥିଲେ, ଏକୁଟିଆ ଖାଇବା ଅଭ୍ୟାସ କରନ୍ତୁ। ଏକ ନୂଆ ଗବେଷଣାରୁ ଜଣାପଡ଼ିଛି ଯେ ବ୍ୟକ୍ତି ସାଙ୍ଗସାଥୀ କିମ୍ବା ପରିଜନଙ୍କ ସହିତ ଅଧିକ ମାତ୍ରାରେ ଭୋଜନ କରି ନିଅନ୍ତି। ଆମେରିକାନ୍‌ ସୋସାଇଟି ଅଫ୍‌ କ୍ଲିନିକାଲ ନ୍ୟୁଟ୍ରିସନ୍‌ରେ ପ୍ରକାଶିତ ଗବେଷଣାରେ କୁହାଯାଇଛି ଯେ ସାମାଜିକ ରୂପରେ ଭୋଜନ କରିବା ସମୟରେ ବ୍ୟକ୍ତି ଅଧିକ ଖାଦ୍ୟ ଖାଇଥାନ୍ତି, କିନ୍ତୁ ଏକୁଟିଆ ଖାଇବା ଫଳରେ ତାହାଠାରୁ କାହିଁ କେତେଗୁଣା କମ୍‌ ଖାଇଥାନ୍ତି। ବ୍ରିଟେନ୍‌ର ବର୍ମିଘମ ବିଶ୍ବବିଦ୍ୟାଳୟର ଗବେଷକ ହେଲେନ ରୁଡାକ୍‌ କହିଛନ୍ତି ଯେ ତାଙ୍କୁ ପୂରା ପ୍ରମାଣ ମିଳିଛି ଯେ ଏକୁଟିଆ ଭୋଜନ କରିବା ତୁଳନାରେ ବ୍ୟକ୍ତି ପରିଜନ ଓ ବନ୍ଧୁଙ୍କ ସହ ବସି ଅଧିକ ଖାଦ୍ୟ ଖାଇଥାନ୍ତି। ପୂର୍ବରୁ ହୋଇଥିବା ଗବେଷଣାରୁ ଜଣାପଡ଼ିଛି ଯେ ଅନ୍ୟମାନଙ୍କ ସହିତ ଖାଉଥିବା ବ୍ୟକ୍ତି ଏକୁଟିଆ ଭୋଜନ କରୁଥିବା ବ୍ୟକ୍ତିଙ୍କ ତୁଳନାରେ ୪୮ ପ୍ରତିଶତ ଅଧିକ ଖାଦ୍ୟ ଖାଇଥାନ୍ତି। ସେହିପରି ମୋଟାପଣରେ ପୀଡ଼ିତ ମହିଳାମାନେ ଏକୁଟିଆ ଖାଇବା ତୁଳନାରେ ଏକାଠି ଖାଇବା ଫଳରେ ୨୯ ପ୍ରତିଶତ ଅଧିକ ଖାଦ୍ୟ ଖାଇଥାନ୍ତି। ଗବେଷଣା ପାଇଁ ଗବେଷକମାନେ ସାମୁଦାୟିକ ଭାବେ ଭୋଜନ କରିବାର ୪୨ଟି ଗବେଷଣାର ତଥ୍ୟ ଆଧାରରେ ଏହି ଫଳାଫଳରେ ପହଞ୍ଚିଛନ୍ତି। ଗବେଷକମାନେ କହିଛନ୍ତି ଯେ ବ୍ୟକ୍ତି ବନ୍ଧୁ ଓ ପରିଜନଙ୍କ ସହିତ ଅଧିକ ମାତ୍ରାରେ ଏଥିପାଇଁ ଭୋଜନ କରିଥାନ୍ତି, କାରଣ ଅନ୍ୟମାନଙ୍କ ସହିତ ଖାଦ୍ୟ ଖାଇବା ଭୋଜନ କରିବାର ମାତ୍ରା ବଢ଼ିଯାଏ ଓ ଏହା ଆନନ୍ଦମୟ ହୋଇଥାଏ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ