ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପରେ ଥିବା ସମସ୍ୟା ନେଇ ଯୋଗାଯୋଗ କରୁଛି ମନ୍ତ୍ରଣାଳୟ

ନୂଆଦିଲ୍ଲୀ : ଖାଦ୍ୟ ପ୍ରକ୍ରିୟାକରଣ କ୍ଷେତ୍ରରେ ଦେଖାଦେଇଥିବା ବିଭିନ୍ନ ସମସ୍ୟାର ସମାଧାନ ଲାଗି ମନ୍ତ୍ରଣାଳୟ ଏହାର ବିଭାଗଗୁଡିକୁ କାମରେ ଲଗାଇବ ବୋଲି ମନ୍ତ୍ରୀ ଶ୍ରୀମତୀ ହରସିମରତ କୌର ବାଦଲ ଶିଳ୍ପ ପ୍ରତିନିଧିମାନଙ୍କ ସହ ଦ୍ଵିତୀୟ ଭିଡିଓ କନଫରେନ୍ସ କାଳରେ କହିଛନ୍ତି । ଲକଡାଉନ ପରେ କିପରି ଅଧିକ ମାତ୍ରାରେ ପ୍ରକ୍ରିୟାକରଣ ଶିଳ୍ପକୁ କ୍ରିୟାଶୀଳ କରାଯିବ ସେଥିନେଇ ଫିକି, ସିଏଚ, ଆସୋକାମ, ପିଏଚଡିସିସିଆଇ ଏବଂ ଅନ୍ୟମାନଙ୍କ ସହ ଆଲୋଚନା କରାଯାଇଥିଲା । କ୍ଷ୍ୟୁଦ୍ରାତିକ୍ଷୁଦ୍ର ସମସ୍ୟାଗୁଡ଼ିକର ସମାଧାନ ନିମନ୍ତେ ଏକ ଅଭିଯୋଗ ପ୍ରକୋଷ୍ଠ ଖୋଲା ଯାଇଛି । ଏଥିରେ ଖାଦ୍ୟ ଓ ମେଡ଼ିସିନର ଉପଲବ୍ଧତା ଭଳି ଶତକଡା ୫୦ ଭାଗ ସମସ୍ୟା ସମାଧାନ କରାଯାଇଛି । ଏଦିଗରେ ମନ୍ତ୍ରଣାଳୟ ସମସ୍ତ ସହାୟତା ଯୋଗାଉଥିବାରୁ ଶିଳ୍ପ ପ୍ରତିନିଧୀମାନେ ସନ୍ତୋଷ ବ୍ୟକ୍ତ କରିଥିଲେ । ଲକଡାଉନ ଉଠିବା ପରେ ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ ଯେପରି ସୁରୁଖୁରୁରେ ଚାଲିବ, ସେଥିନେଇ ବିଭାଗୀୟ ମନ୍ତ୍ରୀ ଶିଳ୍ପ ପ୍ରତିନିଧିମାନଙ୍କଠାରୁ ପ୍ରସ୍ତାବମାନ ଆମନ୍ତ୍ରଣ କରିଥିଲେ । ଶିଳ୍ପ ପ୍ରତିନିଧୀମାନେ ଶ୍ରମିକମାନଙ୍କ କାମକୁ ଫେରିବା, ଏଥିପାଇଁ ଆବଶ୍ୟକ ସ୍ଵତନ୍ତ୍ର ଟ୍ରେନର ବ୍ୟବସ୍ଥା, କୃଷିଜାତ ଦ୍ରବ୍ୟ ଆହରଣ ନିମନ୍ତେ ଚଳନ୍ତି ପୁଞ୍ଜି ବ୍ୟବସ୍ଥା ଇତ୍ୟାଦି ବିଷୟ ଉପରେ ମନ୍ତ୍ରୀଙ୍କ ଦ୍ରୁଷ୍ଟି ଆକର୍ଷଣ କରିଥିଲେ । କେନ୍ଦ୍ର ମନ୍ତ୍ରୀ ଶ୍ରୀମତୀ କୌର ବିଭିନ୍ନ ପ୍ରସ୍ତାବ ପାଇଁ ଶିଳ୍ପ ପ୍ରତିନିଧିମାନଙ୍କୁ ଧନ୍ୟବାଦ ଦେଇଥିବା ବେଳେ ବିଭାଗୀୟ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ରାମେଶ୍ଵର ତେଲି, ପ୍ରତିନିଧୀମାନେ ବିଭିନ୍ନ ଉତ୍ତର-ପୂର୍ବାଞ୍ଚଳର ସମସ୍ୟା ଉଠାଇଥିବାରୁ ତାହାର ସ୍ଵାଗତ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ