ଖାଦ୍ୟ ସୁରକ୍ଷା ପ୍ରଶିକ୍ଷଣ କର୍ମଶାଳା

ଢ଼େଙ୍କାନାଳ, (ଯୁଗାବ୍ଦ ନ୍ୟୁଜ):ଗତକାଲି ଢ଼େଙ୍କାନାଳ ଜିଲ୍ଲାର କାମାକ୍ଷାନଗର ବ୍ଲକ ସ୍ଥିତ ସାହୁ ହୋଟେଲଠାରେ ଖାଦ୍ୟ ସୁରକ୍ଷା ଓ ନିରାପତ୍ତାର (ୠଙଝଞଇଉ) । ର ଏକ ପ୍ରଶିକ୍ଷଣ କର୍ମଶାଳା ଆୟୋଜିତ ହୋଇଯାଇଛି । ଏହି ପ୍ରଶିକ୍ଷଣରେ ଆରୋମା ଶିକ୍ଷା ଓ ସେବା ସମିତିର ରାଜ୍ୟ ସଂଯୋଜକ ଶ୍ରୀ ବିଭୂତି ଭୂଷଣ ଲେଙ୍କା ଓରଜିନ ଉଦ୍ୟୋଗର ସଂଯୋଜକ ମନୋଜ କୁମାର ମହାନ୍ତି ଏବଂ ମୁଖ୍ୟ ପ୍ରଶିକ୍ଷକ ରଞ୍ଜନ କୁମାର ମଲ୍ଲିକ ଉପସ୍ଥିତ ରହିଥିଲେ । ଏହି ପ୍ରଶିକ୍ଷଣ କର୍ମଶାଳାରେ ଖାଦ୍ୟ ବ୍ୟବସାୟ କରୁଥିବା ବ୍ୟବସାୟୀ କିପରି ଖାଦ୍ୟ ପ୍ରସ୍ତୁତି ସମୟରେ ସ୍ୱଚ୍ଛତାକୁ ପାଳନ କରିବେ ଏବଂ ବିକ୍ରୟ ସମୟରେ ହାତରେ ଗ୍ଲୋବ୍ସ ଏବଂ ମୁଣ୍ଡରେ କ୍ୟାପ ଲଗାଇବା ପାଇଁ ନିୟମ ପାଳନ କରନ୍ତୁ ବୋଲି ବୁଝାଇଥିଲେ । ବ୍ୟକ୍ତିଗତ ସ୍ୱାସ୍ଥ୍ୟ ପାଇଁ ବର୍ଷକୁ ଥରେ ସ୍ୱାସ୍ଥ୍ୟ ପରୀକ୍ଷା ଅନିବାର୍ଯ୍ୟ ବୋଲି କହିଥିଲେ । ପୋଷାକ ଏବଂ ସ୍ୱାସ୍ଥ୍ୟଯତ୍ନ ନେବାକୁ କହିଥିଲେ । ଦେହ ଅସୁସ୍ଥ ହେଲେ ସୁସ୍ଥ ହେବା ପର୍ଯ୍ୟନ୍ତ ବ୍ୟବସାୟ ନକରିବା କଥା ଆଲୋକପାତ କରିଥିଲେ । ଅପମିଶ୍ରଣକୁ କିପରି ରୋକାଯାଇପାରିବ ସେ ବିଷୟରେ ବୁଝାଇଥିଲେ ଏବଂ ଖାଇବା ତେଲ ମୁଖ୍ୟତ ଏହାର ସ୍ୱଚ୍ଛତା ଉପରେ ଦୃଷ୍ଟି ଆକର୍ଷଣ କରିଥିଲେ । ଆମର ଆରୋଗ୍ୟ ସେବାର ରାଜ୍ୟ ସଂଯୋଜକ ବିଭୂତି ଭୂଷଣ ଲେଙ୍କା ମହୋଦୟ ଅପମିଶ୍ରଣ କିପରି ଦୃଢ଼ ହସ୍ତରେ ରୋକିବା ପାଇଁ ସଂକଳ୍ପ ନେବାକୁ ଆହ୍ୱାନ ଦେଇଥିଲେ । ଏହାର ସୁଫଳ ପରିଣାମ ଦେଖି ଭବିଷ୍ୟତକୁ ଆମେ ଖୁସି ହେବା ବୋଲି କହିଥିଲେ । ଏହି କାର୍ଯ୍ୟକ୍ରମକୁ ଢ଼େଙ୍କାନାଳ ଜିଲ୍ଲା ସଂଯୋଜକ ଜବାହର ଲାଲ ଓଝା ଏବଂ ଆଲୋକପ୍ରଭା ସାହୁ ପରିଚାଳନା କରିଥିଲେ । ଏହି ସଭାରେ ୧୦୦ଜଣ ବ୍ୟବସାୟୀଙ୍କୁ ଦୁଇଟି ବ୍ୟାଚ୍‌ରେ ପ୍ରଶିକ୍ଷଣ କରାଯାଇଥିଲା । ଏହି କର୍ମଶାଳାରେ ଆମ ସଂଗଠନର ପ୍ରଭାକର ରାଉତ, ବିରଞ୍ଚି ନାରାୟଣ, ରାମଚନ୍ଦ୍ର, ସୁଧୀର ଏବଂ ଏହାର ଆୟୋଜନକୁ ଖୋର୍ଦ୍ଧା ଜିଲ୍ଲା ଭୁବନେଶ୍ୱରର ମୁଖ୍ୟ କାର୍ଯ୍ୟାଳୟରେ ସଂଯୋଜକ ଶ୍ରୀନିବାସ ରଥ ଏବଂ କବିରାଣୀ ନାୟକ ସଂଯୋଜନା କରିଥିଲେ । ଶେଷରେ ନୃସିଂହଚରଣ ଧନ୍ୟବାଦ ବାର୍ତ୍ତା ରଖିଥିଲେ । ଏହି ସଭାରେ ଖୋର୍ଦ୍ଧା ଜିଲ୍ଲା ସଂଯୋଜକ ସଂଗ୍ରାମ କେଶରୀ ବଳିୟାର ସିଂହ ପ୍ରତ୍ୟେକ୍ଷ ଉପରେ ଉପସ୍ଥିତ ରହି ପରିଚାଳନା କାର୍ଯ୍ୟ ସଂଯୋଜନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ