ଖାଦ୍ୟ ସୁରକ୍ଷା ଯୋଜନାରେ ଆହୁରି ୧୬ହଜାର ଲୋକଙ୍କ ଆଧାର ସଂଯୋଗ ବାକି

ହାଟଡ଼ିହି,(ଯୁଗାବ୍ଦ ନ୍ୟୁଜ୍) : କେନ୍ଦ୍ର ସରକାର ଖାଦ୍ୟ ସୁରକ୍ଷା ଯୋଜନାରେ ସମସ୍ତ ହିତାଧିକାରୀଙ୍କ ଆଧାର ସଂଯୋଗକୁ ବାଧ୍ୟତା ମୁଳକ କରିବାପାଇଁ ନିଷ୍ପତି ନେଇଥିବାବେଳେ ଏହାର ଅବଧି ଅଗଷ୍ଟ ୩୧ତାରିଖ ସୁଧା ରହିଛି । ଗତ ତିନିମାସ ହେଲା ଏହି କାର୍ଯ୍ୟକ୍ରମ ଚାଲୁ ରହିଥିବାବେଳେ ହାଟଡିହି ବ୍ଲକରେ ଆଜି ସୁଧା ୧୬ହଜାର ୨୫୫ହିତାଧିକାରୀଙ୍କ ଆଧାର ସଂଯୋଗ ବାକି ରହିଥିବା ଜଣାଯାଇଛି । ଆଧାର ସଂଯୋଗର ଅବଧି ଆଉମାତ୍ର ୧୦ଦିନଥିବାବେଳେ ଏତେ କମ ଦିନ ଭିତରେ ଏତେ ସଂଖ୍ୟକ ହିତାଧିକାରୀ କିପରି ଆଧାର ସଂଯୋଗ କରିବେ ସେନେଇ ଆଶଙ୍କା ସୃଷ୍ଟି ହୋଇଛି । ହାଟଡିହି ବ୍ଲକରେ ମୋଟ ୧ଲକ୍ଷ ୪୫ହଜାର ହିତାଧିକାରୀଙ୍କ ମଧ୍ୟରୁ ପ୍ରଥମ ପର୍ଯ୍ୟୟରେ ୭୪ହଜାର ଆଧାର ସଂଯୋଗ କରାଯାଇଥିବାବେଳେ ୭୧ହଜାର ହିତାଧିକାରୀଙ୍କ ଆଧାର ସଂଯୋଗ ହୋଇପାରିନଥିଲା । ଆଧାର ସଂଯୋଗ ନହେଲେ ଖାଦ୍ୟ ସାମଗ୍ରୀ ମିଳିବ ନାହିଁ ବୋଲି ସରକାର ନିଷ୍ପତି ନେବାପରେ ଅଗଷ୍ଟ ୩୧ତାରିଖ ସୁଧା ଏହାର ଶେଷ ସମୟ ରଖାଯାଇଥିବାରୁ ବ୍ଲକ ଯୋଗାଣ ବିଭାଗ ପକ୍ଷରୁ ପ୍ରଚାର ପ୍ରସାର କରାଯାଇ ଲୋକମାନଙ୍କୁ ସଚେତନ କରାଯିବା ପରେ ଦ୍ୱିତୀୟ ପର୍ଯ୍ୟାୟରେ ଆଜି ସୁଧା ୫୦ହଜାର ଲୋକଙ୍କ ଆଧାର ସଂଯୋଗ ହୋଇପାରିଛି । ଏବେ ବ୍ଲକ ଯୋଗାଣ ଅଧିକାରୀ ଶ୍ୟାମ ମାଝୀ ଓ ଡିଇଓ ଜୀବନ ରାଉତ ପ୍ରମୁଖ ବ୍ଲକ କାର୍ଯ୍ୟାଳୟ ପରିସରରେ ଉପସ୍ଥିତ ରହି ଏହି କାର୍ଯ୍ୟକୁ ତ୍ୱରାନ୍ୱୀତ କରିଛନ୍ତି । ଏବେସୁଧା ୧୬୨୫୫ଜଣ ହିତାଧିକାରୀଙ୍କ ଆଧାର ସଂଯୋଗ ବାକିଥିବା ବ୍ଲକ ଯୋଗାଣ ଅଧିକାରୀ ଶ୍ୟାମ ମାଝୀ ସୁଚନା ଦେଇଛନ୍ତି । ଆଜି ସୁଧା ହଦଗଡ ପଞ୍ଚାୟତରେ ସର୍ବାଧିକ ୨୫୩୯ଜଣ ହିତାଧିକାରୀଙ୍କ ନାମ ଆଧାର ଲିଙ୍କ ହୋଇନଥିବାବେଳେ ।କ ବାଲିପାଳ ପଞ୍ଚାୟତରେ ୧୬୮୫, ବାଲିବରେଇ ପଞ୍ଚାୟତରେ ୧୫୭୧, ଆମ୍ବୋ ପଞ୍ଚାୟତରେ ୧୬୦୨, ଢ଼େଙ୍କାରେ ୧୫୦୮, ଜମ୍ଭୀରା ପଞ୍ଚାୟତରେ୧୩୦୨, ବଡରମ୍ପାସ ପଞ୍ଚାୟତରେ ୧୩୬୭, ସଢ଼ା ପଞ୍ଚାୟତରେ୧୦୭୬, ପଢ଼ିଆରିପଲ୍ଲି ପଞ୍ଚାୟତରେ ୧୦୬୦, ପନ୍ଦାଡୋ ପଞ୍ଚାୟତରେ ୮୮୬, ଶାସଙ୍ଗରେ ୩୪୫, ଶାଳଣିଆଁରେ ୭୧୫, ହାଟଡିହିରେ ୯୫୯, ବଞ୍ଚୋ ପଞ୍ଚାୟତରେ୪୯୮, ଧନୁର୍ଜୟପୁର ପଞ୍ଚାୟତରେ ୫୮୯ଅକରୁଆ ପଞ୍ଚାୟତରେ ୬୯୮, ବାଙ୍ଗୋର ପଞ୍ଚାୟତରେ ୫୪୭, ଷଡଙ୍ଗ ପଞ୍ଚାୟତରେ ୭୯୩, ଆଇତିପୁର ପଞ୍ଚାୟତରେ ୩୦୮ ହିତାଧିକାରୀଙ୍କ ଆଧାର ସଂଯୋଗ ବାକି ରହିଛି । କିନ୍ତୁ ଏତେ କମ ଦିନ ମଦ୍ୟରେ ୧୬ହଜାର ହିତାଧିକାରୀଙ୍କ ଆଧାର ସଂଯୋଗ ହେବାନେଇ ସନ୍ଦେହ ପ୍ରକାଶ ପାଇଛି । କିପରି ହିତାଧିକାରୀମାନେ ଏଥିପ୍ରତି ସଚେତନ ହୋଇ ଅଗଷ୍ଟ ୩୧ସୁଧା ଆଧାର ସଂଯୋଗ କରାଇନେବେ ସେଥିପ୍ରତି ସରପଞ୍ଚ, ୱାର୍ଡସଭ୍ୟସଭ୍ୟାଙ୍କ ମାଧ୍ୟମରେ ଜନ ସଚେତନତା ସୃଷ୍ଟି କରାଯାଉଛି ବୋଲି ଯୋଗାଣ ଅଧିକାରୀ କହିଛନ୍ତି । ସମସ୍ତଙ୍କ ସହଯୋଗ ମିଳିଲେ ଆଧାର ସଂଯୋଗ ସମ୍ପୁର୍ଣ୍ଣ ହୋଇପାରିବ ବୋଲି ଯୋଗାଣ ଅଧିକାରୀ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି । ଆଧାର ସଂଯୋଗ ଯୋଗୁଁ ଦୁଇ ତିନୋଟି ସ୍ଥାନରେ ନାମ ଥିବା ଏକ ହଜାରରୁ ଉର୍ଦ୍ଧ ହିତାଧିକାରୀଙ୍କ ନାମ ବାଦ ପଡିଲାଣି ବୋଲି ସେ କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ