ଖାଦ୍ୟ ସୁରକ୍ଷା ଯୋଜନାରେ ନୂଆ ହିତାଧିକାରୀ ସାମିଲ

ଭୁବନେଶ୍ୱର: କରୋନା ମୁକାବିଲାରେ ରାଜ୍ୟ ସରକାର ଜନତାଙ୍କ ଖାଦ୍ୟ ନିରାପତ୍ତାକୁ ଗୁରୁତ୍ୱ ଦେଉଛନ୍ତି । ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ନୂଆ ୨.୩୭ ଲକ୍ଷ ହିତାଧିକାରୀଙ୍କୁ ସାମିଲ କରିଛନ୍ତି । ଏହି ସୂଚନା ଦେଇଛନ୍ତି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ । ଏହି ଯୋଜନାରେ ରାସନ ସାମଗ୍ରୀ ଯୋଗାଇବା ପ୍ରକ୍ରିୟାକୁ ତ୍ୱରିତ କରିବାକୁ ଶ୍ରୀ ସ୍ୱାଇଁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।
ଶ୍ରୀ ସ୍ୱାଇଁଙ୍କ ସୂଚନା ମୁତାବକ, କରୋନା ଭୂତାଣୁ ସଂକ୍ରମଣର (କୋଭିଡ-୧୯) ମୁକାବିଲା ପାଇଁ ସାରା ରାଜ୍ୟରେ ଲକଡାଉନ ବଳବତ୍ତର ରହିଛି । ପ୍ରତି ଜିଲ୍ଲା ପାଇଁ ଧାର୍ଯ୍ୟ ହୋଇଥିବା ଲକ୍ଷ୍ୟ ହିସାବରେ ଯୋଗ୍ୟ ହିତାଧିକାରୀଙ୍କୁ ସାମିଲ କରାଯାଉଛି । ଏହାଛଡ଼ା ବାହାର ରାଜ୍ୟରୁ ଆସୁଥିବା ପ୍ରବାସୀ ଓଡ଼ିଆଙ୍କୁ ମଧ୍ୟରୁ ଯୋଗ୍ୟ ବିବେଚିତଙ୍କୁ ମଧ୍ୟ ଏହି ଯୋଜନାରେ ସାମିଲ କରାଯାଉଛି । ମହାମାରୀ ବେଳେ ମୋଟ ୯୨ ଲକ୍ଷ ୬୦ ହଜାର ୮୮୫ ଜଣ ରାସନ କାର୍ଡଧାରୀଙ୍କୁ ଆଗୁଆ ତ୍ରୈମାସିକ ରାସନ ସାମଗ୍ରୀ ଏକ କାଳୀନ ପ୍ରଦାନ ପ୍ରକ୍ରିୟାରେ ଚାଉଳ ଓ ଗହମ ଯୋଗାଇ ଦିଆଯାଇଛି ।
ମାର୍ଚ୍ଚ ୨୧ତାରିଖରୁ ଏଯାଏଁ ରାଜ୍ୟର ୮୬ ହଜାର ୨୬୮ ପରିବାରରେ ୨ ଲକ୍ଷ ୩୭ ହଜାର ୧୨୧ ଜଣ ନୂତନ ହିତାଧିକାରୀଙ୍କୁ ସାମିଲ କରାଯାଇଛି । ଏଥିରେ ବାଲେଶ୍ୱରର ୨୦,୫୮୧ ଜଣ, ବଲାଙ୍ଗୀରର ୨୫,୯୩୯ ଜଣ, ଗଞ୍ଜାମର ୩୨,୩୨୩ ଜଣ, ଯାଜପୁରର ୧୯,୬୭୫ ଜଣ, କେନ୍ଦ୍ରାପଡ଼ାର ୧୧,୯୮୪ ଜଣ, ପୁରୀର ୧୦,୯୪୨ ଜଣ, କଳାହାଣ୍ଡିର ୯,୨୨୩ ଜଣ, କୋରାପୁଟର ୯,୬୮୮ ଜଣ, ସୁନ୍ଦରଗଡ଼ର ୯୯୬୪ ଜଣ ନୂତନ ହିତାଧିକାରୀ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ସାମିଲ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ