ଖାଦ୍ୟ ସୁରକ୍ଷା ଯୋଜନାର ଶୁଭାରମ୍ଭ କଲେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ

ଆଜି ନୂଆଦିଲ୍ଲୀ ଠାରେ ବିଶ୍ୱ ଖାଦ୍ୟ ଦିବସ ୨୦୧୯ ସମାରୋହରେ ‘ଖାଦ୍ୟ ସୁରକ୍ଷା ମିତ୍ର (ଏଫଏସଏମ)’ ଯୋଜନାର ଶୁଭାରମ୍ଭ କରିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡା. ହର୍ଷ ବର୍ଦ୍ଧନ । ଏହା ସହିତ ଖାଦ୍ୟ ସୁରକ୍ଷା ପରିଚାଳନାକୁ ସୁଦୃଢ଼ କରିବା ତଥା ‘ଇଟ ରାଇଟ ଇଣ୍ଡିଆ’ ଆନ୍ଦୋଳନକୁ ବ୍ୟାପକ କରିବା ଲାଗି ‘ଇଟ ରାଇଟ ଜ୍ୟାକେଟ’ ଓ ‘ଇଟ ରାଇଟ ଝୋଲା’ ଯୋଜନାର ମଧ୍ୟ ଶୁଭାରମ୍ଭ କରାଯାଇଛି । ଞ୍ଛଲୋକଙ୍କ ପାଖରେ ସହଜରେ ପହଁଚିପାରୁଥିବା ସମାଜର ବିଶିଷ୍ଟ ବ୍ୟକ୍ତିମାନଙ୍କୁ ନେଇ ଆମେ ପ୍ରତ୍ୟେକଙ୍କ ନିକଟରେ ପହଁଚିପାରିବା । ଆମକୁ ସମାଜର ସବୁ ବର୍ଗର ଲୋକଙ୍କୁ ‘ଇଟ ରାଇଟ\nଇଣ୍ଡିଆ’ ଆନ୍ଦୋଳନରେ ସାମିଲ କରିବାକୁ ହେବ । ଯଦ୍ଦ୍ୱାରା ଏହି ଆନ୍ଦୋଳର ସାରା ଦେଶରେ ପ୍ରସାର ଲାଭ କରିପାରିବ ବୋଲି ନିଜ ଉଦବୋଧନରେ କହିଛନ୍ତି ଡା. ହର୍ଷ ବର୍ଦ୍ଧନ । ଏହି ଦିବସର ବିଷୟବସ୍ତୁ ଥିଲା ଞ୍ଛକ୍ଷୁଧା ମୁକ୍ତ ବିଶ୍ୱ ପାଇଁ ସ୍ୱାସ୍ଥ୍ୟପ୍ରଦ ଖାଦ୍ୟ‛ । ସାମାଜିକ ଏବଂ ଅଭ୍ୟାସଗତ ପରିବର୍ତନ ଲାଗି ‘ଇଟ ରାଇଟ ଇଣ୍ଡିଆ’ ଆନ୍ଦୋଳନ ବିଶେଷ ଗୁରୁତ୍ୱପୂର୍ଣ୍ଣ ବୋଲି ଡା. ହର୍ଷ ବର୍ଦ୍ଧନ କହିଥିଲେ । ଏହି ଆନ୍ଦୋଳନର ସଫଳତାକୁ ସମାଜର ପ୍ରତ୍ୟେକ ବର୍ଗଙ୍କ ନିକଟରେ ପହଁଚାଇବାକୁ ହେଲେ ସଠିକ ରଣନୀତି ଏବଂ ପଦକ୍ଷେପର ଆବଶ୍ୟକତା ରହିଛି । ଡା. ହର୍ଷ ବର୍ଦ୍ଧନ କହିଥିଲେ ଯେ ଆମେ ସମସ୍ତେ ଗାନ୍ଧୀଜୀଙ୍କ ବାର୍ତାକୁ ଗ୍ରହଣ କରି ସଠିକ ପରିମାଣର ଖାଦ୍ୟ ଖାଇବା, ସ୍ୱାସ୍ଥ୍ୟପ୍ରଦ ଖାଦ୍ୟ ଖାଇବା ଏବଂ ଖାଦ୍ୟ ନଷ୍ଟକୁ ଏଡ଼ାଇବା ସହିତ ବଳକା\nଖାଦ୍ୟ ବାଂଟି ଦେବାର ଅଭ୍ୟାସ କରିବା ଉଚିତ । ଆମ ସମସ୍ତଙ୍କୁ ନିଜ ନିଜ ସାମର୍ଥ୍ୟ ଅନୁଯାୟୀ ଏହି ଦାୟିତ୍ୱ ତୁଲାଇବାକୁ ହେବ । ଆମେ ସମସ୍ତେ ମିଳିତ ଭାବେ ସ୍ୱାସ୍ଥ୍ୟ ଏବଂ ସମାଜ ପାଇଁ ଦେଖାଦେଉଥିବା ଆହ୍ୱାନର ମୁକାବିଲା ପାଇଁ ନୂଆ ଆଭିମୁଖ୍ୟ ବିକଶିତ କରିପାରିବା । ଖାଦ୍ୟ ସୁରକ୍ଷା ମିତ୍ର ଯୋଜନା କ୍ଷୁଦ୍ର ଏବଂ ମଧ୍ୟମ ଧରଣର ଖାଦ୍ୟ ବ୍ୟବସାୟକୁ ସୁହାଇବ । ଖାଦ୍ୟ ସୁରକ୍ଷା ଆଇନ ଅନୁଯାୟୀ ଏହା ସେମାନଙ୍କ ଲାଇସେନ୍ସ ଓ ପଞ୍ଜିକରଣ, ପରିଚ୍ଛନ୍ନତା ମାନ୍ୟତା ଓ ତାଲିମ କ୍ଷେତ୍ରରେ ସହାୟତା ଯୋଗାଇଦେବ । ଖାଦ୍ୟ ସୁରକ୍ଷା ସୁନିଶ୍ଚିତ କରିବା ସହିତ ଏହି ଯୋଜନା ଯୁବକମାନଙ୍କ ପାଇଁ ବିଶେଷ କରି ଖାଦ୍ୟ ଓ ପୁଷ୍ଟିସାଧନ କ୍ଷେତ୍ରରେ ନୂତନ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ । ଖାଦ୍ୟ ସୁରକ୍ଷା ମିତ୍ରମାନଙ୍କୁ ଏଫଏସଏସଏଆଇ ଦ୍ୱାରା ତାଲିମ ଏବଂ ପ୍ରମାଣ ପତ୍ର ପ୍ରଦାନ କରାଯିବ । ଫଳରେ ସେମାନେ ଖାଦ୍ୟ ବ୍ୟବସାୟ କ୍ଷେତ୍ରରେ କାର୍ଯ୍ୟ କରି ଅର୍ଥ ରୋଜଗାର କରିପାରିବେ । ଆଜି ପ୍ରଥମ ପର୍ଯ୍ୟାୟରେ ୧୫ ଜଣ ଖାଦ୍ୟ ସୁରକ୍ଷା ମିତ୍ରଙ୍କୁ ତାଲିମ ପ୍ରମାଣପତ୍ର ଦିଆଯାଇଛି । ସେହିପରି ଆଜି ଆରମ୍ଭ ହୋଇଥିବା ‘ଇଟ ରାଇଟ ଜ୍ୟାକେଟ’ ଯୋଜନା କ୍ଷେତ୍ରୀୟ କର୍ମଚାରୀଙ୍କ ଦ୍ୱାରା ଉପଯୋଗ କରାଯିବ । ସ୍ମାର୍ଟ ଡିଜାଇନ ସଂଯୁକ୍ତ ଏହି ଜ୍ୟାକେଟ ଟାବଲେଟ ସ୍ମାର୍ଟ ଫୋନରେ ରହିପାରିବ । ଚିହ୍ନଟ ଓ ଠାବ କରିବା ଲାଗି  ଏକ କ୍ୟୁଆର କୋଡ ଏବଂ ଆରଏଫଆଇଡି ଟ୍ୟାଗ ରହିଛି । କର୍ତବ୍ୟରତ କ୍ଷେତ୍ରୀୟ କର୍ମଚାରୀଙ୍କୁ ସୁରକ୍ଷା ପ୍ରଦାନ କରିବା ସହିତ ଏହା ଖାଦ୍ୟ ସୁରକ୍ଷା ପରିଚାଳନା କ୍ଷେତ୍ରରେ ଦକ୍ଷତା, ପେସାଦାର ଭାବନା ଓ ସ୍ୱଚ୍ଛତା ଆଣିବ । ‘ଇଟ ରାଇଟ ଝୋଲା’ ଯୋଜନାରେ ତେଜରାତି ସାମଗ୍ରୀ କ୍ରୟ ଲାଗି ପ୍ଲାଷ୍ଟିକ ବ୍ୟାଗ ସ୍ଥାନରେ ପୁନଃବ୍ୟବହାର ଯୋଗ୍ୟ କପଡ଼ା ବ୍ୟାଗ ଉପଯୋଗ କରାଯିବ । ସାରା ଦେଶର ଘରୋଇ ଶ୍ରମିକ ଓ ଗୃହିଣୀଙ୍କ ପାଇଁ ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରଣାଳୟ ଅଧୀନ ଘରୋଇ ଶ୍ରମିକ କ୍ଷେତ୍ର ଦକ୍ଷତା ପରିଷଦ (ଡିଡବ୍ଲ୍ୟୁଏସଏସସି) ସହିତ ଏଫଏସଏସଏଆଇ ସହ ଭାଗୀଦାର ହୋଇଛି । ପ୍ରଥମ ପର୍ଯ୍ୟାୟରେ ୧ ଲକ୍ଷ ଘରୋଇ ଶ୍ରମିକ ଏବଂ ଗୃହିଣୀଙ୍କୁ ତାଲିମ ଦିଆଯିବ । ‘ଇଟ ରାଇଟ ଇଣ୍ଡିଆ’ ଆନ୍ଦୋଳନକୁ ତ୍ୱରାନ୍ୱିତ କରିବା ଲାଗି ଲୋକପ୍ରିୟ ବ୍ୟକ୍ତିଙ୍କୁ ନେଇ ଏଫଏସଏସଏଆଇ ପକ୍ଷରୁ ପ୍ରଚାରପ୍ରସାର କରାଯିବ । ପ୍ରଥମ ୧ ହଜାର ଦିନରେ ବ୍ୟବହୃତ ଖାଇବା ତେଲକୁ ଜୈବ ଡିଜେଲ ଭାବେ ପୁନଃଉପଯୋଗ କରିବା ଓ ପୁଷ୍ଟିସାଧନ ଉପରେ ଦୁଇଟି କ୍ଷୁଦ୍ର ଚଳଚ୍ଚିତ୍ର ନିର୍ମାଣ କରାଯାଇଛି । ଏଥିରେ ଶ୍ରୀ ବିରାଟ କୋହଲୀ ଏବଂ ଜୁହି ଚାୱଲା ଅଭିନୟ କରିଛନ୍ତି । ଏ ଦୁଇଟି ଚଳଚ୍ଚିତ୍ର ଏହି ଅବସରରେ ଉନ୍ମୋଚନ କରାଯାଇଥିଲା । ଭାରତର ସରକାରଙ୍କ ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା ଡ. କେ ସୁବ୍ରମଣ୍ୟମ, ବୋଷ୍ଟନ କନସଲ୍ଟିଂ ଗ୍ରୁପର ପୂର୍ବତନ ସଦସ୍ୟ ଶ୍ରୀ ଅରୁଣ ମାଇରା, ଫ୍ୟୁଚର ବ୍ରାଣ୍ଡର ମୁଖ୍ୟ କାର୍ଯ୍ୟନିର୍ବାହୀ ଶ୍ରୀ ସନ୍ତୋଷ ଦେଶାଇ, ବିଶ୍ୱ ପ୍ରସିଦ୍ଧ କୁସ୍ତିଯୋଦ୍ଧା ଶ୍ରୀ ସଂଗ୍ରାମ ସିଂ ଏହି ଅବସରରେ ଉପସ୍ଥିତ ଥିଲେ । ଏମାନଙ୍କ ବ୍ୟତୀତ ଏଫଏସଏସଏଆଇର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଶ୍ରୀ ପବନ ଅଗ୍ରୱାଲ, ପ୍ରୟାସର ପ୍ରତିଷ୍ଠାତା ଶ୍ରୀ ଅମୋଦ କେ. କାନ୍ତଙ୍କ ସମେତ ସରକାରୀ, ବୈଜ୍ଞାନିକ ସମୁଦାୟ, ଖାଦ୍ୟ ବ୍ୟବସାୟୀ ଓ କର୍ପୋରେଟ କ୍ଷେତ୍ରର ବିଭିନ୍ନ ଅଂଶୀଦାର ସାମିଲ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ