ଖାରଡ଼ା ଠାରେ ଜିଲ୍ଲାପାଳଙ୍କ ୬୫ଟି ଅଭିଯୋଗ ଶୁଣାଣି

କାଶୀନଗର, (ରାଜେଶ କୁମାର ପଟ୍ଟନାୟକ):ଗଜପତି ଜିଲ୍ଲା ପ୍ରଶାସନର କାଶୀନଗର ବ୍ଳକ ଅଧିନସ୍ଥ ଖାରଡ଼ା ପଂଚାୟତ ଠାରେ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଥିଲା. ନୂତନ ଜିଲ୍ଲାପାଳ ସ୍ମୃତି ରଞ୍ଜନ ପ୍ରଧାନ ବ୍ଲକ କୁ ପ୍ରଥମ ଥର ଆସି ଜନଶୁଣାଣୀ କରିଥିଲେ. ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସ୍ଵାତୀ ଏସ କୁମାର ଯୋଗଦେଇ ବ୍ୟତିଗତ ଭାବେ ୩୨ଟି ସାମୁହିକ ୩୩ଟି ଅଭିଯୋଗର ଶୁଣାଣି କରି କାର୍ଯ୍ୟକାରିତା ନେଇ ବିଭାଗ ମାନଙ୍କୁ ନିର୍ଦ୍ଧେଶ ଦେଇଥିଲେ. ଜିଲ୍ଲାପାଳ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫାଣ୍ଟିରୁ ଦଶ ହଜାର ଟଙ୍କା କାଶୀନଗର ଏନ ଏ ସିର ଟି ରାମାରାଓ ମେଡିକାଲ ଚିକିତ୍ସା ନିମନ୍ତେ ପ୍ରଦାନ କରିଥିଲେ. ଶୁଣାଣି ଶିବିରରେ ବ୍ଲକ ଅଧକ୍ଷା ଵାଲା ସାୟାମ୍ମା ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ସନ୍ତୋଷ ନାୟକ ସି ଡି ଏମ ଓ ଡ଼କ୍ଟର ପ୍ରଦୀପ ପାତ୍ର ଜିଲ୍ଲା ଶିକ୍ଷାଧିକାରୀ ପ୍ରାଣୀ ସମ୍ପଦ ଅଧିକାରୀ କୃଷି ବିଭାଗ ଅଧିକାରୀ ମାନେ ଭାଗ ନେଇଥିଲେ. ଭାରପ୍ରାପ୍ତ ବି ଡି ଓ ରାଜେଶ ପାଢ଼ୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ. ଅତିରିକ୍ତ ତହସିଲଦାର କୁମୁନ୍ଦ ଚନ୍ଦ୍ର ଦଳବେହେରା ସମେତ ବ୍ଲକ ଓ ରାଜସ୍ବ ବିଭାଗର କର୍ମଚାରୀ ଓ ସ୍ଥାନୀୟ ସରପଞ୍ଚ ଅଖିଳ କୁମାର ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ