ଖାଲକୁ ଖସିଲା ଯାତ୍ରୀବାହୀ ବସ: ୮ ମୃତ 

ନୂଆଦିଳ୍ଳୀ (ୱାଇଏନ୍‌ଏସ୍‌): ହିମାଚଳପ୍ରଦେଶର ଚମ୍ବା ଜିଲାରେ ଏକ ଯାତ୍ରୀବାହୀ ବସ ଦୁର୍ଘଟଣାଗ୍ରସ୍ତ ହୋଇଥିବା ନେଇ ବୁଧବାର ଖବର ମିଳିଛି। ଚୁରାହ ବିଧାନସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ବଣ୍ଡେଡି ଟିସା ମାର୍ଗରେ ଥିବା କଲୋନୀ ଡ଼ାଇଭର୍ସନ ନିକଟରେ ବସଟି ଗଭୀର ଖାଲରେ ବସଟି ଓଲଟି ପଡିଥିବା ବେଳେ ଏଯାଏଁ ୮ଜଣଙ୍କ ମୃତଦେହ ଉଦ୍ଧାର ହୋଇଥିବା ଜଣାପଡିଛି। ୬ ଜଣଙ୍କର ଘଟଣାସ୍ଥଳରେ, ଅନ୍ୟ ୨ ଜଣଙ୍କର ହସ୍ପିଟାଲରେ ମୃତ୍ୟୁ ହୋଇଛି। ୧୩ ଜଣଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଛି।ଏହି ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ଆହୁରି ବୃଦ୍ଧି ହୋଇପାରେ ବୋଲି ଆଶଙ୍କା କରାଯାଉଛି। 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ