ଖାଲି ପଡ଼ିଛି ୫୧୩ଟି ପଶୁ ଚିକିତ୍ସକ ପଦବୀ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଓଡ଼ିଶା ଲୋକସେବା ଆୟୋଗର ବିଜ୍ଞାପନ ସଂଖ୍ୟା ୧୩ ଅନୁସାରେ ମୋଟ ୬୯୫ଟି ପଶୁ ଚିକିତ୍ସକ ପଦବୀ ପାଇଁ ଘୋଷଣା କରାଯାଇଥିଲା । ଏହା ମଧ୍ୟରୁ ଏଯାବତ୍ କେବଳ ୨୦୦ଟି ପଦବୀ ପୂରଣ କରାଯାଇ ପାରିଛି । ବର୍ତ୍ତମାନ ୪୫୦ଟି ପଦବୀ ଖାଲି ରହିଥିବା ବେଳେ ପଶୁ ଚିକିତ୍ସା କ୍ଷେତ୍ରରେ ଅବଶିଷ୍ଟ ପଦବୀ ପୂରଣ ପାଇଁ ଅତ୍ୟନ୍ତ ଆବଶ୍ୟକତା ରହିଛି । ମାନ୍ୟବର ଓଡ଼ିଶା ସରକାର, ୨୦୨୧ରେ ପଶୁ ଚିକିତ୍ସକ ପଦବୀକୁ ଗ୍ରୁପ-ବିରୁ ଗ୍ରୁପ୍‌-ଏ କନିଷ୍ଠ ସଂଖ୍ୟାକୁ ପଦୋନ୍ନତି କରିବ ସହ ପ୍ରବେଶସ୍ତରରେ ପ୍ରାଣୀ ଚିକିତ୍ସକ ସଂଖ୍ୟାକୁ ସର୍ବମୋଟ ୧୩୦୦କୁ ବର୍ଦ୍ଧିତ କରିଛନ୍ତି । ଶେଷଥର ପାଇଁ ହୋଇଥିବା ୧୯ତମ ପ୍ରାଣୀ ଜନଗଣନା ସଂକ୍ଷେପରେ ଜଣାଯାଇଅଛି ଯେ ଓଡ଼ିଶାରେ ସର୍ବମୋଟ ପ୍ରାଣୀ ସଂଖ୍ୟା ୧ କୋଟି ୮୧ ଲକ୍ଷ, ଆଗରୁ ଚାଲି ଆସିଥିବା ପ୍ରାଣୀ ଜନଗଣନା ସଂକ୍ଷେପଣ ଅନୁସାରେ ପ୍ରତି ୫୦୦୦ ପ୍ରାଣୀ ନିମନ୍ତେ ଜଣେ ପ୍ରାଣୀ ଚିକିତ୍ସକ ନିଯୁକ୍ତି ହେବା ଆବଶ୍ୟକ । ମାତ୍ର ଏବେ ଏହି ସଂଖ୍ୟାର ଅନୁପାତ ଜଣେ ପ୍ରାଣୀ ଚିକିତ୍ସକ ପିଛା ପ୍ରାୟ ୨୦୦୦୦-୨୧୦୦୦ ପ୍ରାଣୀ ନିର୍ଭରଶୀଳ । ଯଦି ଏହି ସଂକ୍ଷେପଣକୁ ବିସ୍ତୃତ ଭାବରେ ଦେଖିବା ତେବେ ପ୍ରବେଶସ୍ତରରେ ପ୍ରାୟ ୩୬୦୦ ପଦବୀର ଆବଶ୍ୟକତା ଅଛି । ସେପ୍ଟେମ୍ବର ୭, ୨୦୨୧ରେ ମତ୍ସ୍ୟ ଓ ପଶୁ ସମ୍ପଦ ବିକାଶ ବିଭାଗ ପତ୍ର ସଂଖ୍ୟା-୧୧୮୬/ ଠଋ୧-୨ଠ-୦୦୦୩-୨୦୧୯ ଅନୁସାରେ ସମ୍ପୂର୍ଣ୍ଣ ପ୍ରାଣୀ ଚିକିତ୍ସକ ପଦବୀ ସଂଖ୍ୟା ୧୯୦୦କୁ ବର୍ଦ୍ଧିତ ହୋଇଛି । ସେଥିମଧ୍ୟରୁ ପ୍ରବେଶସ୍ତରରେ ୧୩୦୦ରୁ ଏଯାଏଁ ୫୧୩ଟି ପଦବୀ ଖାଲି ପଡ଼ିଥିବା ବେଳେ ବରିଷ୍ଠ ପ୍ରାଣୀ ଚିକିତ୍ସକ ମାନଙ୍କ ଅବସର ସହ ଆଗକୁ ଆହୁରି ଅନେକ ପଦବୀ ଖାଲି ହେବାକୁ ଯାଉଅଛି । ପ୍ରାଣୀ ଚିକିତ୍ସା କ୍ଷେତ୍ରକୁ ଏକ ଅବଶ୍ୟକ ସେବା ଭାବରେ ନେଇ ଉପର ଲିଖିତ ପଦବୀର ପୂରଣରେ ପ୍ରାଣୀ ସମ୍ପଦର ଉନ୍ନତି ସହ ଓଡ଼ିଶା ରାଜ୍ୟ ବିକାଶର ଚରମ ସୀମାରେ ପହଞ୍ôଚ ପାରିବ । ଏଣୁ ସମସ୍ତ ଛାପା ଗଣମାଧ୍ୟମ ଏହି ଖବରଟିକୁ ଆପଣଙ୍କ ଖବରକାଗଜରେ ପ୍ରକାଶ କରିବାକୁ ଅନୁରୋଧ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ