ଖାଲି ପଡ଼ିଥିବା କନିଷ୍ଠ ଶିକ୍ଷକ ପଦବୀ ପୂରଣ ପ୍ରସଙ୍ଗ

କଟକ, (ଯୁଗାବ୍ଦ ନ୍ୟୁଜ):ରାଜ୍ୟରେ ଖାଲି ପଡ଼ିଥିବା କନିଷ୍ଠ ଶିକ୍ଷକ ପଦବୀ ପୂରଣ ପ୍ରସଙ୍ଗରେ ହାଇକୋର୍ଟ ନୂଆ କଟ ଅଫ ମାର୍କ ସ୍ଥିର କରି ସାନି ମେରିଟ ଲିଷ୍ଟ ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ୨୦ ହଜାର କନିଷ୍ଠ ଶିକ୍ଷକ ନିଯୁକ୍ତି ପାଇଁ ଗତ ବର୍ଷ ଅକ୍ଟୋବରରେ ପ୍ରକାଶ ପାଇଥିଲା ବିଜ୍ଞପ୍ତି। ଚୟନ ପ୍ରକ୍ରିୟାକୁ ନେଇ ବିବାଦ ପରେ ହାଇକୋର୍ଟଙ୍କ ନିର୍ଦେଶରେ ନିଯୁକ୍ତି ପ୍ରକ୍ରିୟା ଶେଷ ହୋଇଛି। ବିଭିନ୍ନ କାରଣରୁ ପ୍ରାୟ ୪ ହଜାରରୁ ଉର୍ଦ୍ଧ ପଦବୀ ପୂରଣ ହୋଇନାହିଁ। ସେହି ପଦବୀ ଗୁଡିକ ପୂରଣ କରିବାକୁ ସାନି ମେରିଟ ଲିଷ୍ଟ ପାଇଁ ପୁଣି ମାମଲା ଦାୟର ହୋଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ