ଖାଲି ପାଦରେ ୩୫୦୦ ଶିଡ଼ି ଚଢ଼ିଲେ ଜାହ୍ନବୀ
ବଲିଉଡ୍ ଅଭିନେତ୍ରୀ ଜାହ୍ନବୀ କପୁର ସବୁବେଳେ ନିଜର ଲାଟେଷ୍ଟ ଫଟୋ ଓ ଲୁକ୍ସକୁ ନେଇ ପ୍ରଶଂସକଙ୍କ ଦୃଷ୍ଟି ଆକର୍ଷଣ କରିଥାନ୍ତି। କିନ୍ତୁ ଜାହ୍ନବୀ ନିଜର ଏପରି କେତେକ ଫଟୋ ପାଇଁ ଚର୍ଚ୍ଚାରେ ଅଛନ୍ତି, ଯେଉଁଥିରେ ସେ ଖାଲି ପାଦରେ ପାହାଡ଼ ଚଢ଼ୁଥିବା ନଜର ଆସୁଛନ୍ତି। ଜାହ୍ନବୀଙ୍କ ଏହି ଫଟୋ ଦେଖିବା ପରେ ସ୍ପଷ୍ଟ ହେଉଛି ଯେ ତାଙ୍କ ଷ୍ଟାରଡମ ଆଗରେ ଆସ୍ଥା ବହୁତ ଭାରୀ ପଡ଼ିଯାଇଛି। କାରଣ ଖାଲି ପାଦରେ ସେ କୌଣସି ଆଡଭେଞ୍ଚର କରୁ ନାହାନ୍ତି, ବରଂ ସେ ନିଜ ଆରାଧ୍ୟଙ୍କ ଦରବାରରେ ପହଞ୍ଚି ଥିଲେ।
ଜାହ୍ନବୀ ସୋମବାର ଭଗବାନ ଭେଙ୍କଟେଶ୍ବରଙ୍କ ଦର୍ଶନ ପାଇଁ ତିରୁମାଲା ମନ୍ଦିର ପହଞ୍ଚି ଥିଲେ। ଜାହ୍ନବୀ ଏହି ଯାତ୍ରା ସମୟର ଫଟୋ ସୋସାଲ ମିଡିଆରେ ମଧ୍ୟ ଶେୟାର କରିଛନ୍ତି। ଏହି ଯାତ୍ରା ସମୟର ସବୁଠାରୁ ଖାସ୍ କଥା ଥିଲା ଯେ ଜାହ୍ନବୀ ବିନା ଚପଲରେ ଖାଲି ଦେରେ ୧୨ କିମି ଉଚ୍ଚରେ ତିରୁମାଲା ପାହାଡ଼ ଉପରେ ନିର୍ମିତ ୩୫୦୦ଟି ଶିଡ଼ି ଚଢ଼ି ଭଗବାନ ଭେଙ୍କଟେଶ୍ବରଙ୍କ ଦର୍ଶନ କରିବା ସହିତ ଆଶୀର୍ବାଦ ନେଇଥିଲେ। ଏହି ଫଟୋରେ ଜାହ୍ନବୀ ଧଳା ରଙ୍ଗର ସାଲୱାର ସୁଟ୍ ଓ ହଳଦିଆ ରଙ୍ଗର ଦୁପଟ୍ଟାରେ ନଜର ଆସୁଥିଲେ। ଏହି ଫଟୋ ଦେଖି ତାଙ୍କ ପ୍ରଶଂସକମାନେ ବହୁତ ଭାବୁକ ହୋଇଯାଇଛନ୍ତି। ସେମାନେ ଜାହ୍ନବୀଙ୍କ ଆସ୍ଥାକୁ ଭରପୂର ପ୍ରଶଂସା କରୁଛନ୍ତି।


