ଖାସପା ର ଘଣ୍ଟସ୍ଥଳ ତେଲେଙ୍ଗାନା ରାଜ୍ୟ ସାଦନଗରରେ ସମ୍ମାନିତ
ଶେରଗଡ଼, (ବିଭୁ ପ୍ରସାଦ ଦାସ) :-ଶେରଗଡ ବ୍ଲକ ର ଲୋକ କଳା ଗ୍ରୁପର ଖାସପା ଘଂଟ ସ୍ଥଳ ତେଲେଙ୍ଗାନା ଜିଲା ସାଦନଗର ରଥଯାତ୍ରା ରେ ସମ୍ମାନିତ କରାଯାଇଛି । ଉକ୍ତ ଦଳ ରଥଯାତ୍ରା ସମୟରେ ଭଲ କଳା ପ୍ରଦର୍ଶନ କରିଥିଲେ।ଗତ ଜୁଲାଇ 1 ତାରିଖ ଠାରୁ ଭଲ କଳା ପ୍ରଦର୍ଶନ କରିଥିବାରୁ ସାଦ ନଗର ରଥଯାତ୍ରା କମିଟି ପକ୍ଷରୁ ମାନପତ୍ର ଓ ପୁରସ୍କାର ପ୍ରଦାନ କରାଯାଇଛି ।ଗଞ୍ଜାମ ଶେରଗଡ ବ୍ଲକ ବିକାଶ ର ଉପସଭାପତି ବିଜୟ ଦୋରା ଙ୍କ ନେତୃତ୍ବରେ ଘଣ୍ଟ ସ୍ଥଳର ସଭାପତି ରାଜେନ୍ଦ୍ର ସାହୁ ସମେତ 25 ଜଣ ଏହି ଘଣ୍ଟ ସ୍ଥଳରେ ସାମିଲ ହୋଇ କଳା ପ୍ରଦର୍ଶନ କରି ଗତ ସାତ ଦିନ ହେଲା ତେଲେଙ୍ଗାନା ରାଜ୍ୟ ରାଙ୍ଗାରେଡି ଜିଲ୍ଲାର ସାଦନଗର ରଥଯାତ୍ରା ରେ କଳା ପ୍ରଦର୍ଶନ କରି ଆସୁଛନ୍ତି । ଏହି ସମ୍ମାନ ପାଇବା ପରେ ବିଡ଼ିଓ ମନୋରଂଜନ ସାହୁ ସାଧୁବାଦ ପ୍ରଦାନ କରିଛନ୍ତି ।


