ଖିମଜୀ ଛକ ନିକଟରେ ଟ୍ରାଫିକ ସିଗନାଲ ପୋଷ୍ଟ ଉଦଘାଟିତ

ବାଲେଶ୍ୱର, (ସରୋଜ ପଣ୍ଡା):ସହରର ଓଟି ରୋଡ଼କୁ ସଂଯୋଗ କରୁଥିବା ଶୋଭାରାମପୁର ରେଳ ଓଭର ବ୍ରିଜ ରାସ୍ତା ସଂଗମସ୍ଥଳ ଖିମଜୀ ଛକଠାରେ ନୂତନ ଟ୍ରାଫିକ ସିଗନାଲ ପୋଷ୍ଟ ମଙ୍ଗଳବାର ସଂଧ୍ୟାରେ ଉଦଘାଟିତ ହୋଇଯାଇଛି । ବାଲେଶ୍ୱର ଏସପି ସାଗରିକା ନାଥ ଏହାକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିବା ସହିତ ନୂତନ ଲାଇଟ ପୋଷ୍ଟ ସ୍ଥାପନର ଆବଶ୍ୟକତା ଓ ଉପାଦେୟତା ସମ୍ପର୍କରେ ସୂଚନା ଦେଇଥିଲେ । ବାଲେଶ୍ୱର ସହରରେ ଯାନବାହାନ ଚଳାଚଳ ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ଶୋଭାରାମପୁର ରେଳ ଓଭର ବ୍ରିଜ ନିର୍ମାଣ ପରେ ଟ୍ରାଫିକ ସମସ୍ୟା ବୃଦ୍ଧିକୁ ଦୃଷ୍ଟିରେ ରଖି ଏହି ଲାଇଟ ପୋଷ୍ଟ ସ୍ଥାପନ ପାଇଁ ନିଷ୍ପତ୍ତି ନିଆଯାଇଥିବା ସେ ପ୍ରକାଶ କରିଛନ୍ତି । ଆଗାମୀ ଦିନରେ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଟ୍ରାଫିକ ବ୍ୟବସ୍ଥା ସୁପରିଚାଳନା ପାଇଁ ଅନ୍ୟାନ୍ୟ ସ୍ଥାନରେ ମଧ୍ୟ ଏହି ଭଳି ଲାଇଟ ପୋଷ୍ଟ ସ୍ଥାପନ କରାଯିବ ବୋଲି ଶ୍ରୀମତୀ ନାଥ କହିଛନ୍ତି । ତେବେ ଟ୍ରାଫିକ ନିୟମ ପାଳନ ଦିଗରେ ସହଯୋଗ ପାଇଁ ସେ ଜନସାଧାରଣଙ୍କ ସହଯୋଗ କାମନା କରିଛନ୍ତି । ହରି ପ୍ଲାଷ୍ଟ ସହଯୋଗରେ ଏହି ଟ୍ରାଫିକ ଲାଇଟ ପୋଷ୍ଟ ସ୍ଥାପନ କରାଯାଇଥିବା ବେଳେ କମ୍ପାନୀର ପରିଚାଳନା ନିର୍ଦ୍ଦେଶକ ଯୁବ ଶିଳ୍ପୋଦ୍ୟୋଗୀ ସଂଗ୍ରାମ ଦାସ ଏହି ଉଦଘାଟନୀ ଉତ୍ସବରେ ଉପସ୍ଥିତ ଥିଲେ । ସହରରେ ବିକାଶମୂଳକ କାର୍ଯ୍ୟଧାରାରେ ହରିପ୍ଲାଷ୍ଟ ସର୍ବଦା ସହଯୋଗର ହାତ ବଢାଇ ଆସିଥିବା ବେଳେ ଆଗାମୀ ଦିନରେ ମଧ୍ୟ ଏହି ଧାରା ବଜାୟ ରହିବ ବୋଲି ସେ ପ୍ରତିଶ୍ରୁତି ଦେଇଥିଲେ । ଆଞ୍ଚଳିକ ପରିବହନ ଅଧିକାରୀ ରଶ୍ମିରଞ୍ଜିତ ଦଳବେହେରା, ଏମଭିଆଇ ସ୍ୱାହା ହେମରମ, ଟ୍ରାଫିକ ଥାନା ଅଧିକାରିଣୀ ପ୍ରେମପ୍ରଜ୍ଞା ମହାନ୍ତିଙ୍କ ସମେତ ବହୁ ପୁଲିସ କର୍ମଚାରୀ ଏହି ଟ୍ରାଫିକ ସିଗନାଲ ଉଦଘାଟନ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ