ଖୁଡ଼ଖୁଡ଼ି ଖେଳ ଉପରେ ପୋଲିସ ଚଡାଉ,୬୬ ହଜାର ଟଙ୍କା ସହ ଖେଳ ସାମଗ୍ରୀ ଜବତ
ନବରଙ୍ଗପୁର,(ୱାଇଏନଏସ): ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ପୋଲିସ ପକ୍ଷରୁ ଖୁଡୁଖୁଡ଼ି ଜୁଆଖେଳ ଚାଲିଥିବା ଖବର ପାଇ ଚଡ଼ାଉ କରି ୬୬ ହଜାର ୨୮୯ ଟଙ୍କା ଜବତ କରିବା ସହ ଜଣଙ୍କୁ ଗିରଫ କରିଛି। ଚଢ଼ାଉ ସ୍ଥାନରୁ ଖୁଡୁଖୁଡ଼ି ଖେଳ ସାମଗ୍ରୀ ଜବତ କରିବା ସହ ଜଣକୁ ଗିରଫ କରିଛି। ଏ ନେଇ ସୂଚନା ଦେଇଛନ୍ତି ତେନ୍ତୁଳିଖୁଣ୍ଟି ଥାନା ଅଧିକାରୀ ପ୍ରଣବ କୁମାର ଟୁଡୁ। ପୋଲିସ ସୂଚନା ମୁତାବକ ତେନ୍ତୁଳିଖୁଣ୍ଟି ବ୍ଲକ ଦିଗି ପଂଚାୟତ ଅନ୍ତର୍ଗତ ସଲପା ଗ୍ରାମରେ ଗତ ତିନିଦିନ ଧରି ଦୋଳ ଯାତ୍ରା ଚାଲିଥିବାବେଳେ ଗତକାଲି ଯାତ୍ରାର ଶେଷ ଦିନ ଥିଲା ।ତେବେ ଦୋଳ ଯାତ୍ରା ଅବସରରେ ସଲପା ଗ୍ରାମରେ ଖୁଡୁଖୁଡ଼ି ଜୁଆଖେଳ ଚାଲିଥିବା ତେନ୍ତୁଳିଖୁଣ୍ଟି ଥାନା ଅଧିକାରୀ ଙ୍କ ନିକଟରେ ଅଭିଯୋଗ ପରେ ଶ୍ରୀ ଟୁଡୁ ଙ୍କ ସମେତ ଏଏସଆଇ ଭରତ ମାଝି ଏବଂ ଅନ୍ୟ ପୁଲିସ କର୍ମଚାରୀ ଖୁଡୁଖୁଡ଼ି ଜୁଆ ଖେଳ ଉପରେ ଚଡ଼ାଉ କରିଥିଲେ । ଚଡ଼ାଉ ବେଳେ ଖୁଡୁଖୁଡ଼ି ଖେଳ ସାମଗ୍ରୀ ଏବଂ ୬୬ ହଜାର ୨୮୯ ଟଙ୍କା ଜବତ କରିବା ସହ ଜଣଙ୍କୁ ଗିରଫ କରିବାରେ ସଫଳ ହୋଇଥିଲେ।ଗିରଫ ବ୍ୟକ୍ତି ଙ୍କ ବିରୋଧରେ ମାମଲା ରୁଜୁ କରି ବ୍ୟକ୍ତିଗତ ମୁଚାଲିକା ରେ ଛଡା ଯାଇଥିବା ପୁଲିସ ସୂଚନା ଦେଇଛି । ଏନେଇ ତେନ୍ତୁଳିଖୁଣ୍ଟି ଥାନା କେଶ ନଂ ୬୨/୨୫ ଅନୁଯାୟୀ ଏକ ମାମଲା ରୁଜୁ ହୋଇଥିବା ବେଳେ ଏଏସଆଇ ମନ୍ମଥ ଚନ୍ଦ୍ର ଦେଉରି କେଶର ତଦନ୍ତ କରୁଥିବା ଆଇଆଇସି ଶ୍ରୀ ଟୁଡୁ ପ୍ରକାଶ କରିଛନ୍ତି ।