ଖୁଣ୍ଟରୁ ପଡ଼ି ବିଦ୍ୟୁତ୍‌ କର୍ମଚାରୀ ଗୁରୁତର, ଭୁବନେଶ୍ୱର ସ୍ଥାନାନ୍ତର

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ି ବ୍ଲକ ତିଲୋରୀ ପଞ୍ଚାୟତ ସିମନବାଡ଼ି ଘାଟିରେ ବିଦ୍ୟୁତ୍‌ ମରାମତିବେଳେ ଜଣେ କର୍ମଚାରୀ ଖୁଣ୍ଟରୁ ଖସିପଡ଼ି ଗୁରୁତର ହୋଇଛନ୍ତି। ସେହେଲେ କବିଚନ୍ଦ୍ର ଦଳବେହେରା। ତାଙ୍କୁ ପ୍ରଥମେ ଦାରିଙ୍ଗବାଡ଼ି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଏବଂ ପରେ ଗୁରୁତର ହେବାରୁ ବ୍ରହ୍ମପୁର ବଡମେଡ଼ିକଲକୁ ନିଆଯାଇଥିଲା। ତାଙ୍କର ଅଣ୍ଟାରେ ଗଭୀର ଆଘାତ ଲାଗିଥିବାରୁ ଗୁରୁତର ଅବସ୍ଥାରେ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି। ପ୍ରକାଶ ଯେ, ଗତ କିଛିଦିନ ହେଲା ଦାରିଙ୍ଗବାଡ଼ି ଅଞ୍ଚଳରେ ଲଗାତର କାଳବୈଶାଖୀ ପ୍ରଭାବରେ ବିଦ୍ୟୁତ୍‌ ଖୁଣ୍ଟ ଉପୁଡି ଓ ତାରଛିଡି ଏକାଧିକ ପଞ୍ଚାୟତ ଅନ୍ଧାରରେ ରହିଥିଲା। ଖୁଣ୍ଟପୋତି କବି ତାର ଟାଣୁଥିବାବେଳେ ଉକ୍ତ ଖୁଣ୍ଟଟି ପୁଣି ଉପୁଡି ପଡ଼ିବାରୁ ପ୍ରାୟ ୨୪ ଫୁଟ ଉପରୁ ସେ ଖସି ପଡିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ