ଖୁଦୁରୁକୁଣୀ ଓଶା ପାଳନ

ଯୋଡ଼ା – ଯୋଡାସ୍ଥିତ ମୁଖାର୍ଜୀ ହାଟିଂଠାରେ ଏକମାସ ଧରି ଚାଲିଥିବା ଖୁଦୁରୁକୁଣୀ ଓଷା ପାଳିତ ହୋଇଯାଇଛି । ଗତ ଏକମାସ ଧରି କୁମାରୀମାନେ ନିଜର ଭାଇଙ୍କ ଶୁଭମନାସି କରି ଏହି ପୂଜାର୍ଚ୍ଚନା କରିଥିଲେ । ରିତିନୀତି ଅନୁଯାୟୀ ମା ଖୁଦୁରୁକୁଣୀ ଙ୍କ ମୃଣୟୀମୂର୍ତିଙ୍କୁ ପୂଜାର୍ଚ୍ଚନା କରାଯାଇଥିଲା । ପ୍ରତି ସପ୍ତାହରେ ରବିବାର ଦିନ ନଦୀ କୂଳରେ ବାଲୁକା ମୂର୍ତି ନିର୍ମାଣ କରି କୁମାରୀ ମାନେ ଏହି ପୂଜାର୍ଚ୍ଚନା କରିଥିଲେ । ଆଜି ସନ୍ଧ୍ୟାରେ ଉଦଯାପିତ ହେବା ପରେ ମୃଣମୟୀ ମୂର୍ତିକୁ ବିସର୍ଜନ କରାଯାଇଥିଲା । ଏହି ଓଷା କୁମାରୀମାନଙ୍କ ମଧ୍ୟରେ ସସ୍ମିତା ବିହାରୀ, ଦୂତିକା କାରୁଆ, ଲୁସି ବସା. ସସ୍ମିତା ବଶା, ସରସ୍ୱତୀ କାରୁଆଙ୍କ ପ୍ରତ୍ୟେକ୍ଷ ତତ୍ୱବଧାନରେ ସମାପ୍ତି ହୋଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ