ଖୁଦ୍ର ଜଳସେଚନ ବିଭାଗରେ ହରିଲୁଟ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା ):ଗଜପତି ଜିଲ୍ଲା ଖୁଦ୍ର ଜଳସେଚନ ବିଭାଗୀୟ କର୍ମକର୍ତ୍ତାଙ୍କ ଆନ୍ତରିକତାର ଅଭାବ ଏବଂ ଦୁର୍ନୀତି ପୂର୍ଣ ମନଭାବ ଯୋଗୁଁ ପାରଳା ମହାରାଜାଙ୍କ ଅମଳର ସମସ୍ତ ଖୁଦ୍ର ଜଳସେଚନ ପ୍ରକଳ୍ପ ଶିଥିଳ ଭାବେ ପଡ଼ିରହିଛି. ପ୍ରତେକ ବର୍ଷ ଲକ୍ଷ ଲକ୍ଷ ଟଙ୍କାର ସରକାରୀ ଅନୁଦାନ ବ୍ୟୟ ହେଉଛି. ତଥାପି ଚାଷ ଜମିକୁ ଏହି ପ୍ରକଳ୍ପ ଗୁଡିକ ଦ୍ୱାରା ଜଳ ସେଚନ ହୋଇପାରୁନାହିଁ. ଚାଷୀ ଓ କୃଷକ ମାନଙ୍କ ବାରମ୍ବାର ଦାବି ହୋଇ ଆସୁଥିଲେ ସୁଦ୍ଧା ଖୁଦ୍ର ଜଳ ସେଚନ ବିଭାଗ ତରଫରୁ ଚାଷ ଜମିକୁ ଜଳ ଯୋଗାଣ ହୋଇପାରୁନଥିବା ଯୋଗୁଁ ଚାଷୀ ଓ କୃଷକଙ୍କ ଠାରେ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି. ପାରଳାଖେମୁଣ୍ଡି ଖୁଦ୍ର ଜଳ ସେଚନ ବିଭାଗର ଗତ ବର୍ଷ ଗୁଡିକରେ କାର୍ଯ୍ୟକରି ହୋଇଥିବା ସମସ୍ତ ଉନ୍ନୟନମୂଳକ ମରାମତି ଓ ରକ୍ଷାଣାବେକ୍ଷଣ କାର୍ଯ୍ୟକୁ ନେଇ ଉଚ୍ଚ ସ୍ତରୀୟ ବିହିତ ତଦନ୍ତ କରିବା ପାଇଁ ଚାଷୀମାନେ ଦାବି ଜଣେଇଛନ୍ତି. ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହର ଉପକଣ୍ଠରେ ଥିବା ରାମସାଗର ଖୁଦ୍ର ଜଳ ସେଚନ ପ୍ରକଳ୍ପର ସ୍ୱିଚଗେଟ ସହ କ୍ଷେତକୁ ଜଳ ଯୋଗାଣ ପାଇଁ ରହିଥିବା କେନାଲ ମରାମତି ହେଉନାହିଁ. ଯାହା ଫଳରେ ଚାଷୀ ଜଳ ପାଇବା କଷ୍ଟକର ହୋଇପଡିଛି. ବର୍ତ୍ତମାନ ଖରିଫ ଋତୁ ଧାନ ଚାଷୀଙ୍କୁ ଜଳ ଆବଶ୍ୟକତା ରହିଛି। କିନ୍ତୁ ଅଜି ପର୍ଯ୍ୟନ୍ତ କେନାଲରୁ ଘାସ, ଲଟା ବୁଦା ସଫା କରାଯାଉନାହିଁ। ଯାହା ଫଳରେ ଚାଷୀ ଅସନ୍ତୋଷ ପ୍ରକାଶ ପାଉଛି। ପାଣି ପଞ୍ଚାୟତ ତୃଣମୂଳ ସ୍ତରରେ କାର୍ଯ୍ୟ ହେଉନାହିଁ. କ୍ଷୁଦ୍ର ଜଳ ସେଚନ ବିଭାଗ ସବୁ ଜାଣି ସୁଦ୍ଧା କୌଣସି ପଦକ୍ଷେପ ଗ୍ରହଣ କରୁନାହାନ୍ତି. ଯଦ୍ୱାରା ଚାଷୀ କ୍ ଚାଷ ଜମିକୁ ରାମ ସାଗର ଖୁଦ୍ର ଜଳସେଚନ ପ୍ରକଳ୍ପ ଠାରୁ କୌଣସି ଭାବେ ଫସଲ ଅମଳ ପାଇଁ ଜଳ ପାଇ ପାରୁନାହାନ୍ତି. ପ୍ରତେକ ବର୍ଷ ରାମସାଗର ପ୍ରକଳ୍ପର ରକ୍ଷାଣାବେକ୍ଷଣା ମରାମତିରେ ନାମରେ ବହୁ ସରକାରୀ ଅର୍ଥ ବ୍ୟୟ କରାଯାଉଛି. ହେଲେ ସେ ସବୁ କାଗଜ କଲମରେ ସୀମିତ ରହିବା ଯୋଗୁଁ କେନାଲ ମରାମତି ହେଉନାହିଁ କିମ୍ବା ରାମ ସାଗରର ରକ୍ଷାଣାବେକ୍ଷଣା ସହ ଚାଷ ଜମିକୁ ଜଳସେଚନ ହୋଇପାରୁନାହିଁ. ଗତ କିଛି ବର୍ଷର ରାମ ସାଗର ନାମରେ ବ୍ୟୟ କରାଯାଇଥିବା ଅର୍ଥର ଅନୁପାତ ସହ ବିଭିନ୍ନ କାର୍ଯ୍ୟକୁ ନେଇ ଉଚ୍ଚସ୍ତରୀୟ ତଦନ୍ତ କଲେ ପ୍ରକୃତ ତଥ୍ୟ ଲୋକଲୋଚନକୁ ଆସିପାରିବ ବୋଲି ଏହି ଅଞ୍ଚଳର ଚାଷୀ ମାନେ ଦାବି କରିଛନ୍ତି.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ