ଖୁବଶୀଘ୍ର ପ୍ରଶାସନିକ ସ୍ତରରେ ହେବ ନବକଳେବର
ଭୁବନେଶ୍ୱର (ଯୁଗାବ୍ଦ ନ୍ୟୁଜ ) ଖୁବଶୀଘ୍ର ରାଜ୍ୟ ପ୍ରଶାସନିକ ସ୍ତରରେ ବଡ ଧରଣର ଅଦଳବଦଳ ହେବାକୁ ଯାଉଛି । ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସ,ାଦ ପାଢୀ, ଓ ପୋଲିସ ଡିଜିପି ଆର.ପି ଶର୍ମାଙ୍କୁ ରାଜ୍ୟସରକାର ନୂଆ ପଦବୀରେ ନିଯ କ୍ତିୁ ଦେବାକୁ ପ୍ରକ୍ରିୟା ଆରମ୍ଭ କରିଛନ୍ତି । ଫଳରେ ଗୁରୁତ୍ୱପୁର୍ଣ୍ଣ ପଦବୀ କୁହାଯାଉଥିିବା ମୁଖ୍ୟ ଶାସନ ସଚୀବ ପଦବୀକ ୁନେଇ ଥାର୍ଡ ଫ୍ଲୋରରେ ଚର୍ଚ୍ଚା ଜୋରଦାର ହେଉଛି । ମୁଖ୍ୟମନ୍ତ୍ରୀଙ୍କ ଗୁଡବୁକରେ ଥିବା ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢୀ ସ୍ୱେଚ୍ଛ୍ୱାକୃତ ଅବସର ନେଇ ରାଜ୍ୟ ନିର୍ବାଚନ କମିଶନରଙ୍କ ଦାୟିତ୍ୱ ନେବେ ବୋଲି ଶୁଣାଯାଉଛି । ରାଜ୍ୟ ନିର୍ବାଚନ କମିଶନର ଥିବା ନବ କମାରଙ୍କ କାର୍ଯ୍ୟକାଳ ପୁରି ଯାଇଥିଲେ ସୁଦ୍ଧା ସେହି ପଦବୀରେ କେହି ନିଯୁକ୍ତି ହୋଇନଥିବାରୁ ସେ ସେହି ପଦବୀରେ ଏବେବି ଅଛନ୍ତି । ଆଗକୁ ପୌର ନିର୍ବାଚନ ଥିବାରୁ ଶ୍ରୀ ପାଢୀଙ୍କୁ ସେଠାରେ ଥଇଥାନ କରିବାପାଇଁ ରାଜ୍ୟ ସରକାର ନିଷ୍ପତ୍ତତ୍ତି ନେଇଛନ୍ତି । ଅନ୍ୟପଟେ ଯଦି ମୁଖ୍ୟ ଶାସନ ସଚିବ ପଦବୀରୁ ଶ୍ରୀପାଢୀ ଅବ୍ୟାହତି ନିଅନ୍ତି ତେବେ ଉନ୍ନୟନ କମିଶନର ଥିବା ଅସିତ କୁମାର ତ୍ରିପାଠୀଙ୍କୁ ଖୁବ ଶୀଘ୍ର ରାଜ୍ୟର ମୁଖ୍ୟ ଶାସନ ସଚିବ ରୁପେ ଦେଖିବାକୁ ମିଳିବ । ସେହିପରି ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ଥିବା ଆର.ପି ଶର୍ମାଙ୍କୁ ନୂଆ ନିଯୁକ୍ତି ଦିଆଯିବ ବୋଲି ରାଜ୍ୟସରକାର ମନସ୍ଥ କରିସାରିଲେଣି । ପରବର୍ତ୍ତୀ ରାଜ୍ୟ ପୋଲ୍ିସ ମୁଖିଆ ହେବାପାଇଁ ୧୯୮୬ ବ୍ୟାଚ ଆଇପିଏସ ଅଫିସର ବିକେ ଶର୍ମା ହ୍ୱାର ସମ୍ଭାବନା ରହିଛି ।


