ଖୁବ୍ ଶିଘ୍ର ଲାଗୁହେବ ଏକ ରାଷ୍ଟ୍ର, ଏକ ରେସନ୍ କାର୍ଡ
ନୂଆଦିଲ୍ଲୀ – ଏକ ରାଷ୍ଟ୍ର, ଏକ ରେସନ୍ କାର୍ଡ ଯୋଜନା ଆସନ୍ତା ୨୦୨୦ ମସିହା ଜାନୁଆରି ୧୫ ତାରିଖରୁ ଲାଗୁ ହେବ ବୋଲି କହିଛନ୍ତି ଖାଉଟି ବ୍ୟାପାର, ଖାଦ୍ୟ ଓ ସର୍ବସାଧାରଣ ବଣ୍ଟନ ବିଭାଗର ମନ୍ତ୍ରୀ ରାମବିଳାସ ପାସଓ୍ଵନ ପ୍ରଥମେ ଏହି ଯୋଜନା ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ଗୁଜରାଟ, ମହାରାଷ୍ଟ୍ର, ହରିୟାଣା, ରାଜସ୍ଥାନ, କର୍ଣ୍ଣାଟକ, କେରଳ, ଗୋଆ, ମଧ୍ୟପ୍ରଦେଶ, ତ୍ରିପୁରା ଏବଂ ଝାଡ଼ଖଣ୍ଡ ଆଦି ୧୨ ରାଜ୍ୟରେ ପ୍ରଣୟନ କରାଯିବ। ଏହି ୧୨ଟି ରାଜ୍ୟରେ ୩୫ ନିୟୁତ ଜନତା ‘ଏକ ରାଷ୍ଟ୍ର, ଏକ ରେସନ୍ କାର୍ଡ’ ଯୋଜନାରେ ଉପକୃତ ହେବେ। ଏହି ସବୁ ରାଜ୍ୟର ରେସନ୍ କାର୍ଡଧାରୀମାନେ ଯେ କୌଣସି ରାଜ୍ୟରେ ସେମାନଙ୍କ ରେସନ୍ କାର୍ଡ ବ୍ୟବହାର କରିପାରିବେ। ଦେଶରେ ସମୁଦାୟ ୭୯ କୋଟି ଲୋକଙ୍କର ରେସନ୍ କାର୍ଡ ଅଛି।


