ଖୁବ୍ ଶୀଘ୍ର ଉଠାଦୋକାନୀମାନଙ୍କ ସମସ୍ୟାର ସମାଧାନ ହେବ : ମନ୍ତ୍ରୀ ପ୍ରତାପ ଜେନା

ଭୁବନେଶ୍ୱର : ନିଖିଳ ଉତ୍କଳ କ୍ଷୁଦ୍ର ବ୍ୟବସାୟୀ ଓ ଭେଣ୍ଡିଂଜୋନ ସୁରକ୍ଷା ଟ୍ରଷ୍ଟ ତରଫରୁ ୟୁନିଟ୍‌-୧ ଫଳ ଭେଣ୍ଡିଂଜୋନଠାରେ ଜାତୀୟ ଉଠାଦୋକାନୀ ଦିବସ ପାଳିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ନଗର ଉନ୍ନୟନ ଓ ଆଇନ୍ ମନ୍ତ୍ରୀ ପ୍ରତାପ ଜେନା ଉଦ୍‌ଘାଟନ କରି କହିଲେ ଯେ, ନବୀନଙ୍କ ସରକାର ସଦାସର୍ବଦା ଉଠାଦୋକାନୀମାନଙ୍କ ଉନ୍ନତି କଥା ହିଁ ଚିନ୍ତା କରିଥାନ୍ତି ଏବଂ ଉଠାଦୋକାନୀମାନଙ୍କ ସୁବିଧା ପାଇଁ ଯାହା ଆବଶ୍ୟକ ହେବ ଆମ ସରକାର ତାହା ପୂରଣ କରିବା ପାଇଁ ପ୍ରସ୍ତୁତ ଅଛି, ଏଥିରେ କେବେହେଲେ ଅବହେଳା କରାଯିବ ନାହିଁ । ଉଠାଦୋକାନୀମାନଙ୍କ ସମସ୍ୟା ଖୁବ୍ ଶୀଘ୍ର ପୂରଣ ହେବ । ମୁଖ୍ୟ ବକ୍ତା ଭାବେ ମୋ ପରିବାରର ଆବାହକ ଅରୁପ ପଟ୍ଟନାୟକ ଯୋଗଦେଇ କହିଲେ ଯେ, ମୁଁ ସଦା ସର୍ବଦା ଉଠାଦୋକାନୀମାନଙ୍କ ସହିତ ଅଛି ଓ ରହିବି । ଯେତେବେଳେ ଉଠାଦୋକାନୀମାନଙ୍କ କିଛି ଅସୁବିଧା ହେବ ମୋ ପାଖକୁ ଯାଇପାରିବେ, ଏଥରେ କୌଣସି ସନ୍ଦେହ ନାହିଁ । ସମ୍ମାନିତ ଅତିଥି ଭାବରେ ପୂର୍ବତନ ଅର୍ଥମନ୍ତ୍ରୀ ତଥା କେନ୍ଦ୍ରାପଡ଼ା ବିଧାୟକ ଶଶିଭୂଷଣ ବେହେରା ଯୋଗଦେଇ କହିଲେ ଯେ, ଦୀର୍ଘ ୨୦ ବର୍ଷ ହେବ ଉଠାଦୋକାନୀମାନଙ୍କ ସହିତ ଅଛି ଏବଂ ରହିବି । ଭୁବନେଶ୍ୱର ଭେଣ୍ଡିଂଜୋନ ହେଉଛି ଦେଶର ଏକ ମାଇଲ୍ ଖୁଣ୍ଟ ସଦୃଶ । ଟ୍ରଷ୍ଟର ଉପଦେଷ୍ଟା ତଥା ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା ଯୋଗଦେଇ କହିଲେ ଯେ, ଉଠାଦୋକାନୀମାନେ ଭୁବନେଶ୍ୱରର ଅଙ୍ଗ । ସଦାସର୍ବଦା ଦୋକାନୀମାନେ ସରକାରଙ୍କ ସହିତ ଅଛନ୍ତି ଏବଂ ସରକାର ମଧ୍ୟ ଉଠାଦୋକାନୀମାନଙ୍କ ସମସ୍ତ ପ୍ରକାର ସୁବିଧା ଅସୁବିଧା ଦୂର କରିଛନ୍ତି ଏବଂ ଫନି ବାତ୍ୟାରେ ଭାଙ୍ଗି ଯାଇଥିବା ଦୋକାନର କ୍ଷତିପୂରଣ ଯେଉଁ ଦୋକାନୀଭାଇମାନେ ପାଇନାହାଁନ୍ତି, ସେମାନଙ୍କୁ ତୁରନ୍ତ କ୍ଷତିପୂରଣ ପ୍ରଦାନ କରାଯିବ ବୋଲି ସେ କହିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ