ଖୁବ୍ ଶୀଘ୍ର ମୁକ୍ତିଲାଭ କରିବାକୁ ଯାଉଛି ଓଡ଼ିଆ ଚଳଚ୍ଚିତ୍ର ‘ମୁରଲୀ’
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):କାହାଣୀ ଏକ ରହସ୍ୟମୟ ଘଟଣାପ୍ରବାହ ଦେେଇ ଗତି କରୁଥିବା ଯୋଗୁଁ ଦର୍ଶକମାନଙ୍କ ମଧ୍ୟରେ ଉତ୍ସାହ ଦେଖାଦେଇଛି । ସିନେମାକୁ ନେଇ ସିନେ ନିର୍ମାତା ଆଶାବାଦୀ ଥିବା ବେଳେ ସିନେ ସମୀକ୍ଷକ ସିନେମାଟି ଦର୍ଶକମାନଙ୍କ ମଧ୍ୟରେ ଆଦୃତ ହେବା ସହ ସିନେ ଜଗତରେ ଏକ ଯୁଗାନ୍ତକାରୀ ପରିବର୍ତ୍ତନ ଆଣିପାରିବ ବୋଲି ଆତ୍ମବିଶ୍ୱାସୀ ଅଛନ୍ତି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ଞରବଗ୍ଦରକ୍ସ ଟି ସୁଟିଂ ହେବା ପରିବର୍ତ୍ତେ ପ୍ରଥମଥର ପାଇଁ ୩କ୍ସୟ ଗକ୍ଟୟରକ୍ଷସଦ୍ଭଶ, ଠୠଢ ଏବଂ ଉଏଓ ଯାହାକି ନୂତନ ଜ୍ଞାନକୌଶଳରେ ନିର୍ମାଣ ହୋଇଥିବାରୁ ଏହା ଏକ ଆନ୍ତର୍ଜାତିକ ସିନେମା ଭଳି ଦିଶୁଛି । ଖୁବ୍ ଶୀଘ୍ର ପ୍ରେକ୍ଷାଳୟକୁ ଆସିବାକୁ ଯାଉଥିବ ସିନେମା ଯାହାର ନାମ ରହିଛି ମୁରଲୀ ।ନିକଟରେ ଏହାର ଏକ ଟାଇଟଲ ଘୋଷଣା ହୋଇଯାଇଛି ଯାହାକିି ମିଳିତ ଭାବରେ ମମତା ଫିଲ୍ମସ୍ ଏବଂ ଦି ନାୟକ ଷ୍ଟୁଡ଼ିଓ ବ୍ୟାନରରେ ଆସୁଅଛି । ପ୍ରଯୋଜନାରେ ଅଛନ୍ତି ଅମାନତ ଦାସ ଏବଂ ଗାମା ସିଗ୍ମା । ନିର୍ଦ୍ଦେଶନା ଦେଉଛନ୍ତି ସନ୍ତୋଷ ବିଶ୍ୱାଳ । ମୂଳ କାହାଣୀ ବାଳକୃଷ୍ଣଙ୍କର ହୋଇଥିବା ବେଳେ ଚିତ୍ରନାଟ୍ୟ ଓ ସଂଳାପରେ ବି ଉତ୍ତମ କୁମାର ଅଛନ୍ତି । ଚିତ୍ର ଉତ୍ତୋଳନରେ ବିଶ୍ୱଭୂଷଣ ଥିବାବେଳେ ମୁଖ୍ୟ ଭୂମିକାରେ ଅଛନ୍ତି ଅନୁ ଚୌଧୁରୀ, ବାଳକୃଷ୍ଣ ନାୟକ, ବିଦ୍ୟା ମହାନ୍ତି, ଯୋଗେଶ ଜୋଜୋ ଏବଂ ନବାଗତା ଲିପ୍ସା । ଏହି ସିନେମାର ଦୁଇଟି ଭାଷାରେ ପ୍ରେକ୍ଷାଳୟକୁ ଆସିବାକୁ ଯାଉଛି । ଓଡ଼ିଆ ଏବଂ ଛତିଶଗଡ଼ ସିନେମାରେ ଅନେକ ଛତିଶଗଡ଼ି କଳାକାରଙ୍କୁ ଦେଖିବାକୁ ମିଳିବ ।