ଖୁବ ଶୀଘ୍ର ପ୍ରକାଶ ପାଇବ ବିଜେଡି ଇସ୍ତହାର

ମତାମତ ଦିଅନ୍ତି ଆପଣ, ପାଳନ କରନ୍ତି ନବୀନ । ଘରେ ଘରେ ଶଙ୍ଖ, କାର୍ଯ୍ୟକ୍ରମ ଜରିଆରେ ନିର୍ବାଚନ ଇସ୍ତାହାର ପ୍ରସ୍ତୁତି ଲାଗି ମତାମତ ନେଇଥିଲା ବିଜେଡି । 2019 ସାଧାରଣ ନିର୍ବାଚନ ପାଇଁ ଦଳର ନିର୍ବାଚନ ଇସ୍ତାହାର କିପରି ହେବ ତାହାର ପୁଙ୍ଖାନୁପୁଙ୍ଖ ତଦନ୍ତ କରୁଛନ୍ତି ଦଳର 37 ଜଣ ସଦସ୍ୟ । ଇସ୍ତାହାର କମିଟି ବରିଷ୍ଠ ସଦସ୍ୟ ଆମର ପଟ୍ଟନାୟକ , ପ୍ରସନ୍ନ ଆଚାର୍ଯ୍ୟ, ଅରୁଣ ସାହୁ, ସଞ୍ଜୟ ଦାସବର୍ମା, ଯୁବ, ମହିଳା ଓ ଛାତ୍ର ଶାଖାର ସଦସ୍ୟ ମାନେ ଓଡ଼ିଶାର ବିଭିନ୍ନ ଅଞ୍ଚଳରୁ ଆସିଥିବା ମତାମତ ଉପରେ ଆଲୋଚନା ହୋଇଥିଲା । ଖୁବଶୀଘ୍ର ଲୋକଙ୍କ ମତ ଅନୁସାରେ ଇସ୍ତାହାର ହେବ । ଏହାସହ ଓଡ଼ିଶାର ବିକାଶ, କେନ୍ଦ୍ର ଅବହେଳା ଓ ନୂତନ ଓଡିଶା ଗଠନ ଆଦି ପ୍ରସଙ୍ଗକୁ ବିଜେଡି ଇସ୍ତାହାରରେ ଗୁରୁତ୍ୱ ଦିଆଯିବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ