ଖେମୁଣ୍ଡିି ଓକିଲ ସଂଘର ପରିବର୍ଦ୍ଧିତ ଆଲୋଚନା ସଭା
ଦିଗପହଣ୍ଡି, (ଯୁଗାବ୍ଦ ନ୍ୟୁଜ):ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି ଓକିଲ ସଂଘର ପରିବର୍ଦ୍ଧିତ ଆଲୋଚନା ସଭା ଅନୁଷ୍ଠିତ ହୋଇଯାଇଛି।ସଂଘ ର ସ୍ଥାୟୀ କାର୍ଯ୍ୟାଳୟ ପରିସରରେ ଆୟୋଜିତ ସଭାରେ ଓକିଲ ସଂଘ ସଭାପତି ଲକ୍ଷ୍ମୀନାରାୟଣ ପାଢ଼ୀ ଅଧ୍ୟକ୍ଷତା କରିଥିଲେ।ସମ୍ପାଦକ କୁରେଶୁ ପଣ୍ଡା ଙ୍କ ସଂଯୋଜନାରେ ଅନୁଷ୍ଠିତ ସଭାରେ ସଙ୍ଘର ନୂତନ କାର୍ଯ୍ୟକାରୀ କମିଟି ଗଠନ କରାଯାଇଥିଲା।ଆଇନଜୀବି ଅଶେଷ ନାଥ ମିଶ୍ର,ହର ପ୍ରସାଦ ରଥ,ମନୋରଞ୍ଜନ ପଣ୍ଡା,ହେମନ୍ତ କୁମାର ପାଣିଗ୍ରାହୀ,ମନୋଜ କୁମାର ପଣ୍ଡା ଏବଂ ପ୍ରଦୀପ କୁମାର ନାୟକ ଙ୍କୁ ସଙ୍ଘର କାର୍ଯ୍ୟକାରୀ କମିଟି ସଦସ୍ୟ ରୂପେ ସର୍ବସମ୍ମତ କ୍ରମେ ମନୋନୀତ କରାଯାଇଥିଲା। ସେହିପରି ହୃଦୟ ରଞ୍ଜନ ମେକାପ,ପ୍ରଭାକର ରାଉତ, ଏ.ସୋମେଶ୍ୱର ରାଓ,ଚନ୍ଦ୍ରଧ୍ଵଜ ସିଂହ,ସୂର୍ଯ୍ୟନାରାୟଣ ସାହୁ ଙ୍କୁ ସଙ୍ଘର ଉପଦେଷ୍ଟା ରୂପେ ଚୟନ କରାଯାଇଥିଲା।ସଙ୍ଘର ବିବିଧ ସମସ୍ୟା ସମ୍ପର୍କରେ ସଭାରେ ବିସ୍ତୃତ ଆଲୋଚନା କରାଯାଇ ସର୍ବସମ୍ମତ ପ୍ରସ୍ତାବ ଗୃହୀତ କରାଯାଇଥିଲା।ଆସନ୍ତା ୨୮ ତାରିଖ ଆଇନଜୀବି ଦିବସ ତଥା ମଧୁବାବୁ ଜୟନ୍ତୀ ଅବସରରେ ସଂଘ ପକ୍ଷରୁ ଏକ ଆଲୋଚନା ଚକ୍ର ଏବଂ କବିତା ପାଠୋତ୍ସବ ଅନୁଷ୍ଠିତ କରାଯିବା ନିମନ୍ତେ ସଭାରେ ନିଷ୍ପତ୍ତି ନିଆଯାଇଥିଲା।ସେହିପରି କୋର୍ଟ ପରିସରରେ ମଧୁବାବୁ ଙ୍କ ସମେତ ଅନ୍ୟାନ୍ୟ ବରପୁତ୍ର ମାନଙ୍କ ପ୍ରତିମୂର୍ତ୍ତି ସ୍ଥାପନ ନିମନ୍ତେ ବିଧିବଦ୍ଧ ପ୍ରସ୍ତାବ ଗୃହୀତ କରାଯାଇଥିଲା। ସଭାରେ ଓକିଲ ସଂଘର ଉପସଭାପତି ଗିରିଜା ନନ୍ଦନ ମେକାପ,ସହ ସମ୍ପାଦକ ରାଜେନ୍ଦ୍ର କୁମାର ତ୍ରିପାଠୀ,କୋଷାଧ୍ୟକ୍ଷ ସିମାଞ୍ଚଳ ପ୍ରଧାନ ଏବଂ ବହୁ ସଂଖ୍ୟକ ସଦସ୍ୟ ଉପସ୍ଥିତ ରହି ବିଭିନ୍ନ ଆଲୋଚନା ରେ ଅଂଶଗ୍ରହଣ କରିଥିଲେ।


