ଖେମୁଣ୍ଡିି ଓକିଲ ସଂଘ ନିର୍ବାଚନ ଜଣେ ପ୍ରାର୍ଥି ପ୍ରତ୍ୟାହାର କଲେ ନାମାଙ୍କନ କେବଳ ସମ୍ପାଦକ ପଦବୀ ନିମନ୍ତେ ହେବ ମତଦାନ

ଦିଗପହଣ୍ଡି,(ଅଳକ ନାଥ ମିଶ୍ର): ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି ଓକିଲ ସଂଘର ନିର୍ବାଚନ ପାଇଁ ବୁଧବାର  ପ୍ରାର୍ଥିପତ୍ର ପ୍ରତ୍ଯାହାରର ଶେଷ ଦିବସ ରହିଥିବା ବେଳେ କୋଷାଧ୍ୟକ୍ଷ ପଦବୀ ସକାଶେ ନାମାଙ୍କନ ଦାଖଲ କରିଥିବା ବରିଷ୍ଠ ଆଇନଜୀବି ରସାନନ୍ଦ ରାଉତ ଶେଷ ମୁହୂର୍ତ୍ତ ରେ ତାଙ୍କ ପ୍ରାର୍ଥିପତ୍ର ପ୍ରତ୍ଯାହାର କରିଥିବା  ନିର୍ବାଚନ ଅଧିକାରୀ ଚନ୍ଦ୍ରଧ୍ବଜ ସିଂହ ଜଣାଇଛନ୍ତି। ରସାନନ୍ଦ କୋଷାଧ୍ୟକ୍ଷ ପଦବୀ ପାଇଁ  ଏକମାତ୍ର ପ୍ରାର୍ଥୀ ରହିଥିଲେ ମଧ୍ୟ ସେ ତାଙ୍କ ନାମାଙ୍କନ ପ୍ରତ୍ଯାହାର ପରେ ସେହି ପଦବୀ ଖାଲି ପଡିଯାଇଛି।ଆସନ୍ତା ୨୯ ତାରିଖ ରେ  ସଂଘର କେବଳ ସମ୍ପାଦକ ପଦବୀ ପାଇଁ ନିର୍ବାଚନ ହେବ ବୋଲି ନିର୍ବାଚନ ଅଧିକାରୀ ସୂଚନା ଦେଇଥିବା ବେଳେ ଉପସଭାପତି ଭାବେ ସନ୍ତୋଷ କୁମାର ସାହୁ ଏବଂ ସହସମ୍ପାଦକ ଭାବେ ରବିଚନ୍ଦ୍ର ଗୌଡ ଅପ୍ରତିଦ୍ବନ୍ଦୀ ରହିଥିବା ଜଣାଇଛନ୍ତି। ସଭାପତି ପଦବୀ ପାଇଁ ସମସ୍ତ ପ୍ରାର୍ଥୀଙ୍କ ନାମାଙ୍କନ ପତ୍ର ନାକଚ ପରେ ରାଜ୍ୟ ଆଇନଜୀବି ପରିଷଦ କୁ ଏନେଇ ନିର୍ବାଚନ ଅଧିକାରୀ  ଚିଠି ପ୍ରେରଣ କରି ପରାମର୍ଶ ଲୋଡିଥିଲେ। ପରିଷଦ ପକ୍ଷରୁ ଏନେଇ ତାର ମତାମତ ସମ୍ପର୍କିତ ଚିଠି ପଠାଇଛନ୍ତି।ପରିଷଦ ପକ୍ଷରୁ ସ୍ଥାନୀୟ ଓକିଲ ସଂଘର ସର୍ବ ବରିଷ୍ଠ ସଦସ୍ୟଙ୍କ ନାମ ସଭାପତି ପଦବୀ ନିମନ୍ତେ ପ୍ରେରଣ ପାଇଁ କୁହାଯାଇ ଥିବାରୁ ସଂଘର ସର୍ବ ବରିଷ୍ଠ ଆଇନଜୀବି ତଥା ପୂର୍ବତନ ଏନଏସି ଅଧ୍ୟକ୍ଷ ହୃଦୟ ରଞ୍ଜନ ମେକାପ ସଂଘର ସଭାପତି ଭାବେ ମନୋନୀତ ହେବା ଏକପ୍ରକାର ସ୍ପଷ୍ଟ ହୋଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ