ଖେମୁଣ୍ଡି ଆନ୍ତଃଜିଲା ଭଲିବଲ୍ ଟୁର୍ନା ମେଣ୍ଟ ଉଦଯାପିତ ; ମୋହନା କୁ ପରାଜିତ କରି ଗୁମ୍ମା ଟିମ୍ ଚାମ୍ପିୟନ
ଦିଗପହଣ୍ଡି,(ଓ୍ବାଇଏନ୍ଏସ୍) :ଦିଗପହଣ୍ଡି ସ୍ଥିତ ବଡ଼ଖେମୁଣ୍ଡି ହାଇସ୍କୁଲ ଖେଳପଡିଆ ଠାରେ ସ୍ଥାନୀୟ ଖେମୁଣ୍ଡି ସ୍ପୋର୍ଟିଂ କ୍ଳବ ଆନୁକୁଲ୍ୟରେ ଚାଲିଥିବା ଖେମୁଣ୍ଡି ଆନ୍ତଃଜିଲା ଭଲିବଲ ଟୁର୍ନାମେଣ୍ଟ ରବିବାର ସନ୍ଧ୍ୟାରେ ଉଦଯାପିତ ହୋଇଯାଇଛି। ମ୍ୟାଚ ରେ ଗଜପତି ଜିଲା ଗୁମ୍ମା ଗ୍ରାମ ଭଲିବଲ ଟିମ୍ ପ୍ରତିପକ୍ଷ ମୋହନା ଭଲିବଲ ଟିମ୍ କୁ ୩- ୧ ସେଟ୍ ବ୍ୟବଧାନରେ ପରାଜିତ କରି ଚାମ୍ପିୟନ ଆଖ୍ୟା ଅର୍ଜନ କରିଛନ୍ତି । ଟୁର୍ନାମେଣ୍ଟ ଆୟୋଜକ କମିଟି ସଭାପତି ଶିବ ଶଙ୍କର ମହାଙ୍କୁଡ ଙ୍କ ସଂଯୋଜନାରେ ଆୟୋଜିତ ପୁରସ୍କାର ବିତରଣ ଉତ୍ସବ ରେ ଉପଦେଷ୍ଟା କୁରେଶୁ ମହାରଣା ଅଧ୍ୟକ୍ଷତା କରିଥିଲେ । ସାନଖେମୁଣ୍ଡି ବିଧାୟକ ତଥା ଗଞ୍ଜାମ ଜିଲା କଂଗ୍ରେସ କମିଟି ସଭାପତି ରମେଶ ଚନ୍ଦ୍ର ଜେନା ମୁଖ୍ୟ ଅତିଥି ଭାବେ ଯୋଗଦେଇ ସହରର ବିଶିଷ୍ଟ କ୍ରୀଡାବିତ ସ୍ବର୍ଗତ ଏମ୍.ଚକ୍ରପାଣି ଙ୍କ ଫଟୋ ରେ ଶ୍ରଦ୍ଧା ସୁମନ ଅର୍ପଣ କରିବା ପରେ ଆୟୋଜକ କମିଟି ର ସମସ୍ତ କର୍ମକର୍ତ୍ତା ଏବଂ ସଭ୍ୟବୃନ୍ଦ ଅତିଥି ମାନଙ୍କୁ ବିରାଟ ପଟୁଆରରେ ସଭାମଞ୍ଚ କୁ ପାଛୋଟି ନେଇଥିଲେ । ବ୍ରହ୍ମପୁରର ସାମାଜିକ କର୍ମୀ ରଶ୍ମି ରଞ୍ଜନ ପଟ୍ଟନାୟକ,ଦିଗପହଣ୍ଡି ଏନ୍ ଏ ସି ର ପୂର୍ବତନ ଅଧ୍ୟକ୍ଷ ପ୍ରଫୁଲ ପଣ୍ଡା, ସାମାଜିକ କର୍ମୀ ଦୀପକ କୁମାର ମିଶ୍ର, ଖେମୁଣ୍ଡି ଓକିଲ ସଂଘ ସମ୍ପାଦକ ଅଶେଷ ନାଥ ମିଶ୍ର ପ୍ରମୁଖ ସମ୍ମାନିତ ଅତିଥି ଭାବେ ମଞ୍ଚାସିନ ଥିଲେ। ଆୟୋଜକ କମିଟି ସମ୍ପାଦକ ଅର୍ବ୍ଦୁ . ଗୋବିନ୍ଦ, କୋଷାଧ୍ୟକ୍ଷ ପ୍ରଭାକର ରେଡ୍ଡୀ, କାର୍ଯ୍ୟକର୍ତ୍ତା କେ. କୁନା, ପୁରୁଷୋତ୍ତମ ପାତ୍ର, ରଞ୍ଜନ ଗୌଡ, ରଞ୍ଜିତ ବେହେରା, ରାମକୃଷ୍ଣ ମେକାପ, ମନୋରଞ୍ଜନ ସେଠୀ, ମିଟୁ ବେହେରା, ଦିବାକର ବିଷୋୟୀ, ବାରିକ ବେହେରା, ଆର. ମୁନ୍ନା, ଗୋପାଳକୃଷ୍ଣ ପଣ୍ଡା, ଦିବାକର ପ୍ରଧାନ, ଏମ୍. ସାଗର,ଶିବ ବେହେରା, ସନ୍ତୋଷ କୁମାର ରେଡ୍ଡୀ, ଏ. ସାକିଲି, ନରେନ୍ଦ୍ର ସାହୁ,ଶିବ ରୁଦ୍ର ନାୟକ, ବାଦଲ ଦାସ,ସାଧୁ ଚରଣ ପଣ୍ଡା ପ୍ରମୁଖ ଉପସ୍ଥିତ ରହି ମ୍ୟାଚ ପରିଚାଳନାରେ ସହାୟତା କରି ଥିଲେ। କ୍ରୀଡା ଶିକ୍ଷକ ଏମ୍ . ଗୌରାଙ୍ଗ ଏବଂ କୋଚ୍ ଗୋବିନ୍ଦ ନାୟକ ମ୍ୟାଚ ରେ ରେଫେରି ଥିଲେ । ସ୍କୋରର ଭାବେ ନିରଞ୍ଜନ ପ୍ରଧାନ ଓ ରଞ୍ଜନ ଗୌଡ ଦାୟିତ୍ୱରେ ଥିବା ବେଳେ ବ୍ରହ୍ମପୁର ର ଭାଶ୍ୟକାର ନରସିଂହ ଦାସ ଙ୍କ ସଂଳାପ ଦର୍ଶକ ମାନଙ୍କୁ ବେଶ୍ ଆମୋଦିତ କରିଥିଲା। ଖେଳ ଶେଷ ହେବାପରେ ସନ୍ଧ୍ୟାରେ ଉଭୟ ବିଜେତା ଓ ଉପ ବିଜେତା ଙ୍କ ସମେତ ଟୁର୍ନା ମେଣ୍ଟ ରେ ଅଂଶଗ୍ରହଣ କରିଥିବା ସମୁଦାୟ ଟିମ୍ ର ଶ୍ରେଷ୍ଠ ଖେଳାଳି ମାନଙ୍କୁ ଅତିଥିବୃନ୍ଦ ପୁରସ୍କାର ବିତରଣ କରିଥିଲେ ।