ଖେମୁଣ୍ଡି ଆନ୍ତଃଜିଲା ଭଲିବଲ୍ ଟୁର୍ନାମେଣ୍ଟ ଉଦଘାଟିତ ; ବ୍ରହ୍ମପୁର ଟିମ୍ କୁ ପରାଜିତ କରି ପାଣିଗଣ୍ଡା ଟିମ୍ ବିଜୟୀ
ଦିଗପହଣ୍ଡି,(ୱାଇଏନ୍ଏସ୍): ଦିଗପହଣ୍ଡି ସ୍ଥିତ ବଡ଼ଖେମୁଣ୍ଡି ହାଇସ୍କୁଲ ଖେଳପଡିଆ ଠାରେ ସ୍ଥାନୀୟ ଖେମୁଣ୍ଡି ସ୍ପୋର୍ଟିଂ କ୍ଳବ ଆନୁକୁଲ୍ୟରେ ରବିବାର ଖେମୁଣ୍ଡି ଆନ୍ତଃଜିଲା ଭଲିବଲ ଟୁର୍ନାମେଣ୍ଟ ଉଦଘାଟିତ ହୋଇଯାଇଛି। ସ୍ଥାନୀୟ ମାଁ ବୁଢ଼ୀ ଠାକୁରାଣୀ ମନ୍ଦିର ରୁ ଆୟୋଜକ କମିଟି ସଦସ୍ୟ ବୃନ୍ଦ ମଶାଲଶୋଭାଯାତ୍ରା ରେ ସହର ପରିକ୍ରମା କରି ଖେଳପଡିଆ ଠାରେ ପହଞ୍ଚି ଥିଲେ। ଟୁର୍ନାମେଣ୍ଟ ଆୟୋଜକ କମିଟି ସଭାପତି ଶିବ ଶଙ୍କର ମହାଙ୍କୁଡ ଙ୍କ ସଂଯୋଜନାରେ ଆୟୋଜିତ ଉତ୍ସବ ରେ ଉପଦେଷ୍ଟା କୁରେଶୁ ମହାରଣା ଅଧ୍ୟକ୍ଷତା କରିଥିଲେ। ଦିଗପହଣ୍ଡି ବ୍ଳକ ଅଧ୍ୟକ୍ଷ ବିପିନ ଚନ୍ଦ୍ର ପ୍ରଧାନ ଉତ୍ସବ ରେ ମୁଖ୍ୟଅତିଥି ଭାବେ ଯୋଗଦେଇ ସହରର ବିଶିଷ୍ଟ କ୍ରୀଡାବିତ ସ୍ବର୍ଗତ ଏମ୍.ଚକ୍ରପାଣି ଙ୍କ ଫଟୋଚିତ୍ର ରେ ଶ୍ରଦ୍ଧା ସୁମନ ଅର୍ପଣ କରିବାସହ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଟୁର୍ନାମେଣ୍ଟ କୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ଉଦଘାଟନୀ ସଭାରେ ମୁଖ୍ୟଅତିଥି ଉଦବୋଧନ ଦେଇ ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ଏହି ଆନ୍ତଃଜିଲା ଭଲିବଲ ଟୁର୍ନାମେଣ୍ଟ ଆୟୋଜନ କରାଯାଇଥିବା ରୁ କମିଟି କର୍ମକର୍ତ୍ତା ମାନଙ୍କୁ ଧନ୍ୟବାଦ ଜଣାଇଥିଲେ।ଗଞ୍ଜାମ ଜିଲା ରେ ଭଲିବଲ ଖେଳ ବେଶ ଲୋକପ୍ରିୟତା ଅର୍ଜନ କରିଥିବା ବେଳେ ଦିଗପହଣ୍ଡି ଅଞ୍ଚଳର କ୍ରୀଡାବିତ୍ ମାନେ ସମଗ୍ର ରାଜ୍ୟରେ ସୁନାମ ଅର୍ଜନ କରିଛନ୍ତି ବୋଲି ତାଙ୍କ ବକ୍ତବ୍ୟରେ କହିଥିଲେ। ବମକେଇ ପଞ୍ଚାୟତ ସରପଞ୍ଚ ପ୍ରତିନିଧି ଭଗବାନ ବାଡ଼ତ୍ୟା, ସାମାଜିକ କର୍ମୀ ଦିବାକର ଜେନା, ଆୟୋଜକ କମିଟି ସମ୍ପାଦକ ଅର୍ବ୍ଦୁ . ଗୋବିନ୍ଦ, କୋଷାଧ୍ୟକ୍ଷ ପ୍ରଭାକର ରେଡ୍ଡୀ, କାର୍ଯ୍ୟକର୍ତ୍ତା କେ. କୁନା, ପୁରୁଷୋତ୍ତମ ପାତ୍ର, ରଞ୍ଜନ ଗୌଡ, ରଞ୍ଜିତ ବେହେରା,ରାମକୃଷ୍ଣ ମେକାପ, ଆଲୁ . ସାକିଲି,ବାରିକ ବେହେରା, ଆର. ମୁନ୍ନା, ଗୋପାଳକୃଷ୍ଣ ପଣ୍ଡା, ଦିବାକର ପ୍ରଧାନ, ଏମ୍. ସାଗର,ଶିବ ବେହେରା, ନରେନ୍ଦ୍ର ସାହୁ,ଶିବ ରୁଦ୍ର ନାୟକ, ବାଦଲ ଦାସ,ସାଧୁ ଚରଣ ପଣ୍ଡା ପ୍ରମୁଖ ଉଦଘାଟନୀ ସଭାରେ ଉପସ୍ଥିତ ଥିଲେ। ଉଦଘାଟନୀ ମ୍ୟାଚ ରେ ଗଜପତି ଜିଲା ପାଣିଗଣ୍ଡା ଗ୍ରାମ ଟିମ୍ ବ୍ରହ୍ମପୁର ମହାବୀର ଟିମ୍ କୁ ୨- ୧ ସେଟ୍ ବ୍ୟବଧାନରେ ପରାଜିତ କରି ପରବର୍ତ୍ତୀ ମ୍ୟାଚ କୁ ଉନ୍ନୀତ ହୋଇଥିବା ବେଳେ କ୍ରୀଡା ଶିକ୍ଷକ ଏମ୍ . ଗୌରାଙ୍ଗ ଏବଂ ଜଗନ୍ନାଥ ପ୍ରସାଦ ମ୍ୟାଚ ରେ ରେଫେରି ଥିଲେ।