ଖେମୁଣ୍ଡି ଆନ୍ତଃଜିଲା ଭଲିବଲ୍ ; ଅଡବା କୁ ପରାଜିତ କରି ମୋହନା ବିଜୟୀ

ଦିଗପହଣ୍ଡି,(ଓ୍ବାଇଏନ୍ଏସ୍):ଦିଗପହଣ୍ଡି ସ୍ଥିତ ବଡ଼ଖେମୁଣ୍ଡି ହାଇସ୍କୁଲ ଖେଳପଡିଆ ଠାରେ ସ୍ଥାନୀୟ ଖେମୁଣ୍ଡି ସ୍ପୋର୍ଟିଂ କ୍ଳବ ଆନୁକୁଲ୍ୟରେ ଚାଲିଥିବା ଖେମୁଣ୍ଡି ଆନ୍ତଃଜିଲା ଭଲିବଲ ଟୁର୍ନାମେଣ୍ଟ ର ୨ ୟ ଦିବସ ସୋମବାର ମ୍ୟାଚ ରେ ଗଜପତି ଜିଲା ମୋହନା ଗ୍ରାମ ଭଲିବଲ ଟିମ୍ ପ୍ରତିପକ୍ଷ ଅଡବା ଗ୍ରାମ ଭଲିବଲ ଟିମ୍ କୁ ୨- ୦ ସେଟ୍ ବ୍ୟବଧାନରେ ପରାଜିତ କରି ପରବର୍ତ୍ତୀ ମ୍ୟାଚ କୁ ଉନ୍ନୀତ ହୋଇଛନ୍ତି । ଟୁର୍ନାମେଣ୍ଟ  ଆୟୋଜକ କମିଟି ସଭାପତି ଶିବ ଶଙ୍କର ମହାଙ୍କୁଡ ଙ୍କ ସଂଯୋଜନାରେ ଆୟୋଜିତ ୨ ୟ ଦିବସ ମ୍ୟାଚ ଉଦଘାଟନ ଉତ୍ସବ ରେ ଉପଦେଷ୍ଟା କୁରେଶୁ ମହାରଣା ଅଧ୍ୟକ୍ଷତା କରିଥିଲେ । ଦିଗପହଣ୍ଡି ଏନ୍ ଏ ସି ର ପୂର୍ବତନ ଅଧ୍ୟକ୍ଷ ଭି. ରବିନାରାୟଣ ରାଜୁ ମୁଖ୍ୟଅତିଥି ଭାବେ ଯୋଗଦେଇ ସହରର ବିଶିଷ୍ଟ କ୍ରୀଡାବିତ ସ୍ବର୍ଗତ ଏମ୍.ଚକ୍ରପାଣି ଙ୍କ ଫଟୋ ରେ ଶ୍ରଦ୍ଧା ସୁମନ ଅର୍ପଣ କରିବାସହ ପ୍ରଦୀପ ପ୍ରଜ୍ଜ୍ୱଳନ କରି ମ୍ୟାଚ କୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ସ୍ଥାନୀୟ ଖେମୁଣ୍ଡି ଓକିଲ ସଂଘ ସମ୍ପାଦକ ତଥା ଦିଗପହଣ୍ଡି ପ୍ରେସକ୍ଳବ ସଭାପତି ଅଶେଷ ନାଥ ମିଶ୍ର ସମ୍ମାନୀତ ଅତିଥି ଭାବେ ମଞ୍ଚାସିନ ଥିଲେ ।  ଆୟୋଜକ କମିଟି ସମ୍ପାଦକ ଅର୍ବ୍ଦୁ . ଗୋବିନ୍ଦ, କୋଷାଧ୍ୟକ୍ଷ ପ୍ରଭାକର ରେଡ୍ଡୀ, କାର୍ଯ୍ୟକର୍ତ୍ତା କେ. କୁନା, ପୁରୁଷୋତ୍ତମ ପାତ୍ର, ରଞ୍ଜନ ଗୌଡ, ରଞ୍ଜିତ ବେହେରା,ରାମକୃଷ୍ଣ ମେକାପ, ମନୋରଞ୍ଜନ ସେଠୀ, ମିଟୁ ବେହେରା, ଦିବାକର ବିଷୋୟୀ, ବାରିକ ବେହେରା, ଆର. ମୁନ୍ନା, ଗୋପାଳକୃଷ୍ଣ ପଣ୍ଡା, ଦିବାକର ପ୍ରଧାନ, ଏମ୍. ସାଗର,ଶିବ ବେହେରା, ନରେନ୍ଦ୍ର ସାହୁ,ଶିବ ରୁଦ୍ର ନାୟକ, ବାଦଲ ଦାସ,ସାଧୁ ଚରଣ ପଣ୍ଡା ପ୍ରମୁଖ  ଉପସ୍ଥିତ ରହି ମ୍ୟାଚ ପରିଚାଳନାରେ ସହାୟତା କରି ଥିଲେ। ଟୁର୍ନାମେଣ୍ଟ ର ୨ ୟ କ୍ୱାର୍ଟର ଫାଇନାଲ  ମ୍ୟାଚ ରେ ଗଜପତି ଜିଲା ମୋହନା ଗ୍ରାମ ଟିମ୍ ଅଡବା ଟିମ୍ କୁ ଯଥାକ୍ରମେ ୧୦-୦୪ ଏବଂ ୧୫-୦୮ ପଏଣ୍ଟ  (୨- ୦) ସେଟ୍ ବ୍ୟବଧାନରେ ପରାଜିତ କରି  ପରବର୍ତ୍ତୀ ମ୍ୟାଚ କୁ ଉନ୍ନୀତ ହୋଇଥିଲେ। କ୍ରୀଡା ଶିକ୍ଷକ ଏମ୍ . ଗୌରାଙ୍ଗ  ମ୍ୟାଚ ରେ ରେଫେରି ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ