ଖେମୁଣ୍ଡି ଓକିଲ ସଂଘର ନିର୍ବାଚନ

ଦିଗପହଣ୍ଡି, (ଯୁଗାବ୍ଦ ନ୍ୟୁଜ):ରାଜ୍ୟ ଆଇନଜୀବି ପରିଷଦର କାର୍ଯ୍ଯସୂଚୀ ପ୍ରକାରେ ଶନିବାର ଖେମୁଣ୍ଡି ଓକିଲ ସଂଘର ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି।ନିର୍ବାଚନ ଅଧିକାରୀ ନୀଳମାଧବ ରଥଙ୍କ ଠାରୁ ମିଳିଥିବା ସୂଚନା ଅନୁସାରେ ବରିଷ୍ଠ ଆଇନଜୀବି ଲକ୍ଷ୍ମୀନାରାୟଣ ପାଢ଼ୀ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି।ସେହିଭଳି ଗିରିଜା ନନ୍ଦନ ମେକାପ ଉପସଭାପତି ନିର୍ବାଚିତ ହୋଇଥିବା ବେଳେ କୁରେଶୁ ପଣ୍ଡା ସମ୍ପାଦକ, ରାଜେନ୍ଦ୍ର କୁମାର ତ୍ରିପାଠୀ ସହସମ୍ପାଦକ ଏବଂ ସିମାଞ୍ଚଳ ପ୍ରଧାନ (ଅପ୍ରତିଦ୍ବନ୍ଦୀ) କୋଷାଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି।ସମସ୍ତ ପଦବୀ ପାଇଁ ଦ୍ବିମୁଖୀ ପ୍ରତିଦ୍ବନ୍ଦିତା ହୋଇଥିଲା।ନବନିର୍ବାଚିତ କର୍ମକର୍ତ୍ତାଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛା ମିଳୁଥିବା ଦେଖାଯାଇଛି।ଶୃଙ୍ଖଳିତ ନିର୍ବାଚନ ପରିଚାଳନାରେ ସହଯୋଗ ପାଇଁ ନିର୍ବାଚନ ଅଧିକାରୀ ସଂଘର ସମସ୍ତ ସଦସ୍ଯଙ୍କୁ ଧନ୍ୟବାଦ ଜଣାଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ