ଖେମୁଣ୍ଡି ଓକିଲ ସଂଘର ପରିବର୍ଦ୍ଧିତ ଆଲୋଚନା ସଭା

ଦିଗପହଣ୍ଡି,(ୱାଇଏନ୍ଏସ୍): ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି ଓକିଲ ସଂଘର ପରିବର୍ଦ୍ଧିତ ଆଲୋଚନା ସଭା ମଙ୍ଗଳବାର ସଙ୍ଘ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି । ଆୟୋଜିତ ସଭାରେ ସଂଘର ଅନ୍ତରୀଣ କମିଟି ଅଧ୍ୟକ୍ଷ ପରେଶ ଚନ୍ଦ୍ର ରଥ ଅଧ୍ୟକ୍ଷତା କରିଥିଲେ । ରାଜ୍ୟ ବାରକାଉନସିଲର ନିର୍ଦ୍ଦେଶ କ୍ରମେ ଓକିଲ ସଂଘର ନୂତନ କର୍ମକର୍ତ୍ତା ନିର୍ବାଚନ ସମ୍ପର୍କରେ ସଭାରେ ବିସ୍ତୃତ ଆଲୋଚନା କରାଯାଇଥିଲା । ସଙ୍ଘ ର କର୍ମକର୍ତ୍ତା ନିର୍ବାଚନ ପରିବର୍ତ୍ତେ ମନୋନୟନ କରାଯିବା ପାଇଁ ବରିଷ୍ଠ ସଦସ୍ୟ ତଥା ଓକିଲ ସଂଘର ପୂର୍ବତନ ସଭାପତି ରସାନନ୍ଦ ରାଉତଙ୍କ ପ୍ରସ୍ତାବ କୁ ସଭାରେ ସର୍ବସମ୍ମତକ୍ରମେ ଅନୁମୋଦନ କରାଯାଇଥିଲା । ସଂଘର ସମ୍ପାଦକ ଅଶେଷ ନାଥ ମିଶ୍ର ଆୟବ୍ୟୟ ବିବରଣୀ ଉପସ୍ଥାପନ କରିଥିଲେ। ଓକିଲ ସଂଘ ନିର୍ବାଚନ ଅଧିକାରୀ ପ୍ରଭାକର ରାଉତ ,ସଂଘର ଅନ୍ତରୀଣ କମିଟି ସଦସ୍ୟ ସୁରେଶ ଚନ୍ଦ୍ର ସାହୁଙ୍କ ସମେତ ଆଇନଜୀବୀ ରତ୍ନାକର ମେକାପ, ସତ୍ୟନାରାୟଣ ରଥ, ସୁକାନ୍ତ ପ୍ରଧାନ, ପ୍ରଦୀପ କୁମାର ମହାପାତ୍ର ପ୍ରମୁଖ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ । ସଭାରେ ବହୁସଂଖ୍ୟକ ସଦସ୍ୟ ଉପସ୍ଥିତ ଥିଲେ । ଚଳିତବର୍ଷ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ରାଜ୍ୟ ଓକିଲ ସଂଘର ନିର୍ବାଚନ କାର୍ଯ୍ୟକ୍ରମକୁ ବାତିଲ କରାଯାଇଥିଲା । ପରେ ରାଜ୍ୟ ବାର କାଉନସିଲର ପରାମର୍ଶ ଓକିଲ ସଂଘ ପରିଚାଳନା ନିମନ୍ତେ ଅନ୍ତରୀଣ କମିଟି ଗଠନ କରାଯାଇଥିଲା । ଏହାକୁ ଚ୍ୟାଲେଞ୍ଜ କରି ହାଇକୋର୍ଟରେ ଦାଖଲ କରାଯାଇଥିବା ରିଟ୍ ପିଟିସନର ଶୁଣାଣି କରି ପୁଣି ଥରେ ଓକିଲ ସଙ୍ଘ ନିର୍ବାଚନ କରିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶନାମା କୁ ଭିତ୍ତି କରି ରାଜ୍ୟ ବାର କାଉନସିଲ ପକ୍ଷରୁ ନିର୍ବାଚନ କାର୍ଯ୍ୟସୂଚୀ ଜାରି କରାଯାଇଛି । ଡିସେମ୍ବର ୧୨ ତାରିଖରେ ଓକିଲ ସଂଘର କର୍ମକର୍ତ୍ତା ନିର୍ବାଚନ କରାଯିବା ପାଇଁ ଉଲ୍ଲେଖ ରହିଛି । ଏଥିନିମନ୍ତେ ଆସନ୍ତା ୨୪ ଓ ୨୫ ତାରିଖରେ ଓକିଲ ସଙ୍ଘ ନିର୍ବାଚନ ଅଧିକାରୀଙ୍କ ନିକଟରେ ନାମାଙ୍କନ ଦାଖଲ କରାଯିବ । ୨୬ ତାରିଖରେ ପ୍ରାର୍ଥୀପତ୍ର ଯାଞ୍ଚ। ୨୭ ରେ ବୈଧ ପ୍ରାର୍ଥୀପତ୍ର ତାଲିକା ପ୍ରକାଶନ।୨୮ ତାରିଖ ଅପରାହ୍ନ ୩ ଟା ସୁଦ୍ଧା ପ୍ରାର୍ଥୀପତ୍ର ପ୍ରତ୍ୟାହାର । ଅପରାହ୍ନ ୪ ଟା ରେ ଚୂଡ଼ାନ୍ତ ପ୍ରାର୍ଥୀପତ୍ର ତାଲିକା ପ୍ରକାଶ ପାଇବ । ଆବଶ୍ୟକ ହେଲେ ଡିସେମ୍ବର ୧୨ ତାରିଖ ପୂର୍ବାହ୍ନ ୮ ଟା ରୁ ଅପରାହ୍ନ ୪ ଯାଏଁ ନିର୍ବାଚନ ନିମନ୍ତେ ମତଦାନ କରାଯିବ। ଅପରାହ୍ନ ୫ ଟାରେ ଭୋଟ ଗଣନା କରାଯାଇ ଫଳାଫଳ ଘୋଷଣା କରାଯିବ ବୋଲି ନିର୍ବାଚନ ଅଧିକାରୀ ପ୍ରଭାକର ରାଉତ ସଭାରେ ପ୍ରକାଶ କରିଥଲେ । ବୁଧବାର ଓକିଲ ସଂଘ ନିର୍ବାଚନ ସମ୍ପର୍କିତ ବିଜ୍ଞପ୍ତି ପ୍ରକାଶ ପାଇବ ବୋଲି ନିର୍ବାଚନ ଅଧିକାରୀ ସଭାରେ ଘୋଷଣା କରିଥିଲେ । ଶେଷରେ ସଂଘର ସମ୍ପାଦକ ଅଶେଷ ନାଥ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ