ଖେମୁଣ୍ଡି ଓକିଲ ସଂଘର ପରିବର୍ଦ୍ଧିତ ଆଲୋଚନା ସଭା
ଦିଗପହଣ୍ଡି,(ଓ୍ବାଇଏନ୍ଏସ୍):ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି ଓକିଲ ସଂଘର ପରିବର୍ଦ୍ଧିତ ଆଲୋଚନା ସଭା ସୋମବାର ଅପରାହ୍ନ ରେ ଅନୁଷ୍ଠିତ ହୋଇଯାଇଛି । ସଂଘର ନିଜସ୍ଵ କାର୍ଯ୍ୟାଳୟ ରେ ଅନୁଷ୍ଠିତ ସଭାରେ ସଂଘର ସମସ୍ତ କାର୍ଯ୍ୟକର୍ତ୍ତା ଏବଂ ସଦସ୍ୟ ବୃନ୍ଦ ଉପସ୍ଥିତ ଥିଲେ। ସଙ୍ଘ ସମ୍ପାଦକ ଅଶେଷ ନାଥ ମିଶ୍ର ଙ୍କ ସଂଯୋଜନାରେ ଆୟୋଜିତ ସଭାରେ ସଂଘ ସଭାପତି ପରେଶ ଚନ୍ଦ୍ର ରଥ ଅଧ୍ୟକ୍ଷତା କରିଥିଲେ।ସଂଘର ଅଭିବୃଦ୍ଧି ର ଏବଂ ବିବିଧ ସମସ୍ୟା ସମ୍ପର୍କରେ ସଭାରେ ବିସ୍ତୃତ ଆଲୋଚନା କରାଯାଇଥିଲା। ଦିଗପହଣ୍ଡି ଠାରେ ସବ ଜଜ୍ କୋର୍ଟ ପ୍ରତିଷ୍ଠା ନିମନ୍ତେ ଓକିଲ ସଙ୍ଘ ପକ୍ଷରୁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବା ନିମନ୍ତେ ସଭାରେ ସର୍ବସମ୍ମତକ୍ରମେ ନିଷ୍ପତ୍ତି ନିଆଯାଇଥିଲା। ସେହିପରି ମାର୍ଚ୍ଚ ପ୍ରଥମ ସପ୍ତାହରେ କେନ୍ଦ୍ର ସରକାରଙ୍କ ଦ୍ଵାରା ପ୍ରଣୀତ ୩ ଟି କୃଷି ଆଇନ ଉଦ୍ଦେଶ୍ୟ ଓ ଆଭିମୁଖ୍ୟ ସମ୍ପର୍କରେ ଓକିଲ ସଂଘ ପକ୍ଷରୁ ସେମିନାର ଆୟୋଜନ କରାଯିବା ନିମନ୍ତେ ସଭାରେ ଆଗତ ପ୍ରସ୍ତାବ ଗୃହୀତ କରାଯାଇଥିଲା। ସଂଘର ଉପସଭାପତି ରଞ୍ଜନ କୁମାର ବେହେରା, ସହ ସମ୍ପାଦକ ଗିରିଜା ନନ୍ଦନ ମେକାପ, କୋଷାଧ୍ୟକ୍ଷ ମନୋରଞ୍ଜନ ପଣ୍ଡା ଙ୍କ ସମେତ ବରିଷ୍ଠ ସଦସ୍ୟ ସୂର୍ଯ୍ୟନାରାୟଣ ସାହୁ,ରସାନନ୍ଦ ରାଉତ,ରବୀନ୍ଦ୍ର ନାଥ ପାଣିଗ୍ରାହୀ, ହେମନ୍ତ କୁମାର ପାଣିଗ୍ରାହୀ,ରାଜେନ୍ଦ୍ର କୁମାର ତ୍ରିପାଠୀ, ବିଜୟ କୁମାର ପ୍ରଧାନ, ଟୁକୁନା ପ୍ରଧାନ, ପ୍ରିୟରଞ୍ଜନ ପଟ୍ଟନାୟକ,ପ୍ରହଲ୍ଲାଦ ପ୍ରଧାନ,କିଶୋର ଚନ୍ଦ୍ର ଗୌଡ, ମଞ୍ଜୁଲତା ଲେଙ୍କା, ପ୍ରଫୁଲ୍ଲ ସେଠୀ, ସଂଘର ବହୁ ସଂଖ୍ୟକ ସଦସ୍ୟ ଉପସ୍ଥିତ ରହି ବିଭିନ୍ନ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।


