ଖେମୁଣ୍ଡି ଓକିଲ ସଂଘ ପକ୍ଷରୁ ‘ଭାରତୀୟ ସାକ୍ଷ୍ୟ ଅଧିନିୟମ’ ଆଲୋଚନା ଚକ୍ର
ଦିଗପହଣ୍ଡି, (ଯୁଗାବ୍ଦ ନ୍ୟୁଜ):ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି ଓକିଲ ସଂଘ ପକ୍ଷରୁ ସୋମବାର “ଭାରତୀୟ ସାକ୍ଷ୍ୟ ଅଧିନିୟମ” ସମ୍ପର୍କିତ ଏକ ପାଠଚକ୍ର ଅନୁଷ୍ଠିତ ହୋଇଯାଇଛି। ଓକିଲ ସଂଘ ସଭାପତି ଲଷ୍ମୀ ନାରାୟଣ ପାଢ଼ୀ ଏଥିରେ ସଭାପତିତ୍ବ କରିଥିଲେ।ସମ୍ପାଦକ କୁରେଶୁ ପଣ୍ଡା ପାଠଚକ୍ର ବିଷୟ ଉପରେ ସଂକ୍ଷିପ୍ତ ସୂଚନା ଦେବା ପରେ ମୂଖ୍ଯ ଅତିଥି ଭାବେ ଯୋଗ ଦେଇଥିବା ଓଡିଶା ହାଇକୋର୍ଟର ବରିଷ୍ଠ ଆଇନଜୀବୀ ଚିତ୍ତରଞ୍ଜନ ନନ୍ଦ ବିଷୟ ବସ୍ତୁ ଉପରେ ବିସ୍ତୃତ ଭାବେ ଆଲୋଚନା କରିଥିଲେ।ସତ୍ଯକୁ ଉନ୍ମୋଚନ କରିବା ଏବଂ ବିଚାରପତିଙ୍କୁ ଚୂଡାନ୍ତ ନିଷ୍କର୍ଷରେ ପହଞ୍ଚାଇବା ରେ ସାକ୍ଷ୍ଯ ଅଧିନିୟମର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିବାରୁ ସମସ୍ତ ଆଇନଜୀବି ଓ ବିଚାର ବିଭାଗୀୟ ଅଧିକାରୀ ଏହାକୁ ଭଲଭାବରେ ବୁଝିବା ଦରକାର ବୋଲି ମଧ୍ୟ ସେ କହିଥିଲେ। ଏହି କାର୍ଯ୍ୟକ୍ରମରେ ବରିଷ୍ଠ ଆଇନଜୀବୀ ସୂର୍ଯ୍ୟ ନାରାୟଣ ସାହୁ, ପ୍ରଭାକର ରାଉତ, ରସାନନ୍ଦ ରାଉତ, ଚନ୍ଦ୍ରଧ୍ଵଜ ସିଂ, ଅଶେଷ ନାଥ ମିଶ୍ର, ମନୋରଞ୍ଜନ ପଣ୍ଡା, ହେମନ୍ତ କୁମାର ପାଣିଗ୍ରାହୀ, ଗିରିଜା ନନ୍ଦନ ମେକାପ, ରବୀନ୍ଦ୍ର ସାହୁ, ସନ୍ତୋଷ ସାହୁ, ମନୋଜ କୁମାର ପଣ୍ଡା, ଅନନ୍ତ ନାରାୟଣ ମହାନ୍ତି, ପି. ଶିବ ଶଙ୍କର, ଲକ୍ଷ୍ମଣ ବେହେରା, ରବିଚନ୍ଦ୍ର ଗୌଡ଼, ପ୍ରିୟରଞ୍ଜନ ପଟ୍ଟନାୟକ, ପ୍ରଶାନ୍ତ ବରାଡ, କିଶୋର ଚନ୍ଦ୍ର ଗୌଡ, ପ୍ରଦୀପ ନାୟକ, କୃଷ୍ଣଚନ୍ଦ୍ର ଦାଶ ପ୍ରମୁଖ ଯୋଗ ଦେଇଥିବା ବେଳେ ଶେଷରେ ଆଇନଜୀବି ତଥା ଓକିଲ ସଂଘର ପୂର୍ବତନ ସମ୍ପାଦକ ହର ପ୍ରସାଦ ରଥ ଧନ୍ୟବାଦ ଅର୍ପଣ କରିଥିଲେ।