ଖେମୁଣ୍ଡି କଲେଜ ଭୂତତ୍ତ୍ଵ ବିଜ୍ଞାନ ବିଭାଗ ପକ୍ଷରୁ ଆଲୋଚନା ଚକ୍ର
ଦିଗପହଣ୍ଡି, (ଯୁଗାବ୍ଦ ନ୍ୟୁଜ):ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି କଲେଜ ଭୂତତ୍ତ୍ଵ ବିଜ୍ଞାନ ବିଭାଗ ପକ୍ଷରୁ ‘କ୍ୟାରିୟର ଇନ୍ ଜିଓଲୋଜି’ ବିଷୟବସ୍ତୁ ଶୀର୍ଷକ ଆଲୋଚନାଚକ୍ର ଏବଂ ବିଦାୟକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି।ଭୂତତ୍ତ୍ୱ ବିଭାଗ ମୁଖ୍ୟ ଅଧ୍ୟାପକ ଅନିଲ କୁମାର ସାହୁ ଙ୍କ ସଂଯୋଜନାରେ ଆୟୋଜିତ ଆଲୋଚନା ଚକ୍ର ରେ କଲେଜ ଅଧ୍ୟକ୍ଷ ଅନୁପ କୁମାର ମିଶ୍ର ମୁଖ୍ୟଅତିଥି ଭାବେ ଯୋଗଦେଇଥିଲେ। ସେହିପରି କଲେଜର ପୁରାତନ ଛାତ୍ର ତଥା ଜିଓଲୋଜିକାଲ ସର୍ଭେ ଅଫ ଇଣ୍ଡିଆ ର ଭୂତତ୍ତ୍ଵ ବିଜ୍ଞାନୀ ରଞ୍ଜିତ କୁମାର ମାର୍ଥା ସମ୍ମାନିତ ଅତିଥି ଭାବେ ଯୋଗଦେଇ ଭୂତତ୍ତ୍ଵ ବିଜ୍ଞାନ ରେ ଅଧ୍ୟୟନ,ଅଧ୍ୟାପନା ଓ ଗବେଷଣା ସହ ବୃତ୍ତିଗତ ଦକ୍ଷତା ହାସଲ କଲେ ଏଥିରେ ଭବିଷ୍ୟତ ଥିବା ଉଲ୍ଲେଖ କରିଥିଲେ। ଉପସ୍ଥିତ ପ୍ରତ୍ୟେକ ଛାତ୍ରୀ ଛାତ୍ର ଭୂତତ୍ତ୍ଵ ବିଜ୍ଞାନ ରେ ଉଚ୍ଚତର ଶିକ୍ଷା ଗ୍ରହଣ କରି ଭବିଷ୍ୟତ ରେ ଜଣେ ଜଣେ ସୁନାଗରିକ ହେବାକୁ ସେ ପରାମର୍ଶ ଦେଇଥିଲେ। ଶେଷରେ ଭୂତତ୍ତ୍ଵ ବିଜ୍ଞାନ ବିଭାଗ ର ଶେଷ ବର୍ଷ ସ୍ନାତକ ଶ୍ରେଣୀ ଛାତ୍ରୀ ଛାତ୍ର ମାନଙ୍କୁ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଥିଲା।ଅଧ୍ୟାପକ ରବି କିରଣ ପାତ୍ର,ବିବେକାନନ୍ଦ ଦୋରା ସମସ୍ତ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।ପ୍ରଥମ ଏବଂ ଦ୍ଵିତୀୟ ବର୍ଷ ଛାତ୍ରୀ ଛାତ୍ର ମାନେ ସହଯୋଗ କରିଥିଲେ।