ଖେମୁଣ୍ଡି କଲେଜ ରେ ରାଗିଂ ନିରୋଧ ସଚେତନତା ସଭା

ଦିଗପହଣ୍ଡି, (ଯୁଗାବ୍ଦ ନ୍ୟୁଜ):ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି କଲେଜରେ ମଙ୍ଗଳବାର  ଆଣ୍ଟି ରାଗିଂ ସେଲ ପକ୍ଷରୁ  ଛାତ୍ରୀ ଛାତ୍ର ଙ୍କୁ ସଚେତନ କରାଯାଇଥିଲା। କଲେଜ ଅଧ୍ୟକ୍ଷ ଅନୁପ କୁମାର ମିଶ୍ରଙ୍କ ସଭାପତିତ୍ବରେ ଆୟୋଜିତ ସଚେତନତା ସଭାରେ ଦିଗପହଣ୍ଡି ଥାନା ଆଇ ଆଇ ସି ଦିପ୍ତୀରଞ୍ଜନ ବେହେରା ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିଲେ । ସେହିପରି ଥାନା ଏସ୍ ଆଇ ଏ . ସ୍ବର୍ଣ୍ଣଲତା ପାତ୍ର , ଅତିରିକ୍ତ ତହସିଲଦାର ସନାତନ ମହାଲିକ ପ୍ରମୁଖ ସମ୍ମାନିତ ଅତିଥି ଭାବେ ମଞ୍ଚାସୀନ ଥିଲେ । ଏହି ଅବସରରେ ଥାନା ଆଇ ଆଇ ସି ରାଗିଂ ବିରୋଧରେ ରହିଥିବା ଦଣ୍ଡ ବିଧାନ ସମ୍ପର୍କରେ ଆଲୋଚନା କରିଥିଲେ। ଆଧୁନିକ ସମାଜ ର ଦ୍ୱାହି ଦେଇ ବରିଷ୍ଠ ଛାତ୍ରୀ ଛାତ୍ର ମାନେ କନିଷ୍ଠ ଛାତ୍ରୀ ଛାତ୍ର ଏବଂ ସହପାଠୀ ମାନଙ୍କୁ   ଅମାନୁଷିକ ଭାବେ ନିର୍ଯ୍ୟାତନା ଦେଉଥିବା ଏକ ଦଣ୍ଡନୀୟ ଅପରାଧ ବୋଲି କହିଥିଲେ। ସେହିପରି ଥାନା ଏସ୍ ଆଇ ସ୍ଵର୍ଣ୍ଣଲତା ପାତ୍ର ବିଭିନ୍ନ ସମୟରେ କଲେଜ ପରିସରରେ ସିନିୟର୍  ଛାତ୍ରୀ ଛାତ୍ର ଙ୍କ  ଦ୍ବାରା ଜୁନିୟର ଛାତ୍ରୀ ଛାତ୍ର ମାନେ ରାଗିଂର ଶିକାର ହୋଇଥାନ୍ତି । ଯାହାଫଳରେ ସେମାନେ ମାନସିକ ଚିନ୍ତାରେ ରହି ବେଳେ ବେଳେ ମୃତ୍ୟୁକୁ ଆପଣାଇ ନେଉଥିବା କହିଥିଲେ । ଏଭଳି ସମୟରେ ରାଗିଂ ଶିକାର ହେଉଥିବା ଛାତ୍ରୀ ଛାତ୍ର ମାନେ କାହାରିକୁ ଭୟ ନକରି ଧର୍ଯ୍ୟର ସହ ସ୍ଥାନୀୟ ପୋଲିସ କିମ୍ବା ନିଶୁଳ୍କ ଫୋନ ନଂ ୧୧୨  ର ବ୍ୟବହାର ସମ୍ପର୍କରେ ଉପସ୍ଥିତ ଛାତ୍ରୀ ଛାତ୍ର ମାନଙ୍କୁ ପରାମର୍ଶ ଦେଇଥିଲେ । କାର୍ଯ୍ୟକ୍ରମ ପରିଶେଷରେ କଲେଜ ଆଣ୍ଟି ରାଗିଂ ସେଲ ମୁଖ୍ୟ ତଥା ଅଧ୍ୟାପକ ପ୍ରତାପ ଚନ୍ଦ୍ର ପାଢ଼ୀ ଧନ୍ୟବାଦ ଅର୍ପଣ କରିଥିବା ବେଳେ ଅର୍ଥନୀତି ବିଭାଗ ଅଧ୍ୟାପକ କୃଷ୍ଣଚନ୍ଦ୍ର ପ୍ରଧାନ , ଯୁବ ରେଡକ୍ରସ୍ ସଂଯୋଜକ ତ୍ରିଲୋଚନ ରଇତ , ଏନ୍ ଏସ୍ ଏସ୍ ସଂଯୋଜକ ଡ . ସାଳିନି ସେକସେନା , ଗୋପୀନାଥ ଦାସ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ କଲେଜ ର ସମସ୍ତ  ଅଧ୍ୟାପିକା ଅଧ୍ୟାପକ ଙ୍କ ସମେତ ଯୁବ ରେଡକ୍ରସ୍ ସ୍ବେଚ୍ଛାସେବୀ  ଛାତ୍ରୀ ଛାତ୍ର ମାନେ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ  କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ