ଖେଲୋ ଇଣ୍ଡିଆ ରାଜ୍ୟ ସ୍ତରୀୟ ରଗ୍ୱି ଟୁର୍ନାମେଣ୍ଟ ପାଇଁ ଖେଳାଳୀ ଚୟନ

କରଞ୍ଜିଆ, (ଜିତେନ୍ଦ୍ର ରାଜ):ଫ୍ୟୁଚର ଷ୍ଟାର୍ ରଗବି ଫେଷ୍ଟିଭାଲ-୨୦୨୩, ରଗବୀ ପ୍ରଶିକ୍ଷଣ ଓ ଖେଳାଳୀ ଚୟନ କାର୍ଯ୍ୟକ୍ରମ ମୟୁରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ବ୍ଲକ ଚମ୍ପାଝର ଠାରେ ଫ୍ୟୁଚର ଷ୍ଟାର ସ୍ପୋର୍ଟସ ଏକାଡେମୀ, ମୟୂରଭଞ୍ଜ ଦ୍ୱାରା ଆୟୋଜିତ ହୋଇଯାଇଛି । ଆସନ୍ତା ଜାନୁଆରୀ ୭ ତାରିଖ ଠାରୁ ୯ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ରାଜ୍ୟ ସ୍ତରୀୟ ଖେଲ ଇଣ୍ଡିଆ ରଗବୀ ଟୁର୍ନାମେଣ୍ଟ ରେ ଭାଗ ନେବା ପାଇଁ ଖେଳାଳୀ ଚୟନ ଟୁର୍ନାମେଣ୍ଟ, ଚମ୍ପା୍‌ଝର ଠାରେ ଅନୁଷ୍ଠିତ ହୋଇଯାଇଛି । ଫ୍ୟୁଚର ଷ୍ଟାର୍ ସ୍ପୋର୍ଟସ ଏକାଡେମୀର ପ୍ରତିଷ୍ଠାତା ତଥା ଅନ୍ତର୍ଜାତୀୟ ରଗବୀ ତାରକା ଦିବ୍ୟ ରଞ୍ଜନ ଦାସ ଙ୍କ ତତ୍ୱାବଧାନ ରେ ଅନୁଷ୍ଠିତ ଏହି ଟୁର୍ନାମେଣ୍ଟ ରେ ବାଳିକା ବର୍ଗ ରୁ ଆଠ ଗୋଟି ଟିମ ଭାଗ ନେଇଥିବାବେଳେ ବାଳକ ବର୍ଗ ରୁ ଚାରି ଗୋଟି ଟିମ ଅଂଶ ଗ୍ରହଣ କରିଥିଲେ । ଏଥିରେ ଦିବ୍ୟ ରଞ୍ଜନ ଏବଂ ଏକାଡେମୀର ଜାତୀୟ ଓ ଆନ୍ତର୍ଜାତୀୟ ରଗବୀ ଖେଳାଳୀ ମାନଙ୍କ ଦ୍ୱାରା ଖେଳାଳୀ ଚୟନ କରାଯାଇଥିଲା । ସ୍ଥାନୀୟ ଷ୍ଟେଟବ୍ରିଗେଡ ବିଦ୍ୟାଳୟର ଅଧ୍ୟକ୍ଷ ଦେବ ପ୍ରସାଦ ସେଠୀ ଓ ଅବସର ପ୍ରାପ୍ତ ବନ ନିଗମ କର୍ମଚାରୀ ପଦ୍ମ ଲୋଚନ ନନ୍ଦ ଉଦଘାଟନ କାର୍ଯ୍ୟକ୍ରମ ରେ ଉପସ୍ଥିତ ଥିଲେ । ସ୍ଥାନୀୟ ସେବାଶ୍ରମର ପ୍ରଧାନ ଶିକ୍ଷକ ଶାର୍ଦିକ ପଣ୍ଡା ଙ୍କ ପୌରହିତ୍ୟ ରେ ଅନୁଷ୍ଠିତ ଉଦ୍ଘାଟନୀ ମ୍ୟାଚ ରେ ରାଇଡର ଓ ଫାଇଟର ଟିମ ମଧ୍ୟରେ ହୋଇ ଥିଲା । ସନ୍ଧ୍ୟାରେ ଫାଇନାଲ ମ୍ୟାଚ୍ ବାଳକ ବିଭାଗରେ ବ୍ରେକର ଏ୍ୱଂ ଷ୍ଟ୍ରାଇକର ଟିମ୍ ମଧ୍ୟରେ ଅନୁଷ୍ଠିତ ହୋଇଥିଲା, ବ୍ରେକର୍ ୧୫-୦୦ ରେ ମ୍ୟାଚ୍ ଜିତି ଚମ୍ପିୟାନ ହୋଇଥିବା ବେଳେ, ବାଳିକା ବିଭାଗରେ ଚାଲେଞ୍ଜର ଓ ଫାଇଟର ମଧ୍ୟରେ ଫାଇନାଲ ମ୍ୟାଚ୍ ଅନୁଷ୍ଠିତ ହୋଇଥିବା ବେଳେ ଚାଲେଞ୍ଜର ୦୫-୦୦ ରେ ମ୍ୟାଚ୍ ଜିତି ଚମ୍ପିୟାନ ହୋଇଥିଲେ । ଉଦଯାପନୀ ସନ୍ଧ୍ୟାରେ ମୁଖ୍ୟ ଅତିଥି ଭାବେ ଠାକୁରମୁଣ୍ଡା ପୁର୍ବତନ ବ୍ଲକ୍ ଅଧ୍ୟକ୍ଷା ଜବାମଣି ଟୁଡୁ, ସମ୍ମାନୀତ ଅତିଥି ଭାବେ ଆନ୍ତର୍ଜାତୀୟ ବାଲୁକା ଶିଳ୍ପୀ ଦଶରଥ ମହାନ୍ତ ଓ ଚମ୍ପାଝର ଆଶ୍ରମ ବିଦ୍ୟାଳୟର ପ୍ରଧାନଶିକ୍ଷକ ସାର୍ଦିକ ପଣ୍ଡା ଯୋଗ ଦେଇ ଚମ୍ପିୟାନ ଓ ରନସ୍‌ଅପ୍ ଦଳକୁ ପୁରସ୍କାର ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମର ମୂଳ ଲକ୍ଷ୍‌, ରଗବୀ ଖେଳର ପ୍ରଚାର ଓ ପ୍ରସାର ଏବଂ ଆଗକୁ ମୟୂରଭଞ୍ଜ ଜିଲ୍ଲାର ସମସ୍ତ ବ୍ଳକରେ ଫ୍ୟୁଚର ଷ୍ଟାର୍ ରଗବି ଫେଷ୍ଟିଭାଲ ହେବାକୁ ସ୍ଥିର ହୋଇଛି ବୋଲି ଏକାଡେମୀର ପ୍ରତିଷ୍ଠାତା ଦିବ୍ୟରଞ୍ଜନ ଦାସ ସୂଚନା ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ