ଖେଲୋ ଇଣ୍ଡିଆ ୟୁନିଭର୍ସିଟି ଗେମ୍ସରେ ଦ୍ବିତୀୟ ସ୍ବର୍ଣ୍ଣ ସତ୍ତ୍ବେ ମଉଳିଲା ଦୂତୀଙ୍କ ଅଲମ୍ପିକ୍ସ ଆଶା

ଭୁବନେଶ୍ବର : ଓଡିଶାର ଦ୍ରୁତତମ ଧାବିକା ଦୂତୀ ଚାନ୍ଦ ଖେଲୋ ଇଣ୍ଡିଆ ୟୁନିଭର୍ସିଟି ଗେମ୍ସରେ ନିଜର ଦ୍ବିତୀୟ ସ୍ବର୍ଣ୍ଣ ପଦକ ହାସଲ କରିଥିଲେ ମଧ୍ୟ ଅଲମ୍ପିକ୍ସ ଯୋଗ୍ୟତା ହାସଲରେ ବିଫଳ ହୋଇଛନ୍ତି । ଉଭୟ ୧୦୦ ଏବଂ ୨୦୦ ମିଟର ବର୍ଗରେ ଦୂତୀ ନିଜର ପୂର୍ବ ରେକର୍ଡ ଭାଙ୍ଗିବାରେ ସକ୍ଷମ ହୋଇଥିବା ବେଳେ ଅଲମ୍ପିକ୍ସ ଯୋଗ୍ୟତାପର୍ଯ୍ୟାୟ ଠାରୁ ପଛରେ ପଡିଯାଇଛନ୍ତି । ରବିବାର ଦୂତୀ ୨୦୦ ମିଟର ବର୍ଗରେ ସ୍ବର୍ଣ୍ଣ ପଦକ ହାସଲ କରିଥିଲେ । କିଟ୍‌ ପକ୍ଷରୁ ଖେଳୁଥିବା ଦୂତୀ ୨୩.୬୬ ସେକେଣ୍ଡର ସମୟ ନେଇ ସ୍ବର୍ଣ୍ଣ ପଦକ ହାସଲ କରିଥିବା ବେଳେ ମୁମ୍ବାଇ ବିଶ୍ବବିଦ୍ୟାଳୟର କୀର୍ତ୍ତି ବିଜୟ ଭୋଇତେ ୨୪.୯୮ ସେକେଣ୍ଡ ସହିତ ଦ୍ବିତୀୟ ଏବଂ ଉତ୍ତରାଖଣ୍ଡ ବିଶ୍ବବିଦ୍ୟାଳୟର ଦୀପାଳି ମହାପାତ୍ର ୨୫.୧୯ ସେକେଣ୍ଡ ସମୟ ନେଇ ବ୍ରୋଞ୍ଜ ପଦକ ହାସଲ କରିଥିଲେ । ୨୦୦ ମିଟର ବର୍ଗରେ ଅଲମ୍ପିକ୍ସ ଯୋଗ୍ୟତା ହାସଲ ପାଇଁ ୨୨.୮୦ ସେକେଣ୍ଡର ଟାଇମିଂ ରହିଥିଲା । ଅନ୍ୟପକ୍ଷରେ ଦୂତୀ ଶନିବାର ୧୦୦ ମିଟର ବର୍ଗରେ ୧୧.୪୯ ସେକେଣ୍ଡ ଟାଇମିଂ ସହିତ ସ୍ବର୍ଣ୍ଣପଦକ ହାସଲ କରିଥିବା ବେଳେ ଅଲମ୍ପିକ୍ସ ଯୋଗ୍ୟତା ହାସଲ ପାଇଁ ୧୧.୧୫ ସେକେଣ୍ଡର ଟାଇମିଂ ଆବଶ୍ୟକ ଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ