ଖେଳିବାକୁ ଯାଇ ପାଣିରେ ବୁଡିଗଲା ଶିଶୁ ପୁତ୍ର

ଯୋଡା (ସମୀର କୁମାର ଦାସ) ଯୋଡା ଥାନା ଅନ୍ତର୍ଗତ କୋହ୍ଲ ହୁଣ୍ଡୁଳା ଗ୍ରାମରେ ସୋମବାର ସନ୍ଧ୍ୟାରେ ପୋଖରୀ ପାଣିରେ ପଡି ଜଣେ ଦେଢ ବର୍ଷ ଶିଶୁ ପୁତ୍ରର ମୃତ୍ୟୁ ଘଟିଥିବା ଜଣାପଡିଛି । ସୂଚନାନୁଯାୟୀ ଜଣାପଡିଛି ଯେ, ସୋମବାର ସନ୍ଧ୍ୟା ସମୟରେ ଉକ୍ତ ଗ୍ରାମର ବୁଧ୍ ରାମ ମୁଣ୍ଡାଙ୍କୁ ଦେଢ ବର୍ଷର ଶିଶୁ ପୁତ୍ର ବୈଶାଗୁ ମୁଣ୍ଡା ଖେଳିବାକୁ ଯାଇ ଘରକୁ ଫେରିନଥିଲେ । ତେବେ ସେହି ସମୟରେ ଖେଳୁଥିବା ଅନ୍ୟ ଶିଶୁ ମାନଙ୍କ ସହ ତାଙ୍କ ଶିଶୁ ପୁତ୍ର ନଥିବା ଦେଖି ବୁଧ୍ ରାମ ମୁଣ୍ଡା ବହୁ ଖୋଜାଖୋଜି ପରେ ଗାଁ ପୋଖରୀରେ ତାଙ୍କ ଶିଶୁ ପୁତ୍ରର ମୃତ ଦେହ ଭାସୁଥିବା ଦେଖିବାକୁ ପାଇଥିଲେ । ପୋଲିସ ସୂଚନା ପାଇବା ପରେ ସୋମବାର ଘଟଣାସ୍ଥଳରେ ପହନଚି ଶିଶୁର ମୃତଦେହ ଜବତ କରି ବ୍ୟବଛେଦ ପାଇଁ ପଠାଇଛି । ଏନେଇ ଯୋଡା ଥାନାରେ ପୋଲିସ ଅପମୃତ୍ୟୁ ମାମଲା ନଂ ୧୪/୨୦୨୦ ରୁଜୁ କରି ଏହାର ଅଧିକ ତଦନ୍ତ ଚଳାଇଛି ।

 

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ