ଖେଳ ପଡିଆ ନିର୍ମାଣ କୁ ନେଇ ସବର୍ଣ୍ଣ – ଅସବର୍ଣ୍ଣ ଙ୍କ ମଧ୍ୟରେ ଛକାପଞ୍ଝା

ଦିଗପହଣ୍ଡି, (ଓ୍ବାଇଏନ୍ଏସ୍):ଦିଗପହଣ୍ଡି ବ୍ଳକ ନିମଖଣ୍ଡି ପେଣ୍ଠ ପଞ୍ଚାୟତ ମେଘଝୋଳି ଗାଁ ରେ  ବିଦ୍ୟାଳୟ ଖେଳପଡିଆ ଓ ଅଙ୍ଗନୱାଡ଼ି ନିର୍ମାଣ କୁ କେନ୍ଦ୍ରକରି ସବର୍ଣ୍ଣ – ଅସବର୍ଣ୍ଣ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ଗତ କିଛିଦିନ ହେଲା ଛକାପଞ୍ଝା ଲାଗି ରହିଛି।ଅସବର୍ଣ୍ଣଙ୍କ  ଲୋକଙ୍କ ଦଖଲରେ ଥିବା ଜମିରେ ଖେଳପଡିଆ ଓ ଅଙ୍ଗନୱାଡ଼ି କେନ୍ଦ୍ର ନିର୍ମାଣ ପାଇଁ ସବର୍ଣ୍ଣ ଲୋକମାନେ ଅଡ଼ି ବସିଥବାରୁ ବିବାଦ ତୀବ୍ର ରୂପ ନେଇଛି।  ପ୍ରତିବାଦରେ ଗୁରୁବାର ବହୁସଂଖ୍ୟକ ଗରିବ ଅସହାୟ ଅସବର୍ଣ୍ଣ ସମ୍ପ୍ରଦାୟର ମହିଳା ଓ ପୁରୁଷ ଦିଗପହଣ୍ଡି ତହସିଲ କାର୍ଯ୍ୟାଳୟରେ ପହଞ୍ଚି ତହସିଲଦାର ଅଦ୍ଵୈତ କୁମାର ସ୍ବାଇଁ ଙ୍କୁ ସାକ୍ଷାତକରି ଗଞ୍ଜାମ ଜିଲାପାଳ ଙ୍କ ଉଦ୍ଦେଶ୍ୟରେ ଦସ୍ତଖତ ସମ୍ବଳିତ ସ୍ମାରକପତ୍ର ପ୍ରଦାନ କରିଥିଲେ।   ସେମାନେ ପିତୃ ପୁରୁଷ ଅମଳରୁ ମେଘଝୋଳି ଗ୍ରାମ ମୌଜା ଖାତା ନଂ – ୭୨୫ ପ୍ଲଟ ନଂ – ୧୩୭୮ ରେ ଥିବା ଜମିରେ ବାସଗୃହ ସମେତ ଧାନ ଅମଳ ଖଳା, ବାଡ଼ ବଗିଚା କରି ଜୀବିକା ନିର୍ବାହ କରୁଥିଲେ ମଧ୍ୟ କିଛି ନିର୍ଦ୍ଦିଷ୍ଟ ସବର୍ଣ୍ଣ ଗୋଷ୍ଠୀର ଲୋକଙ୍କ  ପରାମର୍ଶ କ୍ରମେ ବ୍ଳକ ପ୍ରଶାସନ ପକ୍ଷରୁ ସେଠାରେ ବିଦ୍ୟାଳୟ ଖେଳ ପଡିଆ ଏବଂ ଅଙ୍ଗନୱାଡ଼ି କେନ୍ଦ୍ର ନିର୍ମାଣ ପାଇଁ ମସୁଧା  ଚାଲିଛି।ସେଠାରେ ଖେଳପଡିଆ ନିର୍ମାଣ କରାଗଲେ ସେମାନଙ୍କ ଜୀବିକାର୍ଜନ ରେ ଅନ୍ତରାୟ ସୃଷ୍ଟି ହେବ ବୋଲି ସ୍ମାରକପତ୍ର ରେ ଉଲ୍ଲେଖ ରହିଛି। ଅସବର୍ଣ୍ଣ ସମ୍ପ୍ରଦାୟ  ଲୋକଙ୍କୁ ଥଇଥାନ ନକରି ଦଖଲ  ଥିବା ଜମିରୁ ସେମାନଙ୍କୁ ବେଆଇନ ଭାବେ ଉଚ୍ଛେଦ କରାଗଲେ ଆନ୍ଦୋଳନ କରାଯିବ ସେମାନେ ଚେତାବନୀ ଦେଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ