ଖୋଲିଲା ବଦ୍ରିନାଥ ଧାମ
ଉତ୍ତରାଖଣ୍ଡ: ଲକ୍ ଡାଉନ୍ ମଧ୍ୟରେ ଉତ୍ତରାଖଣ୍ଡର ପ୍ରସିଦ୍ଧ ବଦ୍ରିନାଥଧାମ ଆଜି ଭୋର ୪ଟା ୩୦ ମିନିଟ୍ରେ ଖୋଲାଯାଇଛି । ମନ୍ଦିର ଫାଟକ ଖୋଲିବା ପୂର୍ବରୁ ପୂରା ମନ୍ଦିରକୁ ସୁନ୍ଦର ପୁଷ୍ପମାଳାରେ ସୁସଜ୍ଜିତ କରାଯାଇଥିଲା। ମନ୍ଦିରର ମୁଖ୍ୟ ପୂଜକଙ୍କ ସମେତ ମୋଟ୍ ୨୮ ଜଣଙ୍କ ଉପସ୍ଥିତିରେ ଫାଟକ ଖୋଲା ଯାଇଥିଲା। ଏହାପରେ ପାରମ୍ପରିକ ରୀତିନୀତିରେ ଭଗବାନ ବିଷ୍ଣୁଙ୍କ ପୂଜାର୍ଚ୍ଚନା କରାଯାଇଥିଲା।
କରୋନା ଯୋଗୁ ସର୍ବସାଧାରଣ ଭକ୍ତଙ୍କ ଦର୍ଶନ ଉପରେ କଟକଣା ଜାରି କରାଯାଇଛି। କୋଭିଡ୍-୧୯କୁ ନେଇ କେନ୍ଦ୍ର ସରକାର ଜାରି କରିଥିବା ଗାଇଡ୍ଲାଇନ୍ସକୁ ଦୃଷ୍ଟିରେ ଏଭଳି ନିଷ୍ପତ୍ତି ନିଆଯାଇଛି। ସୂଚନାଯୋଗ୍ୟ, ଗତ ଏପ୍ରିଲ୍ ୨୯ରେ କେଦାରନାଥ ଧାମ ଖୋଲିଥିଲା ।


