ଖୋର୍ଦ୍ଧାରେ ବିଜେପିର ପଦଯାତ୍ରା
ଖୋର୍ଦ୍ଧା (ଜୁଗାବ୍ଦ ନ୍ୟୁଜ୍):ରବିବାର ଖୋର୍ଦ୍ଧାରେ ବିଜେପି ପକ୍ଷରୁ ସଂକଳ୍ପ ପଦଯାତ୍ରା କରାଯାଇଥିବାବେଳେ ବିଜେଡିର ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି । ବିଜେପିର ସାଂସଦ ପ୍ରାର୍ଥୀ ଅପରଜିତା ଷଡ଼ଙ୍ଗୀ ଓ ବିଧାୟକ ପ୍ରାର୍ଥୀ କାଳୁ ଚରଣ ଖଣ୍ଡୟତରାୟ ଖୋର୍ଦ୍ଧାର ବିଭିନ୍ନ ୱାର୍ଡ଼ରେ ସେମାନଙ୍କ ସମର୍ଥକ ଓ ବିଜେପି କର୍ମୀଙ୍କୁ ନେଇ ପଦଯାତ୍ରାରେ ଯାଇ ଭୋଟରଙ୍କୁ ନିଜ ଆଡ଼କୁ ଆକୃଷ୍ଟ କରିଥିଲେ । ସେହିପରି ସନ୍ଧ୍ୟାରେ ବିଧାୟକ ରାଜେନ୍ଦ୍ର କୁମାର ସାହୁ ତାଙ୍କ ସମର୍ଥକଙ୍କୁ ଖୋର୍ଦ୍ଧା ଡକାଇ ଜିତୁ ମିତ୍ରଙ୍କ ପ୍ରାର୍ଥୀତ୍ୱକୁ ସମର୍ଥନ କରିବା ସହ ବିଜୁ ଜନତା ଦଳକୁ ବହୁ ସଂଖ୍ୟାରେ ଜିତାଇବାକୁ ନିଜ ସମର୍ଥକ ଓ ବିଜେଡ଼ି କର୍ମୀଙ୍କୁ ପରାମର୍ଶ ଦେଇଥିଲେ । ବୈଠକରେ ଜିଲ୍ଲା ସଭାପତି ବିଭୁତି ବଳବନ୍ତରାୟ, ସାଂସଦ ପ୍ରାର୍ଥୀ ଅରୁପ ପଟ୍ଟନାୟକ ଓ ବହୁ ଛାମୁଆ ବିଜେଡି ନେତା ଉପସ୍ଥିତ ଥିଲେ ।