ଖୋର୍ଦ୍ଧା ସାହିତ୍ୟ ସଂସଦ ତରଫରୁ ସ୍ମୃତିସଭା
ଖୋର୍ଦ୍ଧା,(ଓ୍ବାଇଏନ୍ଏସ୍) : ଖୋର୍ଦ୍ଧା ସାହିତ୍ୟ ସଂସଦର ସଦସ୍ୟ କବି ପ୍ରଫୁଲ୍ଲ କୁମାର ମିଶ୍ର, ସମାଲୋଚକ ପ୍ରଧ୍ୟାପକ ପ୍ରଫୁଲ୍ଲ କୁମାର ପାଇକରାୟ ଏବଂ ବେତାର ଓ ମଂଚଶୀଳ୍ପି ପ୍ରଧ୍ୟାପିକା ଆଦରମଣି ବରାଳଙ୍କ ବିୟୋଗରେ ଏକ ସ୍ମୃତିସଭା ସାହିତ୍ୟ ସଂସଦ ସଭାପତି ପ୍ରଧ୍ୟାପକ ଗୋପାଳକୃଷ୍ଣ ଦାସଙ୍କ ପୌରହିତ୍ୟରେ ସଂସଦ ସଦନ ଠାରେ ଅନୁଷ୍ଠିତ ହୋଇଯାଇଛି । ଖୋର୍ଦ୍ଧାର ପ୍ରଚୀନ କବି ମାନଙ୍କ ଗ୍ରନ୍ଥର ସଂପାଦନା ପାଇଁ ପ୍ରଫୁଲ୍ଲ କୁମାର ପାଇକରାୟଙ୍କୁ ସଂସଦର ବିଗତ ବାର୍ଷିକୋତ୍ସବରେ ସମ୍ବର୍ଦ୍ଧନା କରାଯାଇଥିଲା । କବି ପ୍ରଫୁଲ୍ଲ ମିଶ୍ରଙ୍କ କବିତା ଗ୍ରନ୍ଥ ସଂପର୍କରେ ଆଲୋଚନା ସହିତ ଶିକ୍ଷାବିତ୍ ଆଦରମଣି ବରାଳଙ୍କ ସଂସ୍କୃତି ଓ ସମାଜସେବା କ୍ଷେତ୍ରରେ ଅବଦାନ ସଂପର୍କରେ ଆଲୋଚନା କରାଯାଇଥିଲା । ସାହିତ୍ୟ ସଂସଦର ସମ୍ପାଦକ ଡକ୍ଟର ଧୀରେନ୍ଦ୍ର ନନ୍ଦ ପ୍ରାରମ୍ଭିକ ସୂଚନା ଦେବା ପରେ ପ୍ରାକ୍ତନ ସଭାପତି ବୈକୁଣ୍ଠନାଥ ରାଜଗୁରୁ, ଡକ୍ଟର ପ୍ରଶାନ୍ତ ପାଣିଗ୍ରାହୀ, ଡକ୍ଟର ନିରଞ୍ଜନ ମହାନ୍ତି, ସହସଂପାଦକ ଡକ୍ଟର କୈଳାଶ ଚନ୍ଦ୍ର ମହାରଣା, ଉପସଭାପତି ଡା. ଯୋଗେଶ ଚନ୍ଦ୍ର ରଥ, ପ୍ରଫୁଲ କୁମାର ସାମନ୍ତରାୟ, ନିଳାଦ୍ରୀନାଥ ଜଗଦେବ, କବୟିତ୍ରୀ ପ୍ରିୟଦର୍ଶିନୀ ମହାରଣା, ସମାଜସେବୀ ନରେନ୍ଦ୍ର କୁମାର ପୃଷ୍ଟି, ସରୋଜ ସୁନ୍ଦର ପଟ୍ଟନାୟକ ପ୍ରମୁଖ ଏହି ଦିବଂଗତ ସାରସ୍ୱତ ସାଧକ ମାନଙ୍କର ଗୁଣଗାନ କରିଥିଲେ ।