ଖୋର୍ଧା ଗୋଶାଳା ପଡିଆରେ ମିଶନ ଶକ୍ତି କାର୍ଯ୍ୟକ୍ରମରେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀ

ବ୍ରହ୍ମପୁରରେ ବୃହତ ଜାନିବିଲି ପାନୀୟ ଜଳ ପ୍ରକଳ୍ପର ଲୋକାର୍ପଣ କରିବା ପରେ ଖୋର୍ଧା ଜିଲ୍ଲାରେ ମିଶନ ଶକ୍ତି କାର‌୍ୟ୍ୟକ୍ରମରେ ଯୋଗ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଗୋଶାଳା ପଡିଆରେ ବିଶାଳ ସମାବେଶର ଆୟୋଜନ ହୋଇଛି । ଏହି ଅବସରରେ ହଜାର ହଜାର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ସଦସ୍ୟ ମିଶନ ଶକ୍ତି କାର‌୍ୟ୍ୟକ୍ରମରେ ସାମିଲ ହୋଇଛନ୍ତି ।୧୫ ହଜାର ଟଙ୍କାର ସିଡମନି , ୩ ହଜାର ଟଙ୍କାର ଡିଜିଟାଲ୍ ସଶକ୍ତିକରଣ ସହାୟତା, ବ୍ଲକ ସ୍ତରୀୟ ମହାସଂଘ ପାଇଁ୨୫ ଲକ୍ଷ ଟଙ୍କା ଲେଖାଏଁ ଆର୍ଥିକ ସହାୟତା ପାଇଥିବା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟା ମାନେ ଏହି ମହାସମାବେଶରେ ଯୋଗ ଦାନ କରିଛନ୍ତି ।ମହିଳାଙ୍କ ସଶକ୍ତିକରଣ ଦିଗରେ ରାଜ୍ୟରେ ମାଇଲଖୁଂଟ ସ୍ଥାପନ କରିଛି ମିଶନ ଶକ୍ତି । ମହିଳାଙ୍କୁ ଅଧିକ ସ୍ୱାବଲମ୍ୱୀ କରିବା ସହ ସଶକ୍ତ କରିବାକୁ ରାଜ୍ୟ ସରକାର ମିଶନ ଶକ୍ତି ଉପରେ ଗୁରୁତ୍ୱ ଦେଉଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
ଖୋର୍ଧା ଗୋଶାଳା ପଡିଆରେ ମିଶନ ଶକ୍ତି କାର‌୍ୟ୍ୟକ୍ରମରେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ