ଖୋଲା ଆକାଶ ତଳେ ମଧ୍ୟାହ୍ନ ଭୋଜନ

ହାଟଡିହି, (ବିକାଶ ବିଶ୍ୱାଳ):ଖୋଲା ଆକାଶ ତଳେ ଚାଲିଛି ମଧ୍ୟାହ୍ନ ଭୋଜନ। ପିଲାମାନେ ଖୋଲା ଆକାଶ ତଳେ ବସି ଖାଉଛନ୍ତି। ପାଖରେ କୁକୁର ମାଳ ମାଳ କୁକୁର ବୁଲୁଥିବା ବେଳେ ଉପରେ ଅନେକ ପକ୍ଷୀ ଉଡୁଛନ୍ତି। ତେଣୁ ଛାତ୍ରଛାତ୍ରୀଙ୍କ ମଧ୍ୟାହ୍ନ ଭୋଜନ କରିବା କେତେ ସୁରକ୍ଷିତ ବୋଲି ପ୍ରଶ୍ନ ଉଠିଛି। ଏଭଳି ଦେଖିବକୁ ମିଳିଛି ହାଟଡିହି ବ୍ଲକ ପଞ୍ଚୂଗୋଛିଆ ପଞ୍ଚାୟତ ବଳଭଦ୍ରପୁର ଗ୍ରାମରେ ଥିବା ପ୍ରାଥମିକ ବିଦ୍ୟାଳୟରେ। ବଳଭଦ୍ରପୁର ପ୍ରାଥମିକ ବିଦ୍ୟାଳୟରେ ୫ଟି ଶ୍ରେଣୀ ଥିବାବେଳେ ୪୦ ରୁ ଉର୍ଦ୍ଧ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି। ୫ଟି ଶ୍ରେଣୀ ପାଇଁ ୨ଟି ଶ୍ରେଣୀ ଗୃହ ଥିବାବେଳେ ୨୦ ବର୍ଷ ତଳେ ନିର୍ମିତ ହେଇଥିବା ଶ୍ରେଣୀଗୃହ ଗୁଡିକ ଭାଙ୍ଗିରୁଜି ନଷ୍ଟ ହୋଇଗଲାଣି। ଛାତରୁ ପାଣି ଗଳୁଥିବା ବେଳେ କେତେକ ସ୍ଥାନରେ ସିମେଟ ପ୍ଲାଷ୍ଟର ସବୁ ଖସିରଡ଼ ଦେଖାଗଲାଣି। ସେହିପରି ଘରର ବିଭିନ୍ନ ସ୍ଥାନରେ ଫାଟ ସୃଷ୍ଟିହେବା ସହ ଝରକା କବାଟ ସବୁ ଭାଙ୍ଗିରୁଜି ନଷ୍ଟ ହୋଇଗଲାଣି। ବାରଣ୍ଡାରେ ମଧ୍ଯ ବସିବ ଭଳି ବ୍ୟବସ୍ଥା ନାହିଁ। ଏପରି ଅବସ୍ଥାରେ ଛାତ୍ରଛାତ୍ରୀମାନଙ୍କ ମଧ୍ୟାହ୍ନ ଭୋଜନ ପାଇଁ କୌଣସି ସ୍ଥାନ ନଥିବାରୁ ପିଲାମାନେ ଶ୍ରେଣୀଗୃହ ସମ୍ମୁଖରେ ଖୋଲା ଆକାଶ ତଳେ ବସି ଖାଉଛନ୍ତି। ଯାହାକି ପିଲା ମାନଙ୍କ ପାଇଁ ବିପଦ ବୋଲି ଅଭିଭାବକ ମାନେ ଅଭିଯୋଗ କରିଛନ୍ତି। ଏହି ଗାଁକୁ ସରକାର ଆଦର୍ଶ ଗ୍ରାମ ଭାବେ ଘୋଷଣା କରି ଲକ୍ଷ ଲକ୍ଷ ଟଙ୍କା ଯୋଗାଇ ଦେଇ ବିଭିନ୍ନ ପ୍ରକଳ୍ପ ନିର୍ମାଣ କରୁଥିବା ବେଳେ ଗାଁ ମୁଣ୍ଡରେ ଥିବା ସ୍କୁଲର ଏପରି ଶୋଚ଼ନୀୟ ଅବସ୍ଥା ଆଦର୍ଶ ଗ୍ରାମକୁ ଉପହାସ କରୁଛି ବୋଲି ଗ୍ରାମର ପ୍ୟାରୀ ମୋହନ ମଲ୍ଲିକ, ପ୍ରଫୁଲ ଯେନା, ଉମାକାନ୍ତ ଯେନା, ଦୀନବନ୍ଧୁ ପଣ୍ଡା, ଅଜୟ ଯେନା, ଅଲେଖ ଯେନା, କୈଳାଶ ଯେନା, ଚୈତନ ଯେନା, ଦାମୋଦର ଯେନା, ଗୋପାଳ ଯେନା, ଲିଟୁରାମ ଯେନା, ରୁଦ୍ରନାରାୟଣ ଯେନା, କାଳନ୍ଦୀ ଯେନା, ସମିର ଯେନା ପ୍ରମୁଖ ଅଭିଯୋଗ କରିଛନ୍ତି। ଏ ସମ୍ପର୍କରେ ବ୍ଲକ ସହକାରୀ ଶିକ୍ଷା ଅଧିକାରୀ ପ୍ରମୋଦ କୁମାର ନାୟକ ଙ୍କୁ ପଚାରିବାରେ ସେ ଏବାବଦରେ ଉଚ୍ଚ କର୍ତ୍ତପକ୍ଷଙ୍କୁ ଅବଗତ କରାଇଛନ୍ତି ବୋଲି କହିଛନ୍ତି। ହାଟଡିହି ବ୍ଲକର ବିଡିଓ ଏବଂ କେନ୍ଦୁଝର ଜିଲ୍ଲାପାଳ ଏଥିପ୍ରତି ଦୃଷ୍ଟି ଦେବାକୁ ଗ୍ରାମବାସୀ ମାନେ ଦାବି କରିଛନ୍ତି ।

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ