ଖୋଲା ମଣ୍ଡିରେ ପଡିଛି ଧାନ , ଚାଷୀଙ୍କ ନିଦ ହଜାଇଲା ଅଦିନିଆ ବର୍ଷା

କଳାହାଣ୍ଡି, (ଯୁଗାବ୍ଦ ନ୍ୟୁଜ) : ଆକାଶରେ ମେଘର ଆସ୍ତରଣ , କୋହଲା ପାଗ ସାଙ୍ଗକୁ ଲାଗି ରହିଛି ଝିପି ଝିପି ବର୍ଷା । ଅନ୍ୟପଟେ ଖୋଲା ଆକାଶ ତଳେ ଧାନ ମଣ୍ଡିରେ ପଡି ରହିଛି ଚାଷୀଙ୍କ ହଜାର ହଜାର କୁଇଣ୍ଟାଲ ଧାନ । ଧାନ ଉଠାଣରେ ମିଲର ମାନଙ୍କ ଅବହେଳା ଯୋଗୁଁ ଧାର୍ଯ୍ୟ ସମୟରେ ଚାଷୀର ଧାନ ଉଠାଣରେ ବିଳମ୍ବ ହେଉଥିବା ବେଳେ ଗତ କାଲି ଠାରୁ ଲାଗି ରହିଥିବା କୋହଲା ପବନ ସାଙ୍ଗକୁ ଆଜି ସକାଳୁ ଝିପି ଝିପି ବର୍ଷା ଚାଷୀର ଚିନ୍ତାକୁ ଦ୍ବିଗୁଣିତ କରିଛି । କୋକସରା ବ୍ଲକରେ ୬ ଗୋଟି ମଣ୍ଡି ଓ ତାର ଉପମଣ୍ଡି ଗୁଡିକରେ ହଜାର ହଜାର କୁଇଣ୍ଟାଲ ଧାନ ପଡି ରହିଛି । ବ୍ଲକର କାଉଡୋଳା, ଗମ୍ଭାରୀଗୁଡା, ଫୁଫଗା, ତୁନାଗା, କାଶିବାହଲ, ଖୁଣ୍ଟିଆ, ଡାଲଗୁମା ଭଳି ଉପମଣ୍ଡି ଖୋଲା ଆକାଶ ତଳେ ଚାଲିଛି । ସେଡ଼ ବ୍ୟବସ୍ଥା ନାହିଁ କି ପେକ୍ସ ଓ ଆର.ଏମ.ସି ମଧ୍ୟ ଚାଷିଙ୍କୁ ଆବଶ୍ୟକ ପଲିଥିନ ଯୋଗାଇବାରେ ଅସମର୍ଥ ଥିବା ବେଳେ ଚାଷି ଙ୍କ ଭଗବାନ ଭରଷା । ଚାଷିଙ୍କ ସମସ୍ୟା ବୁଝିବାକୁ କୁ କୌଣସି ଯୋଗାଣ ବିଭାଗ ଅଧିକାରୀ କିମ୍ବା ପ୍ରଶାସନ ଅସୁନଥିବା ବେଳେ ପେକ୍ସ କର୍ମଚାରୀ ଓ ମିଲରଙ୍କ ମଧୁଚନ୍ଦ୍ରିକାରେ ଶୋଷଣର ଶିକାର ହେଉଛନ୍ତି ଚାଷି । ଏନେଇ ଆର ଏମ ସି ଅଧିକାରୀ କିମ୍ବା ଯୋଗାଣ ବିଭାଗ ଅଧିକାରୀ କୌଣସି ପ୍ରତିକ୍ରିୟା ଦେବାକୁସାମନାକୁ ଆସୁ ନଥିବା ବେଳେ ଚାଷିର ସମସ୍ୟା ସତେ ଯେମିତି ଅନ୍ତ ନାହିଁ । ଆଶା ଓ ଆଶଙ୍କା ରେ ଦିନ ଗଣୁଥିବା ଚାଷି ଙ୍କ ପାଇଁ ପ୍ରଶାସନ ର ଆଗାମୀ ପଦକ୍ଷେପ କଣ ହେବ ତାହା ଦେଖିବାକୁ ବାକି ରହିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ