ଖୋଲା ମଳତ୍ୟାଗ ଉପରେ କଟକଣା ଜିରୋ !
କୋଦଳା,(ଗୁଲସନ୍ କୁମାର କର) : ପରିବେଶ ସୁସ୍ଥ ରହିଲେ ମଣିଷ ସୁସ୍ଥ ରହିବ । ଏଥିଲାଗି କେନ୍ଦ୍ର ସରକାର ଆରମ୍ଭ କରିଥିଲେ ସ୍ୱଚ୍ଛ ଭାରତ ମିସନ୍ । ଭାରତ ବର୍ଷକୁ ସଂମ୍ପୁର୍ଣ୍ଣ ପରିବେଶ ସଫା ସୁତରା ସହ ବାହ୍ୟ ମଳତ୍ୟାଗ କୁ ରୋକିବା ନିମନ୍ତେ ସରକାର ପାଇଖାନା ଗ୍ରାମାଞ୍ଚଳ ଓ ସହରାଞ୍ଚଳ ଜନତାଙ୍କୁ ପାଇଖାନା ନିର୍ମାଣ ପାଇଁ ଆବଶ୍ୟକିୟ ଟଙ୍କା ଦେଇଥିଲେ । ମୋଦି ସରକାର ମହାତ୍ମାଗାନ୍ଧୀଙ୍କ ସ୍ୱପ୍ନକୁ ସାକାର କରିବା ପାଇଁ ଆରମ୍ଭ କରିଥିଲେ ସ୍ୱଚ୍ଛଭାରତ ମିଶନ୍ । ଏଭଳି କାର୍ଯ୍ୟକୁ ସାରାଦେଶ ସ୍ୱାଗତ ଜଣାଇବା ସହ ବାହ୍ୟ ମଳ ତ୍ୟାଗକୁ ସଂମ୍ପୂର୍ଣ୍ଣ ବେଆଇନ କରିବା ସହ ବାହ୍ୟ ମଳତ୍ୟାଗ କଲେ ଜୋରିମାନା ଆଦାୟ କରାଯିବ ବୋଲି ନିୟମ ମଧ୍ୟ କରାଗଲା । କିନ୍ତୁ ବାହ୍ୟ ମଳ ତ୍ୟାଗ କଲେ କଟକଣା ଜିରୋ । ଏକଥା ଟି ଆପଣ ପଢିବା ପରେ ଆପଣଙ୍କୁ ଟିକିଏ ଅଜବ ଲାଗୁଥିବ । ହଁ ଆଜ୍ଞା ଏକଥାଟି ଆମେ କହୁନାହୁଁ ବେଗୁନିଆପଡା ବ୍ଲକ ଅନ୍ତର୍ଗତ କେ ବରିଡା ପଂଚାୟତର ଧାନ ଖଳାକୁ ଦେଖିଲେ ସ୍ପଷ୍ଟ ଅନୁମେୟ କରିହେବ । ଚାଷୀ ମାନଙ୍କ ପାଇଁ ପ୍ରଶାସନ ତରଫରୁ ନିର୍ମିତ ହୋଇଥିବା ଖଳାକୁ ଦେଖିଲେ ଜଳ ଜଳ ହୋଇ ଦେଖିବାକୁ ମିଳିଛି ସିମେଣ୍ଟ ଚଟାଣରେ ମଳ । ଚାଷୀର ଧାନକୁ ସୁରକ୍ଷିତ ସହ ରଖିବା ନିମନ୍ତେ ପ୍ରଶାସନ ତରଫରୁ ଉପଯୁକ୍ତ ସ୍ଥାନ ନିରୁପଣ କରାନଯାଇ ନିୟତି ଦୁରରେ ବିଭିନ୍ନ ସ୍ଥାନରେ ଚଟାଣ ନିର୍ମିତ କରାଯାଇଥିବା ବେଳେ କିଛି ଲୋକ ସେହି ସ୍ଥାନରେ ମଳ ତ୍ୟାଗ କରୁଥିବାର ଦେଖିବାକୁ ମିଳିଛି । ଯେଉଁ ଚାଷୀ ମାନେ ସେହି ଚଟାଣରେ ଧାନ ସୁରକ୍ଷିତ ଭାବେ ରଖିବା ପାଇଁ ଚାହିଁଛନ୍ତି ସେମାନେ ସେଠାକାର ଦୃଶ୍ୟ ଦେଖି ନାକ ଦୁର୍ଗନ୍ଧରେ ଫାଟିପଡୁଥିବା ବେଳେ ଏଠି ସ୍ୱଚ୍ଛ ଭାରତ ଏହି ସ୍ଥାନ ଦେଖିଲେ ସଂମ୍ପୁର୍ଣ୍ଣ ଫେଲ ବୋଲି ମନେ ହେଉଛି । ପ୍ରଶାସନ ତରଫରୁ ମଧ୍ୟ ସେହି ଭଳି ବାହ୍ୟ ମଳ ତ୍ୟାଗ କରୁଥିବା ବ୍ୟକ୍ତି ମାନଙ୍କ ଉପରେ କିଛି ଜୋରିମାନା କି କାର୍ଯ୍ୟନୁଷ୍ଠାନ କରୁନଥିବା ଦେଖିବାକୁ ମିଳିଛି । କେବଳ ଖାତା କଲମରେ ସିମିତ ରହିଯାଇଛି ବେଗୁନିଆପଡା ଅଂଚଳରେ ସ୍ୱଚ୍ଛ ଭାରତ ମିସନ ।


