ଖୋଲିଲା ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଙ୍କ କୁହୁକ ପେଡୀ
(ଯୁଗାବ୍ଦ ନ୍ୟୁଜ୍) ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ସାଧାରଣ ବଜେଟ ଉପସ୍ଥାପନ କରିଛନ୍ତି ରାଜ୍ୟ ବିଧାନସଭାରେ । ମୋଟ ୧ ଲକ୍ଷ ୩୯ ହଜାର କୋଟି ଟଙ୍କାର ବଜେଟ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ।
• ମିଶନ ଶକ୍ତି ଏବଂ ବିଜୁ ସ୍ୱାସ୍ଥ୍ୟକଲ୍ୟାଣ ଯୋଜନାକୁ ମଧ୍ୟ ସରକାର ଗୁରୁତ୍ୱ ଦେଇଛନ୍ତି। ସରକାରୀ ଉଦ୍ୟୋଗ ପାଇଁ ୪ ହଜାର କୋଟି ଟଙ୍କାର ବ୍ୟୟ ଅଟକଳ
• ପ୍ରଶାସନିକ ବ୍ୟୟ ଅଟକଳର ପରିମାଣ ୫୭ ହଜାର ୩୫୦ କୋଟି
• ଦରମା ପାଇଁ ୨୫ ହଜାର ୫୦୦ କୋଟି ଟଙ୍କା
• ଉଚ୍ଚଶିକ୍ଷା ଅନୁଷ୍ଠାନର ଭିତ୍ତିଭୂମି ପାଇଁ ୧୫୦ କୋଟି
• ବସୁଧା ଯୋଜନା ପାଇଁ ୨ ହଜାର ୭୪୦ କୋଟି
• ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ମହିଳାଙ୍କୁ ୧୦ ଲକ୍ଷ ଟଙ୍କା ପର୍ୟ୍ୟନ୍ତ ଚିକିତ୍ସା ସୁବିଧା
• ବିଜୁ ସ୍ୱାସ୍ଥ୍ୟକଲ୍ୟାଣ ଯୋଜନାରେ ମହିଳାଙ୍କୁ ୧୦ ଲକ୍ଷ ଟଙ୍କା ପର୍ୟ୍ୟନ୍ତ ଚିକିତ୍ସା ସୁବିଧା
• ମେଧାବୀ ଛାତ୍ରଛାତ୍ରୀଙ୍କୁ ବୃତ୍ତି ପ୍ରଦାନ ପାଇଁ ୬୩ କୋଟି
• ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ପାଇଁ ୧୨୦୩ କୋଟି ଟଙ୍କା
• ଶିକ୍ଷା ଓ ଦକ୍ଷତା ବିକାଶ ପାଇଁ ୧୯,୪୯୨ କୋଟି
• ଆଦର୍ଶ ବିଦ୍ୟାଳୟ ପାଇଁ ୧୨୦ କୋଟି
• ମେଧାବୀ ଛାତ୍ରଛାତ୍ରୀଙ୍କୁ ବୃତ୍ତି ପ୍ରଦାନ ପାଇଁ ୬୩ କୋଟି
• ଓଡ଼ିଆ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ପାଇଁ ୧୫ କୋଟି
• ଅନୁସୂଚିତ ଜାତି ଛାତ୍ରୀ ନିବାସ ନିମନ୍ତେ ୨୨୭ କୋଟି
• ମଧୁବାବୁ ପେନସନ୍ ଯୋଜନା ପାଇଁ ୨୧୨୦ କୋଟି
• ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାରେ ୪ ହଜାର ୩୨୨ କିଲୋମିଟର ରାସ୍ତା ନିର୍ମାଣ ହେବ
• ବିଜୁ ସ୍ୱାସ୍ଥ୍ୟକଲ୍ୟାଣ ଯୋଜନା ପାଇଁ ୧୨୦୩ କୋଟି
• ମିଶନ ଶକ୍ତି ପାଇଁ ୩୦୧ କୋଟି ଟଙ୍କା
• ମିଶନ ଶକ୍ତି ଗୃହ ନିର୍ମାଣ ନିମନ୍ତେ ଅତିରିକ୍ତ ୧୩୦ କୋଟି
• ମମତା ଯୋଜନା ପାଇଁ ୩୦୫ କୋଟି
• ଗ୍ରାମାଞ୍ଚଳରେ ସହରାଞ୍ଚଳ ସୁବିଧା ଦେବାକୁ ୮୦ କୋଟି ବ୍ୟୟବରାଦ
• ଫନି ପ୍ରଭାବିତ ଅଞ୍ଚଳରେ ୫ ଲକ୍ଷ ପକ୍କା ଘର ନିର୍ମାଣ ପାଇଁ ଯୋଜନା
• ୫ ଲକ୍ଷ ଘର ନିର୍ମାଣ ପାଇଁ ୪୮୨୦ କୋଟି
• ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପାଇଁ ୬୮୨୮ କୋଟି
• ଦାଦନ ଶ୍ରମିକଙ୍କ ଥଇଥାନ ପାଇଁ ୩୧୪୬ କୋଟି
• ଶିଶୁ ସୁରକ୍ଷା ଯୋଜନା ପାଇଁ ୭୭ କୋଟି
• ସ୍ୱୟଂ ସହାୟକ ଗୋଷ୍ଠୀ ସୁଧମୁକ୍ତ ୠଣ ପାଇବେ
• ରାଜସ୍ୱ ଓ ବିପର୍ୟ୍ୟୟ ପ୍ରଶମନ ପାଇଁ ୧୧୩୦ କୋଟି
• ମହିଳା ଓ ଶିଶୁ ବିକାଶ ପାଇଁ ୩୪୫୭ କୋଟି
• ଓଡ଼ିଶାରେ ରେଳ କ୍ଷେତ୍ରର ବିକାଶ ପାଇଁ ୪୦୦ କୋଟି
• କାଳିଆ ଯୋଜନା ପାଇଁ ୫ ହଜାର ୬୧୧ କୋଟି ଟଙ୍କାର ବ୍ୟୟବରାଦ
• ଚାଷୀ, ଭାଗଚାଷୀ, କୃଷି ଶ୍ରମିକଙ୍କ ପାଇଁ କାଳିଆ ଯୋଜନା
• କାଳିଆ ଯୋଜନାରେ ୭୫ ଲକ୍ଷରୁ ଅଧିକ ହିତାଧିକାରୀ ସାମିଲ
• ଚାଷୀଙ୍କୁ ସାର ଯୋଗାଇବା ପାଇଁ ୧୦୦ କୋଟି ଟଙ୍କାର ଆବର୍ତ୍ତନ ପାଣ୍ଠି
• ଉଦ୍ୟାନ କୃଷି ପାଇଁ ୧୦୦ କୋଟି
• ନବକୃଷ୍ଣ ଚୌଧୁରୀ ସେଚ୍ ଉନ୍ନୟନ ଯୋଜନା ପାଇଁ ୬୩୫ କୋଟି ଟଙ୍କା
• ଜୈବିକ କୃଷି ପ୍ରୋତ୍ସାହନ ପାଇଁ ୩୧ କୋଟି ଟଙ୍କା
• ଚଳିତ ବର୍ଷ ୪୯ ଲକ୍ଷ ୯ ହଜାର ମେଟ୍ରିକ ଟନ୍ ଧାନ ସଂଗ୍ରହ
• ଚାଷୀମାନଙ୍କୁ ୧ ଲକ୍ଷ ଟଙ୍କା ପର୍ୟ୍ୟନ୍ତ ବିନା ସୁଧରେ ୠଣ
• ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ପାଇଁ ୪୦୦ କୋଟି
• କୃଷି ବିଶ୍ୱବିଦ୍ୟାଳୟର ସଶକ୍ତିକରଣ ପାଇଁ ୩୦ କୋଟି
• ଜଳାଶୟ ନିମନ୍ତେ ୫୦ ପ୍ରତିଶତ ପ୍ରୋତ୍ସାହନ ରାଶି ଦେବେ ସରକାର
• ନୀଳ ବିପ୍ଲବ ଯୋଜନା ପାଇଁ ୮୩ କୋଟି
• ମତ୍ସ୍ୟଚାଷୀଙ୍କୁ ପୋଖରୀ ଖୋଳାରେ ପ୍ରୋତ୍ସାହନ ପାଇଁ ୫୦ ପ୍ରତିଶତ ସବ୍ସିଡ୍
• ପଶୁ, ଗୋପାଳନ ଓ ଶ୍ୱେତ ବିପ୍ଲବ ପାଇଁ ୬୫ କୋଟି
• ଭ୍ରାମ୍ୟମାଣ ପଶୁ ଚିକିତ୍ସା ପାଇଁ ୧୨ କୋଟି