ଖୋଲିଲା ରେମୁଣା ଏନଏସି କାର୍ଯ୍ୟାଳୟ
ବାଲେଶ୍ୱର, (ସରୋଜ ପଣ୍ଡା) :-ନବଗଠିତ ରେମୁଣା ଅଧିସୂଚିତ କ୍ଷେତ୍ର ପରିଷଦ(ଏନ.ଏ.ସି.)ର ନୂତନ କାର୍ଯ୍ୟାଳୟ ଗଣେଶ୍ୱରପୁରଠାରେ ସୋମବାର ଉଦଘାଟିତ ହୋଇଯାଇଛି । ପୂର୍ବରୁ ଗଣେଶ୍ୱରପୁର ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟକୁ ଏବେ ନୂତନ ଏନଏସି ଅଫିସକୁ ରୂପାନ୍ତରିତ ହୋଇଛି । ନବଗଠିତ ରେମୁଣା ଅଧିସୂଚିତ କ୍ଷେତ୍ର ପରିଷଦକୁ ମୋଟ ୧୩ଟି ୱାର୍ଡରେ ବିଭକ୍ତ କରାଯାଇଥିବା ବେଳେ ରେମୁଣା ଏନଏସି ସମ୍ବନ୍ଧିତ ସମସ୍ତ କାର୍ଯ୍ୟ ଏହି ଅଫିସରେ ହେବ । ଆସନ୍ତା ପୌର ନିର୍ବାଚନରେ ରେମୁଣା ଏନଏସିରେ ପ୍ରଥମ ଥର ପାଇଁ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ସେଥିପାଇଁ ଜିଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ସରିଥିବା ବେଳେ ନିର୍ବାଚନ ସମ୍ବନ୍ଧିତ ବିଭିନ୍ନ କାର୍ଯ୍ୟ ମଧ୍ୟ ଏହି କାର୍ଯ୍ୟାଳୟରେ କରାଯିବ ।


